ବିଶ୍ବପ୍ରସିଦ୍ଧ ପୁରୀର ବେଳାଭୂମି ଏବେ ଅନ୍ଧକାର ଘେରରେ ; ବିଦ୍ୟୁତ୍ ଖୁଣ୍ଟି ଅଛି ହେଲେ ଆଲୁଅ ଜଳୁନି
ପୁରୀ : ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ। ଏହି ଉକ୍ତିକୁ ପ୍ରମାଣିତ କରିଛି ପୁରୀ ଜିଲ୍ଲା ପ୍ରଶାସନ। ନ୍ୟୁଜ୍7 ରେ ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ପୁରୀ ବେଳାଭୂମିରେ ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା କରାଯାଉନାହିଁ। ବିଶ୍ବପ୍ରସିଦ୍ଧ ପୁରୀର ବେଳାଭୂମି ଏବେ ଅନ୍ଧକାର ଘେରରେ। ବିଦ୍ୟୁତ୍ ଖୁଣ୍ଟି ଅଛି ହେଲେ ଆଲୁଅ ଜଳୁ ନାହିଁ। ଦିନେ କି ଦୁଇଦିନ ନୁହେଁ ଦୀର୍ଘ ଦିନ ହେବ ଏଭଳି ଅବ୍ୟବସ୍ଥା ପୁରୀ ବେଳାଭୂମିରେ ଲାଗି ରହିଛି। ସନ୍ଧ୍ୟା ପରେ ଘନ ଅନ୍ଧକାରର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଲାଇଟ୍ ହାସ ଠାରୁ ଷ୍ଟ୍ରିଲିଙ୍ଗ ବେଳାଭୂମି ପର୍ଯ୍ୟନ୍ତ ଆଡ୍ଡା ଜମାଇ ବିଭିନ୍ନ ନିଶା ସେବନ କରୁଛନ୍ତି। ନିଶା ସେବନ ପରେ ସନ୍ଧ୍ୟା ସମୟରେ ବୁଲାବୁଲି କରୁଥିବା ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରିବା ସହିତ ଚୋରି ଛିନତାଇ ମଧ୍ୟ କରୁଛନ୍ତି। ପୁରୀ ଭଳି ଏକ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବେଳାଭୂମିରେ ଆଲୋକ ବ୍ୟବସ୍ଥା ନରହିବା ଯୋଗୁ ବେଳାଭୂମିରେ ଦୁର୍ବୁତ୍ତମାନେ ଖୁଲମଖୁଲା ନିଶା ସେବନ କରିବା ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକିଛି ଦିନ ତଳେ ଗୋପାଳପୁର ବେଳାଭୂମିରେ କିଛି ଦୁର୍ବୁତ୍ତ ଏହି ଅନ୍ଧକାରର ସୁଯୋଗ ନେଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି ହେବା ପରେ ମଧ୍ୟ ମାତ୍ର ଅଳ୍ପଦିନ ପୁରୀ ବେଳାଭୂମିରେ ବିଦ୍ୟୁତ୍ ଖୁଣ୍ଟିରେ ଲାଇଟ
ପୁରୀ : ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ। ଏହି ଉକ୍ତିକୁ ପ୍ରମାଣିତ କରିଛି ପୁରୀ ଜିଲ୍ଲା ପ୍ରଶାସନ। ନ୍ୟୁଜ୍7 ରେ ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ପୁରୀ ବେଳାଭୂମିରେ ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା କରାଯାଉନାହିଁ। ବିଶ୍ବପ୍ରସିଦ୍ଧ ପୁରୀର ବେଳାଭୂମି ଏବେ ଅନ୍ଧକାର ଘେରରେ। ବିଦ୍ୟୁତ୍ ଖୁଣ୍ଟି ଅଛି ହେଲେ ଆଲୁଅ ଜଳୁ ନାହିଁ। ଦିନେ କି ଦୁଇଦିନ ନୁହେଁ ଦୀର୍ଘ ଦିନ ହେବ ଏଭଳି ଅବ୍ୟବସ୍ଥା ପୁରୀ ବେଳାଭୂମିରେ ଲାଗି ରହିଛି। ସନ୍ଧ୍ୟା ପରେ ଘନ ଅନ୍ଧକାରର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଲାଇଟ୍ ହାସ ଠାରୁ ଷ୍ଟ୍ରିଲିଙ୍ଗ ବେଳାଭୂମି ପର୍ଯ୍ୟନ୍ତ ଆଡ୍ଡା ଜମାଇ ବିଭିନ୍ନ ନିଶା ସେବନ କରୁଛନ୍ତି। ନିଶା ସେବନ ପରେ ସନ୍ଧ୍ୟା ସମୟରେ ବୁଲାବୁଲି କରୁଥିବା ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରିବା ସହିତ ଚୋରି ଛିନତାଇ ମଧ୍ୟ କରୁଛନ୍ତି। ପୁରୀ ଭଳି ଏକ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବେଳାଭୂମିରେ ଆଲୋକ ବ୍ୟବସ୍ଥା ନରହିବା ଯୋଗୁ ବେଳାଭୂମିରେ ଦୁର୍ବୁତ୍ତମାନେ ଖୁଲମଖୁଲା ନିଶା ସେବନ କରିବା ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକିଛି