ବିସିସିଆଇର ବଡ଼ ଘୋଷଣା, ଡିସେମ୍ବର ୧୫ରୁ ପୁଣି ହେବ ଡବ୍ଲୁପିଏଲର ଅକ୍ସନ

ନୂଆଦିଲ୍ଲୀ: ଆଇପିଏଲ ପରେ ଏବେ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ)ର ଆଗାମୀ ସିଜିନ ପାଇଁ ନିଲାମୀ। ଆସନ୍ତା ୧୫ ତାରିଖରେ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ଖେଳାଳି ନିଲାମ କରାଯିବାକୁ ଥିବାବେଳେ ବେଙ୍ଗାଲୁରୁରୁ ହେବ ଏହି କାର୍ଯ୍ୟକ୍ରମର ଆୟୋଜନ। ଏନେଇ ଶନିବାର ବିସିସିଆଇ ସୂଚନା ଦେଇଛି।ଡବ୍ଲୁପିଏଲରେ ୫ ଟିମ୍‌ ଖେଳିଥାନ୍ତି ଆଉ ପ୍ରତି ଟିମ୍‌ରେ ଛଅ ଜଣ ଖେଳାଳିଙ୍କ ସମେତ ୧୮ ଖେଳାଳି ରହିପାରିବ। ସେହିଭଳି ସବୁ ଟିମ୍‌ ପାଖରେ ୧୫ କୋଟି ଟଙ୍କା ରହିଛି। ଏହା ପୂର୍ବରୁ ଗତ ମାସରେ ସବୁ ଟିମ୍‌ ନିଜର ରିଟେନ୍ସନ ତାଲିକା ମଧ୍ୟ ଘୋଷଣା କରିଥିଲେ। ତେବେ ମୋଟ୍‌ ୧୨୦ ଜଣ ଖେଳାଳି ନିଲାମ ଡାକରେ ସାମିଲ ହେବେ। ଏଥିରେ ୯୧ଜଣ ଭାରତୀୟ ଓ ୨୯ଜଣ ବିଦେଶୀ ଖେଳାଳି ରହିଛନ୍ତି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ନିଲାମ ଆରମ୍ଭ ହେବ। ୫ଟି ଯାକ ଫ୍ରାଞ୍ଚାଇଜ ନିକଟରେ ୧୯ଟି ସ୍ଥାନ ଖାଲି ପଡ଼ିଥିବାବେଳେ। ଏଥିରେ ବିଦେଶୀ ଖେଳାଳିଙ୍କ ପାଇଁ ୫ଟି  ସ୍ଥାନ ଖାଲି ରହିଛି । ୧୨୦ ଜଣିଆ ଖେଳାଳି ତାଲିକାରେ ୮୨ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଭାରତୀୟ  ଓ ୮ଜଣ ବିଦେଶୀ ଖେଳାଳି ରହିଛନ୍ତି ।

ବିସିସିଆଇର ବଡ଼ ଘୋଷଣା, ଡିସେମ୍ବର ୧୫ରୁ ପୁଣି ହେବ ଡବ୍ଲୁପିଏଲର ଅକ୍ସନ

ନୂଆଦିଲ୍ଲୀ: ଆଇପିଏଲ ପରେ ଏବେ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ)ର ଆଗାମୀ ସିଜିନ ପାଇଁ ନିଲାମୀ। ଆସନ୍ତା ୧୫ ତାରିଖରେ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ଖେଳାଳି ନିଲାମ କରାଯିବାକୁ ଥିବାବେଳେ ବେଙ୍ଗାଲୁରୁରୁ ହେବ ଏହି କାର୍ଯ୍ୟକ୍ରମର ଆୟୋଜନ। ଏନେଇ ଶନିବାର ବିସିସିଆଇ ସୂଚନା ଦେଇଛି।

ଡବ୍ଲୁପିଏଲରେ ୫ ଟିମ୍‌ ଖେଳିଥାନ୍ତି ଆଉ ପ୍ରତି ଟିମ୍‌ରେ ଛଅ ଜଣ ଖେଳାଳିଙ୍କ ସମେତ ୧୮ ଖେଳାଳି ରହିପାରିବ। ସେହିଭଳି ସବୁ ଟିମ୍‌ ପାଖରେ ୧୫ କୋଟି ଟଙ୍କା ରହିଛି। ଏହା ପୂର୍ବରୁ ଗତ ମାସରେ ସବୁ ଟିମ୍‌ ନିଜର ରିଟେନ୍ସନ ତାଲିକା ମଧ୍ୟ ଘୋଷଣା କରିଥିଲେ। 

ତେବେ ମୋଟ୍‌ ୧୨୦ ଜଣ ଖେଳାଳି ନିଲାମ ଡାକରେ ସାମିଲ ହେବେ। ଏଥିରେ ୯୧ଜଣ ଭାରତୀୟ ଓ ୨୯ଜଣ ବିଦେଶୀ ଖେଳାଳି ରହିଛନ୍ତି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ନିଲାମ ଆରମ୍ଭ ହେବ। 

୫ଟି ଯାକ ଫ୍ରାଞ୍ଚାଇଜ ନିକଟରେ ୧୯ଟି ସ୍ଥାନ ଖାଲି ପଡ଼ିଥିବାବେଳେ। ଏଥିରେ ବିଦେଶୀ ଖେଳାଳିଙ୍କ ପାଇଁ ୫ଟି  ସ୍ଥାନ ଖାଲି ରହିଛି । ୧୨୦ ଜଣିଆ ଖେଳାଳି ତାଲିକାରେ ୮୨ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଭାରତୀୟ  ଓ ୮ଜଣ ବିଦେଶୀ ଖେଳାଳି ରହିଛନ୍ତି ।