ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା: ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ

ଭୁବନେଶ୍ୱର : ବଡ଼ଧରଣର ନିଶା ଦ୍ରବ୍ୟ ଚାଲାଣର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଛି । ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କଲା DRI ଓ କଷ୍ଟମ ବିଭାଗ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନବନ୍ଦରରେ ଧରା ପଡିଲାଥିଲା । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲଗେଜ୍‌ ଯାଞ୍ଚ କଲାବେଳେ କିଛି ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା ମିଳିଥିଲା। ଜବତ ମାରିଜୁଆନାର ଓଜନ ପାଖାପାଖି ୪ […] The post ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା: ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ appeared first on KNews Odisha.

ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା: ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ

ଭୁବନେଶ୍ୱର : ବଡ଼ଧରଣର ନିଶା ଦ୍ରବ୍ୟ ଚାଲାଣର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଛି । ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କଲା DRI ଓ କଷ୍ଟମ ବିଭାଗ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନବନ୍ଦରରେ ଧରା ପଡିଲାଥିଲା । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲଗେଜ୍‌ ଯାଞ୍ଚ କଲାବେଳେ କିଛି ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା ମିଳିଥିଲା। ଜବତ ମାରିଜୁଆନାର ଓଜନ ପାଖାପାଖି ୪ କେଜି ହେବ ଏବଂ ବଜାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ନିଶା ଦ୍ରବ୍ୟ ଆଣୁଥିବା ଯାତ୍ରୀ କେରଳର ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନାନୁସାରେ, ଏହି ଅଣଓଡ଼ିଆ ଯୁବକଜଣକ ଏକ ଏଜେନ୍‌ସି ପାଇଁ କାମ କରୁଛି। ତାଙ୍କୁ ଚାଲାଣକାରୀ ଭାବେ ନିଯୁକ୍ତି ମିଳିଛି ଏବଂ ଅଗ୍ରିମ ଆକାରରେ ସେ କିଛି ଟଙ୍କା ପାଇଛନ୍ତି ଏବଂ ଭାରତରେ ମାରିଜୁଆନା ପହଞ୍ଚାଇବା ପରେ ତାଙ୍କୁ ତାଙ୍କର ପୂରା ପ୍ରାପ୍ୟ ମିଳିବାର ଥିଲା। ମାତ୍ର ଉକ୍ତ ଏଜେନ୍‌ସି କିଏ, ସେମାନେ କେଉଁଠିକୁ ନିଶା ପଠାଉଥିଲେ, ଯୁବକଙ୍କଠାରୁ କିଏ ନିଶା ଗ୍ରହଣ କରିଥାନ୍ତା, ସେନେଇ କିଛି ତଥ୍ୟ ପଦାକୁ ଆସିପାରିନାହିଁ। ଏହା ଏକ ବଡ଼ ନେଟ୍‌ୱର୍କ ହୋଇଥିବାରୁ ଡିଆର୍‌ଆଇ ସ୍କ୍ବାଡ୍‌ ସତର୍କତାର ସହ ତଦନ୍ତ ଜାରି ରଖିଛି।

ଗତଥର ପଶ୍ଚିମବଙ୍ଗର ୨ ମହିଳାଙ୍କଠାରୁ ପ୍ରାୟ ୧୦ କେଜି ମାରିଜୁଆନା ଜବତ କରାଯାଇଥିଲା ଏବଂ କଷ୍ଟମସ୍‌ ଅଧିକାରୀମାନେ ୨ମହିଳାଙ୍କୁ ଗିରଫ କରିଥିଲେ। ତେଣୁ ଲାଗଲାଗ ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ନିଶା ମାଫିଆମାନେ ଭୁବନେଶ୍ବରକୁ ମାରିଜୁଆନା ହବ୍‌ କରି‌ଦେଲେଣି ବୋଲି ସନ୍ଦେହ କରାଯାଉଛି ।

 

The post ବିସ୍କୁଟ୍‌ ପ୍ୟାକେଟ୍‌ରୁ ମାରିଜୁଆନା: ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ appeared first on KNews Odisha.