ବିରୋଧୀଙ୍କୁ ଚକ୍ମା ଦେଲା ଟିଡିପି: ଫସରଫାଟିଲା ରଣନୀତି
ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗରେ ଶାସକ ଏନଡିଏରେ ଅସନ୍ତୋଷର ସ୍ବର ଆଗକୁ ଆସିବାକୁ ବିରୋଧୀ ଚାହୁଁଥିଲେ। ଏହି ରଣନୀତି ଅନୁଯାୟୀ ବିରୋଧୀ ଦଳ ପ୪ରୁ କୁହାଯାଇଥିଲା, ଯଦି ଟିଡିପି ଏହି ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତେବେ ତାଙ୍କୁ ସମର୍ଥନ କରିବାକୁ ବିଚାର କରାଯିବ। ତେବେ ଏହି ପଦ ପାଇଁ ଏନଡିଏରେ […] The post ବିରୋଧୀଙ୍କୁ ଚକ୍ମା ଦେଲା ଟିଡିପି: ଫସରଫାଟିଲା ରଣନୀତି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗରେ ଶାସକ ଏନଡିଏରେ ଅସନ୍ତୋଷର ସ୍ବର ଆଗକୁ ଆସିବାକୁ ବିରୋଧୀ ଚାହୁଁଥିଲେ। ଏହି ରଣନୀତି ଅନୁଯାୟୀ ବିରୋଧୀ ଦଳ ପ୪ରୁ କୁହାଯାଇଥିଲା, ଯଦି ଟିଡିପି ଏହି ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତେବେ ତାଙ୍କୁ ସମର୍ଥନ କରିବାକୁ ବିଚାର କରାଯିବ। ତେବେ ଏହି ପଦ ପାଇଁ ଏନଡିଏରେ ସହମତି ପ୍ରକାଶ ପାଇବା ପରେ ବିରୋଧୀଙ୍କ ରଣନୀତିକୁ ଏକ ଝଟ୍କା ଲାଗିଛି। ଏବେ ଏହା ଦେଖିବାକୁ କୌତୁହଳପ୍ରଦ ହେବ ଯେ, ସମସ୍ତ ପରିସ୍ଥିତି ଏନଡିଏ ସପକ୍ଷରେ ଥିବା ସତ୍ତ୍ୱେ ବିରୋଧୀ ଏହାର ପ୍ରାର୍ଥୀ ଫିଲ୍ଡ କରୁଛନ୍ତି କି ନାହିଁ।
ଜୁନ ୨୬ରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଭାଜପା ବାଚସ୍ପତି ପଦବୀ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ ସହଯୋଗୀଙ୍କ ସହ କଥାବାର୍ତ୍ତା କରିବାର ଦାୟିତ୍ୱ ଦେଇଛି। ଜୁନ ୨୪ରୁ ସଂସଦ ଅଧିବେଶନ ପାଇଁ ରାଜନାଥ ସିଂଙ୍କ ଘରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପଦ ପାଇଁ ରାଜନାଥ ଏନଡିଏରେ ଏକ ସହମତି ସୃଷ୍ଟି କରିଛନ୍ତି। ଉପବାଚସ୍ପତି ପଦବୀ ବିରୋଧୀ ବଦଳରେ ସରକାରଙ୍କ ସହଯୋଗୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦଳ ଏବଂ ମିଳିତ ମେଣ୍ଟର ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳଙ୍କୁ ଅବଗତ କରାଇବା ପରେ ରାଜନାଥ ବର୍ତ୍ତମାନ ସେମାନଙ୍କ ସମର୍ଥନ ଲୋଡ଼ିବେ। ଭାଜପା ଆଶା କରୁଛି ଯେ ପରମ୍ପରା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତି ପଦ ପ୍ରସଙ୍ଗରେ ବିରୋଧୀ ଏହାକୁ ସମର୍ଥନ କରିବେ।
The post ବିରୋଧୀଙ୍କୁ ଚକ୍ମା ଦେଲା ଟିଡିପି: ଫସରଫାଟିଲା ରଣନୀତି appeared first on Dharitri Odia News.