ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଏଥିସହ ଆଶାୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯଦିଓ ନବୀନ ନିବାସରୁ ୩ ଜଣ ପ୍ରାର୍ଥୀଙ୍କୁ ଶଟ୍‌ ଲିଷ୍ଟ କରାଯାଇଥିବା ଆଭାସ ମିଳିଛି, ତଥାପି କିଏ ସେହି ୩ଜଣ ପ୍ରାର୍ଥୀ ତାଙ୍କୁ ନେଇ ପୁଣି ନୂଆ ସମୀକରଣ ଆରମ୍ଭ […] The post ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା appeared first on Dharitri Odia News.

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଏଥିସହ ଆଶାୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯଦିଓ ନବୀନ ନିବାସରୁ ୩ ଜଣ ପ୍ରାର୍ଥୀଙ୍କୁ ଶଟ୍‌ ଲିଷ୍ଟ କରାଯାଇଥିବା ଆଭାସ ମିଳିଛି, ତଥାପି କିଏ ସେହି ୩ଜଣ ପ୍ରାର୍ଥୀ ତାଙ୍କୁ ନେଇ ପୁଣି ନୂଆ ସମୀକରଣ ଆରମ୍ଭ ହୋଇଛି।
ଅନୁଗୋଳର ଟିକେଟ୍‌ ରାଜନୀତି ଧୀରେ ଧୀରେ ଗୋଳିଆ ହେଉଛି। ଦଳ ପକ୍ଷରୁ ୪ର୍ଥ ପର୍ଯ୍ୟାୟ ଟିକେଟ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଅନୁଗୋଳ ସମ୍ପର୍କରେ ଦଳ ନୀରବତା ଅବଲମ୍ବନ କରୁଛି। ଏପରି କି ବିଧାୟକ ରଜନୀକାନ୍ତଙ୍କ ସମର୍ଥିତ କେତେଜଣ ପଞ୍ଚାୟତ ପ୍ରତିନିଧି ଓ କାଉନସିଲରମାନେ ତୁରନ୍ତ ଟିକେଟ୍‌ ପାଇଁ ଭୁବନେଶ୍ୱରରେ ମେଳି ହେବା, ନବୀନ ନିବାସରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଆଲୋଚନା କରାଯିବା ପରେ ମଧ୍ୟ ଏଯାଏ ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏହାକୁ ନେଇ ରଜନୀଙ୍କ ସମର୍ଥକମାନେ ମନ ଉଣା କରୁଥିବା କୁହାଯାଉଛି। ଦୀର୍ଘ ୨୦ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଟିକେଟ ପାଇଁ ରଜନୀକାନ୍ତଙ୍କୁ ଏପରି କସରତ କରିବାକୁ କେବେ ପଡ଼ି ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଦଳ ଟିକେଟ୍‌ ସମ୍ପର୍କରେ କିଛି କହୁ ନ ଥିବାରୁ ଅନ୍ୟ ଆଶାୟୀଙ୍କୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ବିଶେଷକରି ଆଦର୍ଶ ଗ୍ରୁପ୍‌ର ପ୍ରତିଷ୍ଠାତା ମହେଶ ଧଳଙ୍କ ନାମ ଅଧିକ ଚର୍ଚ୍ଚାକୁ ଆସୁଛି। ମହେଶ ପ୍ରାର୍ଥୀ ହେବେ ବୋଲି ଗୋଟିଏ ଗୋଷ୍ଠୀ ଦାବି କରୁଥିବାବେଳେ ଏନେଇ ଲବି ଜୋରଦାର୍‌ ରହିଥିବା କୁହାଯାଉଛି। ଏଭଳି କି ମେହେଶ ଭୁବନେଶ୍ୱରରେ ଡେରା ପକାଇଥିବା ଆଲୋଚନା ହେଉଛି। ସେହିପରି ଶନିବାର ନବୀନ ନିବାସ ଯାଇଥିବା ସରପଞ୍ଚମାନେ ଜିଲା ଯୁବ ବିଜେଡି ସଭାପତି ତଥା ବସୁଧା ଯୋଜନା ଉପଦେଷ୍ଟା ଦୀନେଶ ପ୍ରଧାନଙ୍କ ନାମ ଉଠାଇଥିବା ମଧ୍ୟ କୁହାଯାଉଛି। କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ବିପ୍ଳବ ଜେନା ମଧ୍ୟ ଟିକେଟ୍‌ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି। ଆଉ ଜଣେ କଂଗ୍ରେସ ନେତାଙ୍କ କଥା ମଧ୍ୟ ଉଠିଛି। କଂଗ୍ରେସ ଦଳରୁ ସେ ଇସ୍ତପା ଦେଇ ନ ଥିବାବେଳେ ଅନୁଗୋଳରୁ ଯାଇ ଭୁବନେଶ୍ୱରରେ ରହିଥିବା କୁହାଯାଉଛି। ସେ ମଧ୍ୟ ଟିକେଟ୍‌ ପାଇଁ ଜୋର୍‌ଦାର ଲବି ଚଳାଇଥିବା ବିଜେଡି ଶିବିରରେ ଚର୍ଚ୍ଚା ହେଉଛି।

The post ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା appeared first on Dharitri Odia News.