ବିଲକିସ୍ ବାନୋ ମାମଲାରେ ଦୋଷୀଙ୍କୁ ‘ସୁପ୍ରିମ’ ଝଟକା : ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଆଦେଶ
ନୂଆଦିଲ୍ଲୀ : ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଲାଗିଛି ‘ସୁପ୍ରିମ’ ଝଟକା। ଗତ ଜାନୁଆରି ୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଜାନୁଆରୀ ୨୧ ସୁଦ୍ଧା ସମସ୍ତ ୧୧ ଦୋଷୀଙ୍କୁ ଆତ୍ମସମର୍ପଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଦୋଷୀମାନେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ସମୟ ମାଗି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଆଜି ଏ ଉପରେ ଶୁଣାଣି କରି ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି […]

ନୂଆଦିଲ୍ଲୀ : ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଲାଗିଛି ‘ସୁପ୍ରିମ’ ଝଟକା। ଗତ ଜାନୁଆରି ୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଜାନୁଆରୀ ୨୧ ସୁଦ୍ଧା ସମସ୍ତ ୧୧ ଦୋଷୀଙ୍କୁ ଆତ୍ମସମର୍ପଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଦୋଷୀମାନେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ସମୟ ମାଗି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଆଜି ଏ ଉପରେ ଶୁଣାଣି କରି ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆତ୍ମସମର୍ପଣ ପାଇଁ ଅଭିଯୁକ୍ତମାନେ ଦର୍ଶାଇଥିବା କାରଣ ପ୍ରଯୁଜ୍ୟ ନୁହେଁ। ଏଥିପାଇଁ କୌଣସି ପ୍ରକାରେ ସମୟ ବୃଦ୍ଧି କରାଯିବ ନାହିଁ। ଯାହା ଫଳରେ ସମସ୍ତ ଦୋଷୀଙ୍କୁ ଜାନୁଆରୀ ୨୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ ପଡିବ।
୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍କିସ୍ ବାନୋଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗୁଜରାଟ ଓ ମହାରାଷ୍ଟ୍ରର ତଳ କୋର୍ଟ ଏବଂ ହାଇକୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମା ନୀତି ବଳରେ ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା।
ଯାହାର ଶୁଣାଣି କରି ଗତ ଜାନୁଆରୀ ୮ରେ ବିଲ୍କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ଏହି ମାମଲାରେ ନିଷ୍ପତ୍ତି ନେବା ଗୁଜରାଟ ସରକାରଙ୍କ କ୍ଷମତାର ଅପବ୍ୟବହାର ଥିଲା ବୋଲି ମଧ୍ୟ କହିଥିଲେ।