ବିଶ୍ୱ ଦେଖୁଛି ଭାରତର ଶକ୍ତି: ଗୌତମ ଆଦାନୀ
ନୂଆଦିଲ୍ଲୀ,୯।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ସେନାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ କହିଛନ୍ତି, ବିଶ୍ୱ ଭାରତର ପ୍ରକୃତ ଶକ୍ତି ଏବଂ ଏକତା ଦେଖୁଛି, ଯାହା ଏହାର ବିବିଧତା ଏବଂ ସମାନତା ଉଭୟରେ ନିହିତ। ସେନା ଅଟଳ ଏକତାରେ ଠିଆ ଆମେ ହୋଇଛୁ। ମାତୃଭୂମିର ଆତ୍ମା ଏବଂ ଆଦର୍ଶର ଆତ୍ମାକୁ ରକ୍ଷା କରିବାରେ ପୂର୍ଣ୍ଣ ସମର୍ଥନ କରିବୁ। […] The post ବିଶ୍ୱ ଦେଖୁଛି ଭାରତର ଶକ୍ତି: ଗୌତମ ଆଦାନୀ appeared first on Dharitri Odia News.
ନୂଆଦିଲ୍ଲୀ,୯।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ସେନାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି।
ସେ କହିଛନ୍ତି, ବିଶ୍ୱ ଭାରତର ପ୍ରକୃତ ଶକ୍ତି ଏବଂ ଏକତା ଦେଖୁଛି, ଯାହା ଏହାର ବିବିଧତା ଏବଂ ସମାନତା ଉଭୟରେ ନିହିତ। ସେନା ଅଟଳ ଏକତାରେ ଠିଆ ଆମେ ହୋଇଛୁ। ମାତୃଭୂମିର ଆତ୍ମା ଏବଂ ଆଦର୍ଶର ଆତ୍ମାକୁ ରକ୍ଷା କରିବାରେ ପୂର୍ଣ୍ଣ ସମର୍ଥନ କରିବୁ। ଜୟ ହିନ୍ଦ।
ଗୁରୁବାର ରାତିରେ ଜମ୍ମୁ-କଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ସୀମାନ୍ତ ଅଞ୍ଚଳକୁ ଟାର୍ଗେଟ କରି ପାକିସ୍ତାନର ଆକ୍ରମଣକୁ ଭାରତ ସଫଳତାର ସହ ବିଫଳ କରିଛି। ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଆକ୍ରମଣ ଚେଷ୍ଟା କରାଯିବା ଯୋଗୁ ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ବ୍ଲାକ୍ ଆଉଟ୍ କରାଯାଇଥିଲା।
The post ବିଶ୍ୱ ଦେଖୁଛି ଭାରତର ଶକ୍ତି: ଗୌତମ ଆଦାନୀ appeared first on Dharitri Odia News.