ବିସିସିଆଇର ଅଭ୍ୟାସ ସେସନ୍‌କୁ ଆସିବେନି ଦର୍ଶକ

ଡିଲେଡ୍‌,୪ା୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଅଭ୍ୟାସ ସେସନ୍‌ରେ ଏଣିକି ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। କିଛି ଦର୍ଶକଙ୍କ ଖରାପ ବ୍ୟବହାର କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାରର ଅଭ୍ୟାସ ସେସନ୍‌ ପରେ ଏଭଳି କଠୋର ନିଷ୍ପତ୍ତି ନେଇଛି ବିସିସିଆଇ। ମଙ୍ଗଳବାର ଅଷ୍ଟ୍ରେଲିଆ ଦଳର ଅଭ୍ୟାସ ସେସନ୍‌ ସମୟରେ ୭୦ -୮୦ ଜଣ ଦର୍ଶକ ଉପସ୍ଥିତ ଥିଲେ। ତେବେ ଭାରତର ଅଭ୍ୟାସ ସମୟରେ ୩୦୦୦ରୁ […] The post ବିସିସିଆଇର ଅଭ୍ୟାସ ସେସନ୍‌କୁ ଆସିବେନି ଦର୍ଶକ appeared first on Dharitri Odia News.

ବିସିସିଆଇର ଅଭ୍ୟାସ ସେସନ୍‌କୁ ଆସିବେନି ଦର୍ଶକ

ଡିଲେଡ୍‌,୪ା୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଅଭ୍ୟାସ ସେସନ୍‌ରେ ଏଣିକି ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। କିଛି ଦର୍ଶକଙ୍କ ଖରାପ ବ୍ୟବହାର କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାରର ଅଭ୍ୟାସ ସେସନ୍‌ ପରେ ଏଭଳି କଠୋର ନିଷ୍ପତ୍ତି ନେଇଛି ବିସିସିଆଇ। ମଙ୍ଗଳବାର ଅଷ୍ଟ୍ରେଲିଆ ଦଳର ଅଭ୍ୟାସ ସେସନ୍‌ ସମୟରେ ୭୦ -୮୦ ଜଣ ଦର୍ଶକ ଉପସ୍ଥିତ ଥିଲେ। ତେବେ ଭାରତର ଅଭ୍ୟାସ ସମୟରେ ୩୦୦୦ରୁ ଅଧିକ ଦର୍ଶକ ଆସିଥିଲେ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଉଇକେଟ କିପର ରିଷଭ ପନ୍ତ ବ୍ୟାଟିଂ କରୁଥିବା ସମୟରେ ଛକା ମାରିବା ପାଇଁ ଦର୍ଶକ ବାରମ୍ବାର ଚିତ୍କାର କରିଥିଲେ। ଏପରି କି କିଛି ଦର୍ଶକ ଖେଳାଳିଙ୍କ ଫିଟନେସ୍‌କୁ ନେଇ ମଧ୍ୟ କମେଣ୍ଟ କରିଥିଲେ। ଏପରି କି ବିରାଟ କୋହଲି ଓ ଶୁବମାନ ଗିଲ୍‌ଙ୍କ ବ୍ୟାଟିଂ ସମୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ସହିତ କିଛି ଦର୍ଶକ ଉକ୍ତ ସ୍ଥାନରୁ ଭାରତୀୟ ଦଳର ଅଭ୍ୟାସ ସେସନ୍‌ର ଫେସ୍‌ବୁକ୍‌ ଲାଇଭ୍‌ ମଧ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପଞ୍ଚମ ଟେଷ୍ଟ ସିଡ୍‌ନୀରେ ଖେଳାଯିବ। ସିଡ୍‌ନୀରେ ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍‌ମାନଙ୍କ ପାଇଁ ଏକ ଦିନ ରଖାଯାଇଥିଲା।

ତେବେ ମଙ୍ଗଳବାରର ପରିସ୍ଥିତି ପରେ ଏହାକୁ ବାତିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଜଣେ ଫ୍ୟାନ୍‌ ଗୁଜରାଟୀରେ ହାଏ କହିବା ପାଇଁ ଜୋରରେ ଚିଲାଇଥିବା ବେଳେ ସର୍ଫରାଜ ଖାଁଙ୍କ ମେଦବହୁଳତାକୁ ସମାଲୋଚନା କରିଥିଲେ କିଛି ପ୍ରଶଂସକ। ଉଲ୍ଲେଖଯୋଗ୍ୟ ଯେ, ଆଡିଲେଡରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଦିବାରାତ୍ର ଫର୍ମାଟରେ ଖେଳାଯିବ। ପରେ ବ୍ରିସବେନ୍‌, ମେଲବୋର୍ନ ଓ ସିଡ୍‌ନୀରେ ଅନ୍ତିମ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

The post ବିସିସିଆଇର ଅଭ୍ୟାସ ସେସନ୍‌କୁ ଆସିବେନି ଦର୍ଶକ appeared first on Dharitri Odia News.