ରୋହିତ-ଗିଲ୍‌ଙ୍କ ଶତକ, ଧର୍ମଶାଳା ଟେଷ୍ଟରେ ୨୫୫ ରନରେ ଅଗ୍ରଣୀ ଭାରତ

ଧର୍ମଶାଳା: ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଶତକ ବଳରେ ଧର୍ମଶାଳା ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ। ଦ୍ଵିତୀୟ ଦିନରେ ଭାରତ ୮ ଓ୍ଵିକେଟ୍ ହରାଇ ୪୭୩ ରନ କରିଛି। ଦଳ ଇଂଲଣ୍ଡଠୁ ୨୫୫ ରନର ଅଗ୍ରଣୀ ହାସଲ କରିଛି। କୁଲଦୀପ ଯାଦବ ୨୭ ଓ ଯଶପ୍ରୀତ ବୁମରା ୧୯ ରନ କରି ଅପରାଜିତ ଅଛନ୍ତି। ରୋହିତ ଶର୍ମା ୧୦୩ ରନ କରିଥିବା ବେଳେ ଶୁଭମନ ଗିଲ୍ ୧୧୦ ରନ କରିଛନ୍ତି। ପଦାର୍ପଣ ଟେଷ୍ଟରେ ଦେବଦତ୍ତ ପାଡିକଲ୍ ଓ ସରଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ସୋଏବ ବଶିର ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଦିନର ଖେଳ ୧୩୫/୧ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୫୨ ରନ ଓ ଶୁଭମନ ଗିଲ୍ ୨୬ ରନ କରି କ୍ରିଜରେ ଥିଲେ। ଦ୍ଵିତୀୟ ଦିନ ଆରମ୍ଭରୁ ଦୁଇ ବ୍ୟାଟର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବିଶେଷ କରି ଶୁଭମନ ଗିଲ୍ ହାତ ଖୋଲା ସଟ୍ ଖେଳି ଚାଲିଥିଲେ। ଏହି କ୍ରମରେ ରୋହିତ ଶର୍ମା ଏବଂ ଗିଲ୍ ନିଜ ନିଜର ଟେଷ୍ଟ ଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୭୧ ରନ ଯୋଡ଼ିଥିଲେ। ରୋହିତ ଶର୍ମାଙ୍କୁ ବୋଲ୍ଡ କରି ବେନ ଷ୍ଟୋକ୍ସ ଦ୍ଵିତୀୟ ସଫଳତା ଦେଇଥିଲେ। ଭାରତୀୟ ଅଧିନାୟକ ୧୩ ଚୌକା ଓ ୩ ଛକା ସହ ୧୦୩ ରନ ଖେଳିଥିଲେ। ତାଙ୍କ ପରେ ପରେ ଶୁଭମନ ଗିଲ୍ ମଧ୍ୟ ପାଭିଲିୟନ ଫେରିଥିଲେ। ସେ ୧୫୦ ବଲ୍‌ରୁ ୧୨ ଚୌକା ଓ ୫ ଛକା ସହ ୧୧୦ ରନ କରିଥିଲେ। ଏହା ପରେ ପଦାର୍ପଣ କରିଥିବା ଦେବଦତ

ରୋହିତ-ଗିଲ୍‌ଙ୍କ ଶତକ, ଧର୍ମଶାଳା ଟେଷ୍ଟରେ ୨୫୫ ରନରେ ଅଗ୍ରଣୀ ଭାରତ

ଧର୍ମଶାଳା: ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଶତକ ବଳରେ ଧର୍ମଶାଳା ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତ। ଦ୍ଵିତୀୟ ଦିନରେ ଭାରତ ୮ ଓ୍ଵିକେଟ୍ ହରାଇ ୪୭୩ ରନ କରିଛି। ଦଳ ଇଂଲଣ୍ଡଠୁ ୨୫୫ ରନର ଅଗ୍ରଣୀ ହାସଲ କରିଛି। କୁଲଦୀପ ଯାଦବ ୨୭ ଓ ଯଶପ୍ରୀତ ବୁମରା ୧୯ ରନ କରି ଅପରାଜିତ ଅଛନ୍ତି। ରୋହିତ ଶର୍ମା ୧୦୩ ରନ କରିଥିବା ବେଳେ ଶୁଭମନ ଗିଲ୍ ୧୧୦ ରନ କରିଛନ୍ତି। ପଦାର୍ପଣ ଟେଷ୍ଟରେ ଦେବଦତ୍ତ ପାଡିକଲ୍ ଓ ସରଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ସୋଏବ ବଶିର ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। 

