ବିଶାଳ ଶୋଭାଯାତ୍ରାରେ ଆସିଲେ, ନାମାଙ୍କନପତ୍ର ଦାଖଲ ନ କରି ଫେରିଗଲେ
ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ନାମାଙ୍କନ ଦାଖଲ ନକରି ଫେରିବା ପରେ ଦଳର ଗଣତନ୍ତ୍ର ସହ ଲୁଚକାଳି ଖେଳ ପଦାରେ ପଡ଼ିଛି।
ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଗତକାଲି ପ୍ରାୟ ୧୦ଟାରେ ଅଳିଯୋଡ଼ାରୁ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବଣୁଆ, ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ଅଙ୍କିତଙ୍କ ସହ ତାଙ୍କ ପିତା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିଲେ । କିନ୍ତୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ନକରି ଅଙ୍କିତ ଫେରି ଆସିଥିଲେ । ଦେଖନ୍ତୁ ପୂରା ରିପୋର୍ଟ।