ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ
ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ ଏଥିରେ କାର୍ସିନୋଜେନିକ ବା କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ୱ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦୁଇ ଦୁଇଟି ଦେଶ। କେବଳ ଏତିକି ନୁହେଁ ଭାରତର ଏହି ଲୋକପ୍ରିୟ ବ୍ରାଣ୍ଡ ଦୁଇଟି ଦେଶରେ ବ୍ୟାନ ହୋଇସାରିଲାଣି। ଆଉ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର। ଭାରତୀୟ ମସଲା କମ୍ପାନି […] The post ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ ଏଥିରେ କାର୍ସିନୋଜେନିକ ବା କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ୱ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦୁଇ ଦୁଇଟି ଦେଶ।
କେବଳ ଏତିକି ନୁହେଁ ଭାରତର ଏହି ଲୋକପ୍ରିୟ ବ୍ରାଣ୍ଡ ଦୁଇଟି ଦେଶରେ ବ୍ୟାନ ହୋଇସାରିଲାଣି। ଆଉ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର। ଭାରତୀୟ ମସଲା କମ୍ପାନି ‘ଏମଡିଏଚ’ ଓ ‘ଏଭରେଷ୍ଟ’ର ଉତ୍ପାଦର ଗୁଣବତ୍ତାକୁ ନେଇ ସିଙ୍ଗାପୁର ଓ ହଂକଂ ପ୍ରଶ୍ନ ଉଠାଇବା ସହିତ କଟକଣା ଲଗାଇଛି। ଏହାପରେ ଭାରତ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ଏହି ଦୁଇ ଦେଶର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଠାରୁ ତଥ୍ୟ ମାଗିଛନ୍ତି ଭାରତ ସରକାର। ସିଙ୍ଗାପୁର ଓ ହଂକଂରେ ଅବସ୍ଥାପିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ଭାରତର ବାଣିଜ୍ୟ ମନ୍ତ୍ରାଳୟ ଏ ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବାଣିଜ୍ୟ ମନ୍ତ୍ରାଳୟ ଦୁଇ ଭାରତୀୟ କମ୍ପାନି ଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି। ଦୁଇ କମ୍ପାନିର କିଛି ମସଲାରେ ମାତ୍ରାଠାରୁ ଅଧିକ ପରିମାଣର ଏଥିଲିନ ଅକ୍ସାଇଡ ନାମକ କୀଟନାଶକ ମିଶାଯାଇଥିବା ନେଇ ଦୁଇ ଦେଶ ଅଭିଯୋଗ କରିଛନ୍ତି। ହଂକଂର ଖାଦ୍ୟ ସୁରକ୍ଷା ନିୟାମକ ଦେଶର ଗ୍ରାହକମାନଙ୍କୁ ଏସବୁ ଉତ୍ପାଦ ନ କିଣିବା ପାଇଁ ଏବଂ ବିକ୍ରେତାମାନଙ୍କୁ ବିକ୍ରି ନ କରିବାକୁ କହିଛି। ସେହିଭଳି ସିଙ୍ଗାପୁରର ଖାଦ୍ୟ ଏଜେନ୍ସି ଉକ୍ତ ମସଲାର ସଂମ୍ପର୍ଣ୍ଣ ମହଜୁଦ ପରିମାଣକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇଛି।
The post ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ appeared first on Dharitri Odia News.