ରାତି ପାହିଲେ ଗଣେଷ ପୂଜା , ସଜେଇ ହେଉଛି ପୂଜା ମଣ୍ଡପ । ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଷ ଦେଉଛନ୍ତି କାରିଗର

କନକ ବ୍ୟୁରୋ :  ଦିନକ ପରେ ଅଗ୍ରପୂଜ୍ୟଙ୍କ ପୂଜା। ଗଜାନନଙ୍କ ପୂଜା ପାଇଁ ଶେଷ ପର୍ୟ୍ୟାୟରେ ପ୍ରସ୍ତୁତି। ମୂର୍ତି ଦୋକାନରେ ପ୍ରବଳ ଭିଡ଼। ରାୟଗଡ଼ା ଓ ନବରଙ୍ଗପୁରରେ ଗ୍ରାହକଙ୍କ ପସନ୍ଦ ପ୍ଲାଷ୍ଟର ଅଫ୍ ପ୍ୟାରିସ ଗଣେଶ ମୂର୍ତି। ଏହି ମୂର୍ତୀ ଗୁଡ଼ିକ ଖୁବ୍ ଆକର୍ଷଣୀୟ ହୋଇଛି। କିଏ ନୃତ୍ୟରତ ତ ଆଉ କିଏ ଶଗଡ ଉପରେ ଠିଆ ହୋଇଛନ୍ତି। ଆଉ କିଛି ମହାଦେବଙ୍କ କୋଳରେ ବସିଛନ୍ତି । ସୁନ୍ଦର ପଗଡି ପିନ୍ଧି ବଡ ସିହାଂସନରେ ବସିଥିବା ଗଣେଶ ମୂର୍ତି କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଗ୍ରାହକ।  ରାୟଗଡାର ଗଜପତି ଛକରେ ହାଇଦ୍ରାବାଦରୁ ଆସିଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଗଣେଶ ମୂର୍ତୀ ବିକ୍ରି ହେଉଛି। ମୂର୍ତ୍ତି ଦର ୫୦ ଟଙ୍କାରୁ ଆରମ୍ଭ ହୋଇ ୨୫ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି। କମ୍ ଦାମରେ ସୁନ୍ଦର ମୂର୍ତ୍ତି ମିଳୁଥିବାରୁ ଜିଲ୍ଲା ସମେତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଗ୍ରାହକ କିଣି ନେଉଛନ୍ତି । ନବରଙ୍ଗପୁରରେ ବି ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ରହିଛି। ନବରଙ୍ଗପୁର ଓ ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟର ମୂର୍ତ୍ତି କାରିଗର ଏହି ମୂର୍ତ୍ତି ତିଆରି କରୁଛନ୍ତି । ଭଲ ରୋଜଗାର ଆଶା ରଖିଛନ୍ତି। ସେପଟେ ମାଟି ମୂର୍ତି କାରିଗର ନିରାସ ହୋଇଛନ୍ତି। ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପରିବେଶ ଉପଯୋଗୀ ନୁହେଁ ବୋଲି କହିଛନ୍ତି ।  

ରାତି ପାହିଲେ ଗଣେଷ ପୂଜା , ସଜେଇ ହେଉଛି ପୂଜା ମଣ୍ଡପ । ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଷ ଦେଉଛନ୍ତି କାରିଗର

କନକ ବ୍ୟୁରୋ :  ଦିନକ ପରେ ଅଗ୍ରପୂଜ୍ୟଙ୍କ ପୂଜା। ଗଜାନନଙ୍କ ପୂଜା ପାଇଁ ଶେଷ ପର୍ୟ୍ୟାୟରେ ପ୍ରସ୍ତୁତି। ମୂର୍ତି ଦୋକାନରେ ପ୍ରବଳ ଭିଡ଼। ରାୟଗଡ଼ା ଓ ନବରଙ୍ଗପୁରରେ ଗ୍ରାହକଙ୍କ ପସନ୍ଦ ପ୍ଲାଷ୍ଟର ଅଫ୍ ପ୍ୟାରିସ ଗଣେଶ ମୂର୍ତି। ଏହି ମୂର୍ତୀ ଗୁଡ଼ିକ ଖୁବ୍ ଆକର୍ଷଣୀୟ ହୋଇଛି। କିଏ ନୃତ୍ୟରତ ତ ଆଉ କିଏ ଶଗଡ ଉପରେ ଠିଆ ହୋଇଛନ୍ତି। ଆଉ କିଛି ମହାଦେବଙ୍କ କୋଳରେ ବସିଛନ୍ତି । ସୁନ୍ଦର ପଗଡି ପିନ୍ଧି ବଡ ସିହାଂସନରେ ବସିଥିବା ଗଣେଶ ମୂର୍ତି କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଗ୍ରାହକ।

 ରାୟଗଡାର ଗଜପତି ଛକରେ ହାଇଦ୍ରାବାଦରୁ ଆସିଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଗଣେଶ ମୂର୍ତୀ ବିକ୍ରି ହେଉଛି। ମୂର୍ତ୍ତି ଦର ୫୦ ଟଙ୍କାରୁ ଆରମ୍ଭ ହୋଇ ୨୫ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି। କମ୍ ଦାମରେ ସୁନ୍ଦର ମୂର୍ତ୍ତି ମିଳୁଥିବାରୁ ଜିଲ୍ଲା ସମେତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଗ୍ରାହକ କିଣି ନେଉଛନ୍ତି ।

ନବରଙ୍ଗପୁରରେ ବି ପ୍ଳାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ରହିଛି। ନବରଙ୍ଗପୁର ଓ ଉମରକୋଟ ସହରର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟର ମୂର୍ତ୍ତି କାରିଗର ଏହି ମୂର୍ତ୍ତି ତିଆରି କରୁଛନ୍ତି । ଭଲ ରୋଜଗାର ଆଶା ରଖିଛନ୍ତି। ସେପଟେ ମାଟି ମୂର୍ତି କାରିଗର ନିରାସ ହୋଇଛନ୍ତି। ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ପରିବେଶ ଉପଯୋଗୀ ନୁହେଁ ବୋଲି କହିଛନ୍ତି ।