ବିଶ୍ୱନିଅନ୍ତାଙ୍କ ରଥ ନିର୍ମାଣରେ କୁନି କାରିଗର, ପାରମ୍ପରିକ କାର୍ଯ୍ୟରେ ଲାଗିଛନ୍ତି ସେବାୟତ

ପୁରୀ ୦୮/୦୬: ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ରୂପକାର ସେବକ। ରଥଯାତ୍ରା ଆସିଲେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ନ୍ତି ଏହି ରୂପକାର ସେବକ। ତେବେ ରୂପକାର ସେବାକୁ ବଞ୍ଚାଇ ରଖିବାକୁ ରୂପକାର ସେବକ ମାନେ ନିଜ ଘରର ଛୋଟ ଛୋଟ ପିଲା ମାନଙ୍କୁ ରଥଖଳାକୁ ଆଣି କାଠରେ ବିଭିନ୍ନ ଖୋଦେଇ କାର୍ଯ୍ୟ ଶିଖାଇଥାନ୍ତି। ରଥଖଳାରେ କୁନି କୁନି ରଥ ନିର୍ମାଣକାରୀ ସେବକ। ଖେଳକୁଦ ବୟସରେ ହାତରେ ପାରମ୍ପରିକ ମୁଗୁର, ବଟାଳି, ଲିହଣ, କିଆଶା ଓ ଖୋଲ ଧରି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ଏହି କୁନି କୁନି ରୂପକାର ସେବକ। ମାତ୍ର ୫ ବର୍ଷ ବୟସରୁ ଏମାନଙ୍କୁ ରଥଖଳାକୁ ଅଣାଯାଇ କାଠ ଉପରେ କିଭଳି ଖୋଦେଇ କାର୍ଯ୍ୟ କରାଯାଏ ସେନେଇ ପ୍ରଶିକ୍ଷଣ ଦିଆଯାଏ। କୁନି ରୂପକାର ସେବକଙ୍କର ବାପା, ଜେଜେବାପା, ଦାଦା ଓ ବଡବାପା ମାନେ ଉପସ୍ଥିତ ରହି ବିଭିନ୍ନ ଖୋଦେଇ କାର୍ଯ୍ୟ କୋଣଗୁଜ, ପଟ୍ଟାଗୁଜ, ସିଂହ ବିରାଳ, ନର ବିରାଳ, ପ୍ରଭା ଆଦି ରଥର ବିଭିନ୍ନ ଅଂଶର ଖୋଦେଇ କାର୍ଯ୍ୟ ନିଜର ପରବର୍ତ୍ତୀ ଦାୟଦଙ୍କୁ ଶିକ୍ଷା ଦେଉଛନ୍ତି। ରୂପକାର ସେବକଙ୍କ କହିବା କଥା ସେମାନେ ମଧ୍ୟ ପିଲା ଦିନୁ ଏଭଳି ଶିକ୍ଷା ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗାମୀ ଦିନରେ ଯେଭଳି କୌଣସି ବାଧା ନଉପୁଜେ ତାହାକୁ ଦୃଷ୍ଟିରେ‌ ରଖି କୁନି ରୂପକାର ସେବକମାନଙ୍କୁ ପ୍

ବିଶ୍ୱନିଅନ୍ତାଙ୍କ ରଥ ନିର୍ମାଣରେ କୁନି କାରିଗର, ପାରମ୍ପରିକ କାର୍ଯ୍ୟରେ ଲାଗିଛନ୍ତି ସେବାୟତ

ପୁରୀ ୦୮/୦୬: ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ରୂପକାର ସେବକ। ରଥଯାତ୍ରା ଆସିଲେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ନ୍ତି ଏହି ରୂପକାର ସେବକ। ତେବେ ରୂପକାର ସେବାକୁ ବଞ୍ଚାଇ ରଖିବାକୁ ରୂପକାର ସେବକ ମାନେ ନିଜ ଘରର ଛୋଟ ଛୋଟ ପିଲା ମାନଙ୍କୁ ରଥଖଳାକୁ ଆଣି କାଠରେ ବିଭିନ୍ନ ଖୋଦେଇ କାର୍ଯ୍ୟ ଶିଖାଇଥାନ୍ତି। 