ପ୍ରଥମ ଦିନର ଖେଳ ୧୩୫/୧ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୫୨ ରନ ଓ ଶୁଭମନ ଗିଲ୍ ୨୬ ରନ କରି କ୍ରିଜରେ ଥିଲେ। ଦ୍ଵିତୀୟ ଦିନ ଆରମ୍ଭରୁ ଦୁଇ ବ୍ୟାଟର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବିଶେଷ କରି ଶୁଭମନ ଗିଲ୍ ହାତ ଖୋଲା ସଟ୍ ଖେଳି ଚାଲିଥିଲେ। ଏହି କ୍ରମରେ ରୋହିତ ଶର୍ମା ଏବଂ ଗିଲ୍ ନିଜ ନିଜର ଟେଷ୍ଟ ଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୭୧ ରନ ଯୋଡ଼ିଥିଲେ। ରୋହିତ ଶର୍ମାଙ୍କୁ ବୋଲ୍ଡ କରି ବେନ ଷ୍ଟୋକ୍ସ ଦ୍ଵିତୀୟ ସଫଳତା ଦେଇଥିଲେ। ଭାରତୀୟ ଅଧିନାୟକ ୧୩ ଚୌକା ଓ ୩ ଛକା ସହ ୧୦୩ ରନ ଖେଳିଥିଲେ। ତାଙ୍କ ପରେ ପରେ ଶୁଭମନ ଗିଲ୍ ମଧ୍ୟ ପାଭିଲିୟନ ଫେରିଥିଲେ। ସେ ୧୫୦ ବଲ୍‌ରୁ ୧୨ ଚୌକା ଓ ୫ ଛକା ସହ ୧୧୦ ରନ କରିଥିଲେ। 

ଏହା ପରେ ପଦାର୍ପଣ କରିଥିବା ଦେବଦତ୍ତ ପାଡିକଲ ଓ ସରଫରାଜ ଖାନ ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୯୭ ରନ ଯୋଡ଼ିଥିଲେ। ସରଫରାଜ ଖାନ ଦ୍ରୁତ ବ୍ୟାଟିଂ କରି ସିରିଜ୍‌ରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬୦ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୫୬ ରନ କରିଥିଲେ। ତାଙ୍କ ପରେ ନିଜର ପଦାର୍ପଣ ଟେଷ୍ଟରେ ପାଡିକଲର ୬୫ ରନର ଇନିଂସ ଖେଳିଥିଲେ। ରବୀନ୍ଦ୍ର ଜାଡ଼େଜା ୧୫ ଓ ଧ୍ରୁବ ଜୁରେଲ ୧୫ ରନ କରି ପାଭିଲିୟନ ଫେରିଥିଲେ। ଅଶ୍ଵିନ ଖାତା ଖୋଲି ପାରି ନ ଥିଲେ। କୁଲଦୀପ ଯାଦବ ୨୭ ରନ ଓ ବୁମରା ୧୯ ରନ କରି ଅପରାଜିତ ଅଛନ୍ତି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୮ ଓ୍ଵିକେଟ୍ ହରାଇ ୪୭୩ ରନ କରିଛି। 

ଇଂଲଣ୍ଡ ପକ୍ଷରୁ ସୋଏବ ବଶିର ୧୭୦ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟମ୍ ହାର୍ଟଲୀ ୨ଟି, ଜେମ୍ସ ଆଣ୍ଡରସନ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।