ବିଶ୍ବର ଟପ୍ ୧୦ ଅର୍ଥନୀତି : ଜାଣନ୍ତୁ କେବେ ସୁଦ୍ଧା ଆମେରିକାକୁ ପଛରେ ପକାଇବ ଭାରତ…..ଆସିଲା ରିପୋର୍ଟ
ନୂଆଦିଲ୍ଲୀ : କେଉଁ ଦେଶ ବିଶ୍ବର ଶ୍ରେଷ୍ଠ -୧୦ ଅର୍ଥନୀତି ତାଲିକାରେ ରହିଛନ୍ତି। ଏନେଇ ଏକ ତାଲିକା ଫୋର୍ବସ୍ ଦ୍ୱାରା ପ୍ରକାଶ ପାଇଛି। ଜିଡିପି ଆଧାରରେ ଦେଶର ୧୦ଟି ବଡ ଅର୍ଥନୀତି ବିଷୟରେ ସୂଚନା ଦିଆଯାଇଛି । IMF ଦ୍ବାରା ୭ ଫେବୃଆରୀ ୨୦୨୪ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମେରିକା, ଚୀନ୍, ଜାପାନ, ଜର୍ମାନୀ ଏବଂ ଭାରତର ନାମ ଶ୍ରେଷ୍ଠ -୫ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଆମେରିକୀୟ – ୨୭,୯୭୪ ବିଲିୟନ ଡଲାର ଚୀନ୍ […]

ନୂଆଦିଲ୍ଲୀ : କେଉଁ ଦେଶ ବିଶ୍ବର ଶ୍ରେଷ୍ଠ -୧୦ ଅର୍ଥନୀତି ତାଲିକାରେ ରହିଛନ୍ତି। ଏନେଇ ଏକ ତାଲିକା ଫୋର୍ବସ୍ ଦ୍ୱାରା ପ୍ରକାଶ ପାଇଛି। ଜିଡିପି ଆଧାରରେ ଦେଶର ୧୦ଟି ବଡ ଅର୍ଥନୀତି ବିଷୟରେ ସୂଚନା ଦିଆଯାଇଛି । IMF ଦ୍ବାରା ୭ ଫେବୃଆରୀ ୨୦୨୪ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମେରିକା, ଚୀନ୍, ଜାପାନ, ଜର୍ମାନୀ ଏବଂ ଭାରତର ନାମ ଶ୍ରେଷ୍ଠ -୫ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।
- ଆମେରିକୀୟ – ୨୭,୯୭୪ ବିଲିୟନ ଡଲାର
- ଚୀନ୍ – ୧୮,୫୬୬ ବିଲିୟନ ଡ଼ଲାର୍
- ଜର୍ମାନୀ – ୪,୭୩୦ ବିଲିୟନ ଡଲାର
- ଜାପାନ – ୪,୨୯୧ ବିଲିୟନ ଡଲାର
- ଭାରତ – ୪,୧୧୨ ବିଲିୟନ ଡଲାର
- ବ୍ରିଟେନ – ୩,୫୯୨ ବିଲିୟନ ଡ଼ଲାର୍
- ଫ୍ରାନ୍ସ – ୩,୧୮୨ ବିଲିୟନ ଡ଼ଲାର
- ଇଟାଲୀ – ୨,୨୮୦ ବିଲିୟନ ଡ଼ଲାର୍
- ବ୍ରାଜିଲ – ୨,୨୭୨ ବିଲିୟନ ଡ଼ଲାର
- କାନାଡା – ୨,୨୪୨ ବିଲିୟନ ଡ଼ଲାର୍
୨୦୭୫ ସୁଦ୍ଧା ଭାରତ ଆମେରିକାକୁ ଅତିକ୍ରମ କରିବ
ଆଇଏମ୍ଏଫ୍ ଏବଂ ବର୍ତ୍ତମାନ ବିଶ୍ବର ଅଗ୍ରଣୀ ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସ୍ୟାଚ୍ରଙ୍କ ଆକଳନ ଅନୁଯାୟୀ,୨୦୭୫ ସୁଦ୍ଧା ଅର୍ଥନୀତି ଦୃଷ୍ଟିରୁ ଭାରତ ଆମେରିକାଠାରୁ ଆଗରେ ରହିବ। ୨୦୭୫ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଏହା ବ୍ୟତୀତ କେବଳ ଚୀନ୍ ଭାରତଠାରୁ ଆଗରେ ରହିବ। ଆଇଏମ୍ଏଫ୍ ଆକଳନ ଅନୁଯାୟୀ ୨୦୨୭ ମସିହାରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଏହି ସମୟରେ କେବଳ ଆମେରିକା ଏବଂ ଚୀନ୍ ଭାରତଠାରୁ ଆଗରେ ରହିବେ।
୧୪୦ କୋଟିର ଜନସଂଖ୍ୟା ସହ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ହୋଇପାରିଛି। ବର୍ତ୍ତମାନ ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ୩୧% ହେଉଛନ୍ତି ମଧ୍ୟବିତ୍ତ। ୨୦୩୧ ସୁଦ୍ଧା ଏହା ୩୮ % ଏବଂ ୨୦୪୭ ସୁଦ୍ଧା ୬୦%ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ତେଣୁ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ବେଳକୁ ଦେଶର ୧୦୦ କୋଟି ଅଧିକ ଲୋକ ମଧ୍ୟବିତ୍ତ ଶ୍ରେଣୀରେ ରହିବେ।
ଗୋଲ୍ଡମ୍ୟାନ୍ ସ୍ୟାଚ୍ର ରିପୋର୍ଟ ଅନୁଯାୟୀ, ୧୯୮୦ରୁ ୨୦୧୦ ପର୍ଯ୍ୟନ୍ତ ଭାରତର ଜିଡିପି ଅନ୍ୟ ଦେଶ ତୁଳନାରେ ବହୁତ କମ୍ ଥିଲା। ତେବେ ୨୦୨୦ରୁ ୨୦୭୫ ମଧ୍ୟରେ ଭାରତର ଜିଡିପି କ୍ରମାଗତ ଭାବରେ ଏବଂ ବୃହତ ବେଗରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପୂର୍ବାନୁମାନ ଅନୁଯାୟୀ ୨୦୭୫ ସୁଦ୍ଧା ଭାରତର ଜିଡିପି ୫୨.୫ ଟ୍ରିଲିୟନ ଡଲାର ହେବ। ୫୭ ଟ୍ରିଲିୟନ ଡଲାର ଜିଡିପି ସହିତ ଚୀନ୍ ଶୀର୍ଷରେ ରହିବ। ଏଥିସହିତ ୫୧.୫ ଟ୍ରିଲିୟନ ଡଲାର ସହିତ ଆମେରିକା ତୃତୀୟ ସ୍ଥାନରେ, ୩୦.୩ ଟ୍ରିଲିୟନ ଡଲାର ସହିତ ୟୁରୋପ ଚତୁର୍ଥ ସ୍ଥାନରେ ଏବଂ ୭.୫ ଟ୍ରିଲିୟନ ଡଲାର ସହିତ ଜାପାନ ୫ମ ସ୍ଥାନରେ ରହିବ। ବର୍ତ୍ତମାନ ବିଶ୍ୱର ବୃହତ୍ତମ ଅର୍ଥନୀତି ତାଲିକାରେ ଭାରତ ୫ମ ସ୍ଥାନରେ ରହିଛି।