ରଥଖଳାରେ କୁନି କୁନି ରଥ ନିର୍ମାଣକାରୀ ସେବକ। ଖେଳକୁଦ ବୟସରେ ହାତରେ ପାରମ୍ପରିକ ମୁଗୁର, ବଟାଳି, ଲିହଣ, କିଆଶା ଓ ଖୋଲ ଧରି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ଏହି କୁନି କୁନି ରୂପକାର ସେବକ। ମାତ୍ର ୫ ବର୍ଷ ବୟସରୁ ଏମାନଙ୍କୁ ରଥଖଳାକୁ ଅଣାଯାଇ କାଠ ଉପରେ କିଭଳି ଖୋଦେଇ କାର୍ଯ୍ୟ କରାଯାଏ ସେନେଇ ପ୍ରଶିକ୍ଷଣ ଦିଆଯାଏ। 

କୁନି ରୂପକାର ସେବକଙ୍କର ବାପା, ଜେଜେବାପା, ଦାଦା ଓ ବଡବାପା ମାନେ ଉପସ୍ଥିତ ରହି ବିଭିନ୍ନ ଖୋଦେଇ କାର୍ଯ୍ୟ କୋଣଗୁଜ, ପଟ୍ଟାଗୁଜ, ସିଂହ ବିରାଳ, ନର ବିରାଳ, ପ୍ରଭା ଆଦି ରଥର ବିଭିନ୍ନ ଅଂଶର ଖୋଦେଇ କାର୍ଯ୍ୟ ନିଜର ପରବର୍ତ୍ତୀ ଦାୟଦଙ୍କୁ ଶିକ୍ଷା ଦେଉଛନ୍ତି। 

ରୂପକାର ସେବକଙ୍କ କହିବା କଥା ସେମାନେ ମଧ୍ୟ ପିଲା ଦିନୁ ଏଭଳି ଶିକ୍ଷା ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗାମୀ ଦିନରେ ଯେଭଳି କୌଣସି ବାଧା ନଉପୁଜେ ତାହାକୁ ଦୃଷ୍ଟିରେ‌ ରଖି କୁନି ରୂପକାର ସେବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ତେବେ ଏହି କୁନି ରୂପକାର ସେବକ ମାନେ ୫ବର୍ଷ ବୟସରେ ରଥଖଳାଳାକୁ ଆସି ରଥରେ ହେଉଥିବା ବିଭିନ୍ନ ଖୋଦେଇ କାର୍ଯ୍ୟର କଳାକୌଶଳ ଶିକ୍ଷା ଗ୍ରହଣ କରିଥିବା ବେଳେ ଏହାରି ଭିତରେ ଅନେକ କିଛି ନିର୍ମାଣ କାର୍ଯ୍ୟ ଶିଖି ସାରିଲେଣି। 

ଭବିଷ୍ୟତରେ ପାଠ ପଢ଼ି ଯେତେବଡ ଚାକିରି କଲେ ମଧ୍ୟ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ସେ ସବୁକାର୍ଯ୍ୟ ଛାଡ଼ି ମହାପ୍ରଭୁଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି କୁନି ରୂପକାର। କାରଣ ଏହା ତାଙ୍କ କୂଳର ପରମ୍ପରା। ତେଣୁ ସବୁଦିନ ପାଇଁ ଏହାକୁ ସେ ବଜାୟ ରଖିବେ ବୋଲି ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଏହି କୁନି ରୂପକାର ସେବକ। 

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ବିଶ୍ବାସ ରହିଛି ମହାପ୍ରଭୁ ନିଜେ ରଥ ନିର୍ମାଣକାରୀ ସେବକଙ୍କ ମାଧ୍ୟମରେ ନିଜର ତିନି ରଥ ନିର୍ମାଣ କରିଥାନ୍ତି। ରଥ ନିର୍ମାଣ କାର୍ଯ୍ୟର କଳାକୌଶଳ ବିଷୟରେ ଶିଖିବା ଅତ୍ୟନ୍ତ କଠିନ କାର୍ଯ୍ୟ। କିନ୍ତୁ ଏହି କୁନି ରୂପକାର ସେବକମାନଙ୍କୁ ଦେଖିଲେ ପ୍ରମାଣିତ ହୋଇଛି ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଏହି କଠିନ କାର୍ଯ୍ୟ ଅତି ସହଯରେ ମଧ୍ୟ ହୋଇପାରୁଛି।