ବିଶ୍ବ ହୋମିଓପାଥି ଦିବସ
ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ଓ ଏହାର ଯୋଗଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ୍ ୧୦ ତାରିଖରେ ପାଳିତ ହୋଇଥାଏ ବିଶ୍ବ ହୋମିଓପାଥି ଦିବସ। ହୋମିଓପାଥିର ଜନକ ଜର୍ମାନ୍ ଡାକ୍ତର ଖ୍ରୀଷ୍ଟିଆନ୍ ଫ୍ରେଡରିକ୍ ସାମୁଏଲ୍ ହାନେମ୍ୟାନଙ୍କ ଜନ୍ମଦିନ ଅବସରରେ ଏହି ଦିବସ ପାଳିତ ହୁଏ। ୧୭୫୫ ମସିହା ଏପ୍ରିଲ୍ ୧୦ ତାରିଖରେ ସାମୁଏଲ୍ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ଭାଷାବିତ୍ ଥିଲେ। ହୋମିଓପାଥି ଦ୍ବାରା ଚିକିତ୍ସା କରିବାର ମାର୍ଗ ସେ ପ୍ରସ୍ତୁତ କରିଥିଲେ। […]

ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ଓ ଏହାର ଯୋଗଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ୍ ୧୦ ତାରିଖରେ ପାଳିତ ହୋଇଥାଏ ବିଶ୍ବ ହୋମିଓପାଥି ଦିବସ। ହୋମିଓପାଥିର ଜନକ ଜର୍ମାନ୍ ଡାକ୍ତର ଖ୍ରୀଷ୍ଟିଆନ୍ ଫ୍ରେଡରିକ୍ ସାମୁଏଲ୍ ହାନେମ୍ୟାନଙ୍କ ଜନ୍ମଦିନ ଅବସରରେ ଏହି ଦିବସ ପାଳିତ ହୁଏ। ୧୭୫୫ ମସିହା ଏପ୍ରିଲ୍ ୧୦ ତାରିଖରେ ସାମୁଏଲ୍ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ଭାଷାବିତ୍ ଥିଲେ। ହୋମିଓପାଥି ଦ୍ବାରା ଚିକିତ୍ସା କରିବାର ମାର୍ଗ ସେ ପ୍ରସ୍ତୁତ କରିଥିଲେ। ଏହି ଚିକିତ୍ସାକୁ ଲୋକାଦୃତ କରିବାରେ ତାଙ୍କର ଭୂମିକା ସବୁବେଳେ ସ୍ମରଣୀୟ ହୋଇ ରହିବ। ତେଣୁ ତାଙ୍କୁ ମନେପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ‘ବିଶ୍ୱ ହୋମିଓପାଥି ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି।
୨୦୦୫ ଏପ୍ରିଲ ୧୦ ତାରିଖରେ ପ୍ରଥମ ‘ବିଶ୍ୱ ହୋମିଓପାଥି ଦିବସ’ ପାଳନ କରାଯାଇଥିଲା। ଅନେକ ପୁରୁଣା ରୋଗ ଚିକିତ୍ସାରେ ହୋମିଓପାଥି ବ୍ୟବହାର କରାଯାଏ। ହୋମିଓପାଥି ଶାରୀରିକ ସାମର୍ଥ୍ୟ ଓ ରୋଗପ୍ରତିରୋଧକ ପ୍ରଣାଳୀ ମଜଭୁତ କରିବାରେ ସାହାଯ୍ୟ କରେ। ହୋମିଓପାଥି ସମ୍ପର୍କରେ ସଚେତନତା ବଢାଇବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଏଲୋପାଥି, ଆୟୁର୍ବେଦ, ନାଚୁରୋପାଥି ଚିକିତ୍ସା ଭଳି ମଧ୍ୟ ହୋମିଓପାଥି ଚିକିତ୍ସାର ଏକ ପଦ୍ଧତି। ହୋମିଓପାଥିକୁ ଏକ ପ୍ରକାର ବରଦାନ ବୋଲି ଧରାଯାଏ। ବିଶେଷକରି କୁନି କୁନି ପିଲାମାନଙ୍କର ଚିକିତ୍ସା ପାଇଁ ହୋମିଓପାଥିକୁ ଅଧିକ ଗୁରୁତ୍ବ ଦିଆଯାଏ। କାରଣ ମିଠା ଓ ଧଳାରଙ୍ଗର ଗୁଲିକୁ ପିଲାମାନେ ଖାଇବାକୁ ପସନ୍ଦ କରିଥାନ୍ତି।
ଅନେକ ପୁରୁଣା ରୋଗର ଚିକିତ୍ସା ପାଇଁ ମଧ୍ୟ ଏହା ଏକ ଭଲ ଚିକିତ୍ସା ବୋଲି ଧରାଯାଏ। ହୋମିଓପାଥି ଆଲର୍ଜି, ଶ୍ବାସରୋଗ, ଅଧକପାଳି ଆଦି ରୋଗକୁ ମୂଳରୁ ନାଶ କରିଥାଏ। ହୋମିଓପାଥିରେ ଅସ୍ତ୍ରୋପଚାର ପରି ଜଟିଳ ପ୍ରକ୍ରିୟା ନଥାଏ ଏବଂ ଔଷଧଗୁଡ଼ିକର କୌଣସି ନକାରାତ୍ମକ ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ଲୋକେ ଏହା ବେଶ୍ ଜନାଦୃତ ହୋଇଛି। ଏହାବାଦ୍ ହୋମିଓପାଥିରେ ଔଷଧ ଓ ଚିକିତ୍ସା ପାଇଁ ବହୁତ କମ୍ ଟଙ୍କା ଖର୍ଚ୍ଚ ହୋଇଥାଏ। ସାରା ବିଶ୍ୱରେ ୮୦ରୁ ଅଧିକ ଦେଶରେ ବହୁଳ ଭାବରେ ହୋମିଓପାଥି ଚିକିତ୍ସା ପ୍ରସାରିତ ହୋଇପାରିଛି।