ଦିନ ତଳେ ଗୋପାଳପୁର ବେଳାଭୂମିରେ କିଛି ଦୁର୍ବୁତ୍ତ ଏହି ଅନ୍ଧକାରର ସୁଯୋଗ ନେଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି ହେବା ପରେ ମଧ୍ୟ ମାତ୍ର ଅଳ୍ପଦିନ ପୁରୀ ବେଳାଭୂମିରେ ବିଦ୍ୟୁତ୍ ଖୁଣ୍ଟିରେ ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ସେହିପରି ଗତ କିଛିଦିନ ହେବ ପୁଣି ପୁରୀ ବେଳାଭୂମିର ଲାଇଟ ହାଉସ୍ ଠାରୁ ଷ୍ଟ୍ରିଲିଙ୍ଗ ବେଳାଭୂମି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧକାର ରହିଛି। ତେବେ ରାଜ୍ୟ ସରକାର ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତୁରନ୍ତ ଉଜ୍ବଳ ଆଲୋକ ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି।
ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ବେଳାଭୂମିରେ ନୂଆ ପାଦଚଲା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଝାଉଁ ଗଛ ଲଗାଯାଇ ବେଳାଭୂମିକୁ ଆକର୍ଷଣୀୟ ମଧ୍ୟ କରାଯାଇଛି। ତେବେ ଏହି ଝାଉଁ ଗଛ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନ ହେଉ ଅବା ରାତି ମଦ୍ୟପମାନେ ଝାଉଁ ଗଛ ଭିତରେ ବସି ଖୁଲମଖୁଲା ମଦ୍ୟପାନ କରୁଛନ୍ତି। କେବଳ ସେତିକି ନୁହେଁ ବେଳାଭୂମିରେ ଏବେ କୁଢ଼ କୁଢ଼ ମଦ ବୋତଲ ଗଡୁଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମିକୁ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯ୍ୟଟକ ବେଳାଭୂମିରେ ଏଭଳି ଅବ୍ୟବସ୍ଥା ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବେଳାଭୂମିରେ ଖୁଲମଖୁଲା ନିଶା କାରବାର ଚାଲିଥିବା ବେଳେ ପୁରୀ ପୋଲିସ କିଭଳି ଏହା ଜାଣି ପାରୁନାହୁଁ ନା ଜାଣିଶୁଣି ଚୁପ୍ ରହିଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ବେଳାଭୂମିରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିବା ବେଳେ ପୁରୀ ଏସପି କହିଛନ୍ତି ବେଳାଭୂମିର ସୁରକ୍ଷାକୁ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଯଦି କିଛି ତ୍ରୁଟି ବିଚ୍ୟୁତି ରହିଛି ତେବେ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ପୁରୀ ବେଳାଭୂମିରେ ଆଲୋକୀକରଣ ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ପାଇଁ ଆଗାମୀ ଦିନରେ ସ୍ଵତନ୍ତ୍ର ଯୋଜନା କରାଯିବ।
ପୁରୀ ବେଳାଭୂମିରେ ହଜାର ହଜାର ମହିଳା ପର୍ଯ୍ୟଟକ ସନ୍ଧ୍ୟା ବେଳେ ବୁଲାବୁଲି କରୁଥିବା ବେଳେ ବେଳାଭୂମିରେ ଲାଇଟ୍ ବ୍ୟବସ୍ଥା ନରହିବା ପର୍ଯ୍ୟଟକ ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସହ ଆଲୋକୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ସବୁଜାଣି ମଧ୍ୟ ଅଜଣା ରହିଛି। ପୁରୀକୁ ଦେଶର ଏକ ନମ୍ବର ପର୍ଯ୍ୟଟନସ୍ଥଳୀ କରିବା ପାଇଁ ରାଜ୍ୟ ସରକାର ସ୍ବପ୍ନ ଦେଖୁଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ଖାମଖିଆଲି ମନୋଭାବ ରାଜ୍ୟ ସରକାରଙ୍କ ସ୍ବପ୍ନକୁ ପୂରଣ କରିବାରେ ସଫଳ ହେବ କି ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।