ବିଷାକ୍ତ ଖମ୍ବଆଳୁ ଖାଇ ୪ ମହିଳା ଗୁରୁତର
ଆନନ୍ଦପୁର: ଜଙ୍ଗଲୀ ଖୁମ୍ବଆଳୁ ଖାଇ ୩ ପରିବାରର ୪ ମହିଳା ଗୁରୁତର । ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅର୍ଜୁନ ବଣିଆ ଗାଁରେ।ସୂଚନା ଅନୁଯାୟୀ, ଗାଁର ଚନ୍ଦ୍ରମଣି ନାୟକ ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ଏକ ଖମ୍ବଆଳୁ କିଣିଆଣିଥିଲେ। ଏହି ଖମ୍ବଆଳୁକୁ ତାଙ୍କ ପତ୍ନୀ ମନ୍ଦାକିନି ରୋଷେଇ କରିବା ସହ ଦୁଇ ପଡ଼ୋଶୀଙ୍କୁ ମଧ୍ୟ ଦେଇଥିଲେ। ଏହି ଭଳି ଭାବରେ ତିନି ପରିବାର ଯାକ ଏହି ଖମ୍ବଆଳୁ ଖାଇଥିଲେ।ଆଉ ଏହାକୁ ଖାଇବାର ପ୍ରାୟ ୪ ଘଣ୍ଟା ପରେ ୩ ପରିବାରର ଚାରି ମହିଳା ବାନ୍ତି ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସଙ୍ଗେ ସଙ୍ଗେ ସେମାନଙ୍କୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅବଶ୍ୟ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଏମିତିରେ ଖାଇଥିବା ଖମ୍ବଆଳୁ ଜଙ୍ଗଲୀ ଓ ବିଷାକ୍ତ ବୋଲି ଅନୁମାନ କରାଯାଉଛି ।
ଆନନ୍ଦପୁର: ଜଙ୍ଗଲୀ ଖୁମ୍ବଆଳୁ ଖାଇ ୩ ପରିବାରର ୪ ମହିଳା ଗୁରୁତର । ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅର୍ଜୁନ ବଣିଆ ଗାଁରେ।
ସୂଚନା ଅନୁଯାୟୀ, ଗାଁର ଚନ୍ଦ୍ରମଣି ନାୟକ ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ଏକ ଖମ୍ବଆଳୁ କିଣିଆଣିଥିଲେ। ଏହି ଖମ୍ବଆଳୁକୁ ତାଙ୍କ ପତ୍ନୀ ମନ୍ଦାକିନି ରୋଷେଇ କରିବା ସହ ଦୁଇ ପଡ଼ୋଶୀଙ୍କୁ ମଧ୍ୟ ଦେଇଥିଲେ। ଏହି ଭଳି ଭାବରେ ତିନି ପରିବାର ଯାକ ଏହି ଖମ୍ବଆଳୁ ଖାଇଥିଲେ।
ଆଉ ଏହାକୁ ଖାଇବାର ପ୍ରାୟ ୪ ଘଣ୍ଟା ପରେ ୩ ପରିବାରର ଚାରି ମହିଳା ବାନ୍ତି ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସଙ୍ଗେ ସଙ୍ଗେ ସେମାନଙ୍କୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅବଶ୍ୟ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଏମିତିରେ ଖାଇଥିବା ଖମ୍ବଆଳୁ ଜଙ୍ଗଲୀ ଓ ବିଷାକ୍ତ ବୋଲି ଅନୁମାନ କରାଯାଉଛି ।