ବିଶ୍ବରେ ଉତ୍ତେଜନା ବଢ଼ିବ ନା ଶାନ୍ତି ଫେରିବ; ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ କିପରି ହେବ ?

ନୂଆଦିଲ୍ଲୀ: ଆମେରିକାରେ ଆଗାମୀ ୪ ବର୍ଷ ପାଇଁ ନୂଆ ରାଷ୍ଟ୍ରପତି ଚୟନ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ହେବେ । ୨୦୨୦ରେ ନିର୍ବାଚନରେ ଜୋ- ବାଇଡେନଙ୍କ ଠାରୁ ପରାସ୍ତ ହେବା ପରେ ୨୦୨୪ରେ ପୁଣି ଥରେ କମ୍‌ବ୍ୟାକ୍ କରିଛନ୍ତି । ୨୦୧୬ରେ ସେ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ ଦ୍ବିତୀୟ ଥର ପାଇଁ ସେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି । ମାତ୍ର ୨୦୧୬ ନିର୍ବାଚନ ଅପେକ୍ଷା ଏହି ମୁକିବିଲା ସମ୍ପୂର୍ଣ୍ଣ ଭାବେ ଭିନ୍ନ । ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ନିର୍ବାଚିତ ହୋଇ ହ୍ବାଇଟ୍ ହାଉସ ପହଞ୍ଚିବା ସମୟରେ ବୈଶ୍ବିକ ସ୍ଥିତି ଅଲଗା ଥିଲା । ହେଲେ ଏବେ ବିଶ୍ବର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି । ସେହି ସମୟ ଡୋନାଲ୍ଡ ଟ୍ରମ୍ପ ନବନିଯୁକ୍ତ ଭାବେ ହ୍ବାଇଟ୍ ହାଉସରେ ପହଞ୍ଚିଥିଲେ । ମାତ୍ର ଏବେ ଅନୁଭବ ଏବଂ ଅଧିକ ଆକ୍ରମଣାତ୍ମକ ଭାବେ ସରକାର ଚଳାଇବାର ଇଛାଶକ୍ତି ରଖିଛନ୍ତି । ଆମେରିକାବାସୀଙ୍କ ସ୍ବାର୍ଥ ଏବଂ ବିଶ୍ବର ଏକ ଶକ୍ତିଶାଳୀ ରାଷ୍ଟ୍ରର ନେତା ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି । ୨୦୨୪ରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ, ପୂର୍ବ ନିର୍ବାଚନ ଅପେକ୍ଷା ବଡ଼ ବିଜୟ ବୋଲି କୁହାଯାଉଛି । ୨୦୧୬ ମୁକାବିଲା ଅପେକ୍ଷା ଏଥର ତାଙ୍କୁ ଅଧିକ ପ୍ରତିଶତ ଭୋଟ୍ ମିଳିଛି । ତା’ ଛଡ଼ା ୨୦୨୪ ରାଷ୍ଟ୍ରପ

ବିଶ୍ବରେ ଉତ୍ତେଜନା ବଢ଼ିବ ନା ଶାନ୍ତି ଫେରିବ; ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ କିପରି ହେବ ?

ନୂଆଦିଲ୍ଲୀ: ଆମେରିକାରେ ଆଗାମୀ ୪ ବର୍ଷ ପାଇଁ ନୂଆ ରାଷ୍ଟ୍ରପତି ଚୟନ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ହେବେ । ୨୦୨୦ରେ ନିର୍ବାଚନରେ ଜୋ- ବାଇଡେନଙ୍କ ଠାରୁ ପରାସ୍ତ ହେବା ପରେ ୨୦୨୪ରେ ପୁଣି ଥରେ କମ୍‌ବ୍ୟାକ୍ କରିଛନ୍ତି । ୨୦୧୬ରେ ସେ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ ଦ୍ବିତୀୟ ଥର ପାଇଁ ସେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି । ମାତ୍ର ୨୦୧୬ ନିର୍ବାଚନ ଅପେକ୍ଷା ଏହି ମୁକିବିଲା ସମ୍ପୂର୍ଣ୍ଣ ଭାବେ ଭିନ୍ନ । 

୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ନିର୍ବାଚିତ ହୋଇ ହ୍ବାଇଟ୍ ହାଉସ ପହଞ୍ଚିବା ସମୟରେ ବୈଶ୍ବିକ ସ୍ଥିତି ଅଲଗା ଥିଲା । ହେଲେ ଏବେ ବିଶ୍ବର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି । ସେହି ସମୟ ଡୋନାଲ୍ଡ ଟ୍ରମ୍ପ ନବନିଯୁକ୍ତ ଭାବେ ହ୍ବାଇଟ୍ ହାଉସରେ ପହଞ୍ଚିଥିଲେ । ମାତ୍ର ଏବେ ଅନୁଭବ ଏବଂ ଅଧିକ ଆକ୍ରମଣାତ୍ମକ ଭାବେ ସରକାର ଚଳାଇବାର ଇଛାଶକ୍ତି ରଖିଛନ୍ତି । ଆମେରିକାବାସୀଙ୍କ ସ୍ବାର୍ଥ ଏବଂ ବିଶ୍ବର ଏକ ଶକ୍ତିଶାଳୀ ରାଷ୍ଟ୍ରର ନେତା ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି । 

୨୦୨୪ରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ, ପୂର୍ବ ନିର୍ବାଚନ ଅପେକ୍ଷା ବଡ଼ ବିଜୟ ବୋଲି କୁହାଯାଉଛି । ୨୦୧୬ ମୁକାବିଲା ଅପେକ୍ଷା ଏଥର ତାଙ୍କୁ ଅଧିକ ପ୍ରତିଶତ ଭୋଟ୍ ମିଳିଛି । ତା’ ଛଡ଼ା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବଡ଼ ପ୍ଲସ୍ ପଏଣ୍ଟ ହେଉଛି, ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ଆମେରିକା ସିନେଟରେ ବହୁମତ ହାସଲ କରିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ସଙ୍ଗେ ସଙ୍ଗେ କଂଗ୍ରେସ ବା ସଂସଦ ଇଲେକ୍ସନ ମଧ୍ୟ ହୋଇଛି । ଆମେରିକା କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଛି । ଏଥିରେ ଅପର ହାଉସ ବା ସିନେଟ୍ ଏବଂ ନିମ୍ନ ଗୃହ ବା ହାଉସ୍ ଅଫ୍ ରିପ୍ରେଜେଣ୍ଟାଟିଭ୍ କୁହାଯାଏ । ରିପବ୍ଲିକାନ ପାର୍ଟି ସିନେଟରେ ମଧ୍ୟ ବହୁମତ ହାସଲ କରିଛି । ୧୦୦ ଆସନ ବିଶିଷ୍ଟ ସିନେଟରେ ରିପବ୍ଲିକାନ ପାର୍ଟିକୁ ୫୨ ସିଟ୍ ମିଳିଥିବା ବେଳେ ଡେମୋକ୍ରାଟିକ୍ ପାର୍ଟିକୁ ୪୪ ଆସନ ମିଳିଛି । ୪ ବର୍ଷରେ ପ୍ରଥମ ଥର ରିପବ୍ଲିକାନ ପାର୍ଟିକୁ ସିନେଟରେ ସଂଖ୍ୟା ଗରିଷ୍ଠତା ମିଳିଛି । ସେହିପରି ହାଉସ୍ ଅଫ୍ ରିପ୍ରେଜେଣ୍ଟାଟିଭରେ ରିପବ୍ଲିକାନ ପାର୍ଟିକୁ ୨୦୬ ସିଟ୍ ମିଳିଥିବା ବେଳେ କମଲା ହାରିସଙ୍କୁ ଡେମୋକ୍ରାଟିକ୍ ପାର୍ଟି ୧୯୦ ଆସନରେ ବିଜୟୀ ହୋଇଛି । 

ଡୋନାଲ୍ଡ ଟ୍ରମ୍ପ ଏଭଳି ସମୟରେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି, ଯେଉଁ ବିଶ୍ବର ଭିନ୍ନ ଭିନ୍ନ ସ୍ଥାନରେ ଯୁଦ୍ଧର କଳାବାଦଲ ଘୋଟିଛି । ଗୋଟିଏ ପଟେ ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଚାଲୁଥିବା ବେଳେ ଅନ୍ୟପଟେ ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଛି । ଇସ୍ରାଏଲ ସହିତ ଫିଲିସ୍ତାନ, ଇରାନ, ଲେବାନନ ଆଦି ଯୁଦ୍ଧ କରୁଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଆଶା କରାଯାଉଛି, ଯୁଦ୍ଧକୁ ଗମ୍ଭୀରତାର ସହିତ ନେବେ । ଋଷ୍-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ରୋକ୍ ଲାଗିବ ନା ଯୁଦ୍ଧ ଆହୁରି ତୀବ୍ର ହେବ ତାହା ସମୟ କହିବ ।..