ବିଶ୍ବର ପ୍ରମୁଖ ଶହେ କମ୍ପାନୀ ତାଲିକା, ଭାରତର କୌଣସି କମ୍ପାନୀ ନାହିଁ
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦାନୀ ଗ୍ରୁପ୍ ଭଳି ଭାରତରେ ବହୁତ ବଡ଼ ବଡ଼ କମ୍ପାନୀ ରହିଛି। କିନ୍ତୁ ଏହା ମଧ୍ୟରୁ କୌଣସି ଗୋଟିଏ ବିଶ୍ବର ପ୍ରମୁଖ ଶହେ କମ୍ପାନୀ ମଧ୍ୟରେ ସାମିଲ ନାହିଁ। ସୁପ୍ରସିଦ୍ଧ ଶିଳ୍ପପତ୍ତି ତଥା ଆର୍ପିଜି ଗ୍ରୁପ୍ର ଅଧ୍ୟକ୍ଷ ହର୍ଷ ଗୋୟଙ୍କା ସେୟାର କରିଥିବା କମ୍ପାନୀ ତାଲିକାରେ ଏହି ସୂଚନା ଦିଆଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ହର୍ଷ ଅନେକ ସମୟରେ ଉଦ୍ୟୋଗ ଜଗତର ଅନେକ କଥା ସେୟାର […]

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦାନୀ ଗ୍ରୁପ୍ ଭଳି ଭାରତରେ ବହୁତ ବଡ଼ ବଡ଼ କମ୍ପାନୀ ରହିଛି। କିନ୍ତୁ ଏହା ମଧ୍ୟରୁ କୌଣସି ଗୋଟିଏ ବିଶ୍ବର ପ୍ରମୁଖ ଶହେ କମ୍ପାନୀ ମଧ୍ୟରେ ସାମିଲ ନାହିଁ। ସୁପ୍ରସିଦ୍ଧ ଶିଳ୍ପପତ୍ତି ତଥା ଆର୍ପିଜି ଗ୍ରୁପ୍ର ଅଧ୍ୟକ୍ଷ ହର୍ଷ ଗୋୟଙ୍କା ସେୟାର କରିଥିବା କମ୍ପାନୀ ତାଲିକାରେ ଏହି ସୂଚନା ଦିଆଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ହର୍ଷ ଅନେକ ସମୟରେ ଉଦ୍ୟୋଗ ଜଗତର ଅନେକ କଥା ସେୟାର କରିଥାନ୍ତି। ଏବେ ସେ ଦେଶ ପ୍ରମୁଖ କମ୍ପାନୀଙ୍କ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ କହିଥିଲେ ଯେ ୨୦୨୪ରେ ବିଶ୍ବର ପ୍ରମୁଖ ଶହେ କମ୍ପାନୀ ମଧ୍ୟରେ ଭାରତର ଗୋଟିଏ ସାମିଲ ନାହିଁ। ଏହି ତାଲିକାର ପ୍ରଥମରେ ଲେଗୋ ରହିଛି। ଏହା ଡେନ୍ମାର୍କର କମ୍ପାନୀ। ଦ୍ବିତୀୟରେ ମର୍ସିଡିଜ୍ ବେଞ୍ଜ, ତୃତୀୟରେ ସ୍ବିଜରଲାଣ୍ଡର ରୋଲେକ୍ସ, ଚତୁର୍ଥରେ ଜାପାନର ସୋନି ଏବଂ ପଞ୍ଚମରେ କ୍ୟାନନ୍ ରହିଛି। ଏହି ତାଲିକାରେ ସର୍ବାଧିକ ୪୦ ଆମେରିକୀୟ କମ୍ପାନୀଙ୍କ ନାମ ରହିଛି। ଏଥିରେ ପେପାଲ୍, ନାଇକ, ମାଇକ୍ରୋସଫ୍ଟ, ନେଟ୍ଫ୍ଲିକ୍ସ, ଗୁଗୁଲ, ଆମାଜନ ଆଦି ସାମିଲ ରହିଛି। ହର୍ଷ ଗୋୟଙ୍କାଙ୍କ ଏହି ପୋଷ୍ଟ ଉପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ଆକାଶ ଗୋୟଲ କହିଛନ୍ତି ଯେ ଏହା ଲଜ୍ଜାର ବିଷୟ। ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଭାରତ ସବୁବେଳେ ଅନୁଧାବକ ରହିଆସିଛି। ମୌଳିକ ଏବଂ ବାସ୍ତବିକ ହେଲେ ମହାନତା ଆସିଥାଏ। ସୂଚନାଯୋଗ୍ୟ ଯେ ବିଶ୍ବର ପ୍ରମୁଖ ୧୦ ମୂଲ୍ୟବାନ କମ୍ପାନୀ ତାଲିକାରେ ମଧ୍ୟ କୌଣସି ଭାରତୀୟ କମ୍ପାନୀ ନାହିଁ। ଫୋର୍ବ୍ସ ଅନୁଯାୟୀ ୩.୪୬ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ସହ ଆପ୍ଲ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ସେହିପରି ମାଇକ୍ରୋସଫ୍ଟ (୩.୨୩ ଲକ୍ଷ କୋଟି) ଦ୍ବିତୀୟ, ଏନ୍ଭିଡିଆ (୨.୯୦) ତୃତୀୟ, ଆମାଜନ ଚତୁର୍ଥ ଏବଂ ଆଲ୍ଫାବେଟ ପଞ୍ଚମ ସ୍ଥାନରେ ରହିଛି।