ବିଷ୍ଣୁପଦଙ୍କ ପରେ ଆଉ ଦୁଇ ଆଇଏଏସ କିଏ ? ସତ ଉଗାରି ପାରିବ ତ ସିବିଆଇ ?
କନକ ବ୍ୟୁରୋ : ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସିବିଆଇ ତନାଘନା ଜାରି ରଖିଛି । ବି ଆଣ୍ଡ ଆର କର୍ପୋରେସନର କର୍ମଚାରୀଙ୍କୁ ଡାକି ଜେରା କରୁଛନ୍ତି । ଆଉ କେଉଁ ଆଇଏଏସ ଏଥିରେ ସମ୍ପୃକ୍ତ ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଷ୍ଣୁପଦଙ୍କ ଡେଡଲାଇନ ସରି ସରିଆସୁଛି । ହାଜର ନହେଲେ ତାଙ୍କ ବିରୋଧରେ ସିବିଆଇ କଠୋର ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଲାଞ୍ଚ କାରବାର ମାମଲାରେ ସିବିଆଇ ସ୍କାନରକୁ ଆସିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ବି. କେ ସିଂହଙ୍କର । ପୂର୍ବରୁ ଜେରା ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ସେ ଲେଖିଥିବା ଚିଠିକୁ ଆଧାର କରି ତାଙ୍କୁ ଝାଳବୁହା ଜେରା କରିଛନ୍ତି ସିବିଆଇର ଦିଲ୍ଲୀ ଟିମ୍ । ଲାଞ୍ଚ କାରବାର ଓ କେଉଁ କେଉଁ ଆଇଏଏସଙ୍କୁ ଭେଟିଥିଲେ ? କାହିଁକି ଭେଟିଥିଲେ ? ତାହା ଜାଣିବାକୁ ଉଦ୍ୟମ କରିଛନ୍ତି । ବି.କେ.ସିଂହଙ୍କୁ ସିବିଆଇ ଜେରା କରିବା ପରେ ଏବେ ଅନ୍ୟ ଅଫିସରଙ୍କ ଛାତି ଧଡଧଡ ହେଉଛି । କାରଣ ବି.କେ. ସିଂହ ସୋମବାର କନକ ନ୍ୟୁଜକୁ ପ୍ରତିକ୍ରିୟା ଦେବାବେଳେ କହିଥିଲେ ସେ କେବଳ ବିଷ୍ଣୁପଦଙ୍କୁ ନୁହେଁ, ଆଉ ଦୁଇ ଆଇଏଏସଙ୍କ ମଧ୍ୟ ଭେଟିଥିଲେ । ତେବେ ସେହି ଦୁଇ ଆଇଏଏସ କିଏ ? କେବେ ଓ କାହିଁକି ଆଇଏଏସଙ୍କୁ ଭେଟିଥିଲେ ? କେଉଁ ପ୍ରସଙ୍ଗରେ ଆଲୋଚନା କରିଥିଲେ ? ଏସବୁ ଜାଣିବା ପାଇଁ ସିବି

କନକ ବ୍ୟୁରୋ : ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସିବିଆଇ ତନାଘନା ଜାରି ରଖିଛି । ବି ଆଣ୍ଡ ଆର କର୍ପୋରେସନର କର୍ମଚାରୀଙ୍କୁ ଡାକି ଜେରା କରୁଛନ୍ତି । ଆଉ କେଉଁ ଆଇଏଏସ ଏଥିରେ ସମ୍ପୃକ୍ତ ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଷ୍ଣୁପଦଙ୍କ ଡେଡଲାଇନ ସରି ସରିଆସୁଛି । ହାଜର ନହେଲେ ତାଙ୍କ ବିରୋଧରେ ସିବିଆଇ କଠୋର ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ଲାଞ୍ଚ କାରବାର ମାମଲାରେ ସିବିଆଇ ସ୍କାନରକୁ ଆସିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ବି. କେ ସିଂହଙ୍କର । ପୂର୍ବରୁ ଜେରା ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ସେ ଲେଖିଥିବା ଚିଠିକୁ ଆଧାର କରି ତାଙ୍କୁ ଝାଳବୁହା ଜେରା କରିଛନ୍ତି ସିବିଆଇର ଦିଲ୍ଲୀ ଟିମ୍ । ଲାଞ୍ଚ କାରବାର ଓ କେଉଁ କେଉଁ ଆଇଏଏସଙ୍କୁ ଭେଟିଥିଲେ ? କାହିଁକି ଭେଟିଥିଲେ ? ତାହା ଜାଣିବାକୁ ଉଦ୍ୟମ କରିଛନ୍ତି ।
ବି.କେ.ସିଂହଙ୍କୁ ସିବିଆଇ ଜେରା କରିବା ପରେ ଏବେ ଅନ୍ୟ ଅଫିସରଙ୍କ ଛାତି ଧଡଧଡ ହେଉଛି । କାରଣ ବି.କେ. ସିଂହ ସୋମବାର କନକ ନ୍ୟୁଜକୁ ପ୍ରତିକ୍ରିୟା ଦେବାବେଳେ କହିଥିଲେ ସେ କେବଳ ବିଷ୍ଣୁପଦଙ୍କୁ ନୁହେଁ, ଆଉ ଦୁଇ ଆଇଏଏସଙ୍କ ମଧ୍ୟ ଭେଟିଥିଲେ । ତେବେ ସେହି ଦୁଇ ଆଇଏଏସ କିଏ ? କେବେ ଓ କାହିଁକି ଆଇଏଏସଙ୍କୁ ଭେଟିଥିଲେ ? କେଉଁ ପ୍ରସଙ୍ଗରେ ଆଲୋଚନା କରିଥିଲେ ? ଏସବୁ ଜାଣିବା ପାଇଁ ସିବିଆଇ ଅଧିକାରୀ ଉଦ୍ୟମ କରିଛନ୍ତି । ହେଲେ, ବାବୁଙ୍କ ଠାରୁ ସିବିଆଇ ଅଧିକାରୀ କେତେ ସତ ଉଗାରି ପାରିଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଲାଞ୍ଚ କାରବାର ମାମଲାରେ ଜଣଙ୍କ ପରେ ଜଣଙ୍କୁ ଡାକି ସିବିଆଇ ଜେରା କରୁଛି । ଆଉ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ସଂଗ୍ରହ କରୁଛି । ସମନ ସତ୍ତ୍ୱେ ହାଜର ହେଉନଥିବାରୁ ତାଙ୍କ ବିରୋଧରେ ଆଇନ ଅନୁସାରେ ସିବିଆଇ ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛି । ଏବେ ପ୍ରଶ୍ନ ଉଠୁଛି, କାହିଁକି ହାଜର ହେଉନାହାନ୍ତି ବିଷ୍ଣୁପଦ ? ବିଷ୍ଣୁଙ୍କୁ ପଛରୁ କିଏ ଦେଉଛି ସାହାସ ? ବିଷ୍ଣୁଙ୍କ ପଛରେ ଅଛନ୍ତି କି ଆଉ କୌଣସି ପ୍ରଭାବଶାଳୀ ?