ବିସ୍ଫୋରକ ବୟାନଦେଲେ ତାରା, ଆଣ୍ଠେଇ ଆଣ୍ଠେଇକି…

ଭୁବନେଶ୍ୱର,୧୪।୩: ‘ମହିଳା ସୁରକ୍ଷା ମୋ ଡିମାଣ୍ଡ’, ଏତିକି ଖାଲି କରିଦିଅନ୍ତୁ ଭୁଲ କଣ ମାଗିବି? ମୋତେ ଆଣ୍ଠା କହିଲେ ଆଣ୍ଠେଇବି। ଯଦି କହିବେ ମୋ କ୍ୱାର୍ଟର୍ସରୁ ବିଧାନସଭାକୁ ଆଣ୍ଠେଇ ଆଣ୍ଠେଇ ଯିବି। ଶୁକ୍ରବାର ଏଭଳି କହିଛନ୍ତି ବିଧାୟକ ତାରା ବାହିନୀପତି । ଅନ୍ୟପକ୍ଷେ ତାରା କହିଥିଲେ, ମୁଁ କଂଗ୍ରେସ ନେତା ଆଉ ବିରୋଧି ଦଳ। ସେଥିପାଇଁ ମୋ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି […] The post ବିସ୍ଫୋରକ ବୟାନଦେଲେ ତାରା, ଆଣ୍ଠେଇ ଆଣ୍ଠେଇକି… appeared first on Dharitri Odia News.

ବିସ୍ଫୋରକ ବୟାନଦେଲେ ତାରା, ଆଣ୍ଠେଇ ଆଣ୍ଠେଇକି…

ଭୁବନେଶ୍ୱର,୧୪।୩: ‘ମହିଳା ସୁରକ୍ଷା ମୋ ଡିମାଣ୍ଡ’, ଏତିକି ଖାଲି କରିଦିଅନ୍ତୁ ଭୁଲ କଣ ମାଗିବି? ମୋତେ ଆଣ୍ଠା କହିଲେ ଆଣ୍ଠେଇବି। ଯଦି କହିବେ ମୋ କ୍ୱାର୍ଟର୍ସରୁ ବିଧାନସଭାକୁ ଆଣ୍ଠେଇ ଆଣ୍ଠେଇ ଯିବି। ଶୁକ୍ରବାର ଏଭଳି କହିଛନ୍ତି ବିଧାୟକ ତାରା ବାହିନୀପତି ।

ଅନ୍ୟପକ୍ଷେ ତାରା କହିଥିଲେ, ମୁଁ କଂଗ୍ରେସ ନେତା ଆଉ ବିରୋଧି ଦଳ। ସେଥିପାଇଁ ମୋ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି ।

ତାରା ଆହୁରି କହିଛନ୍ତି, ବିଧାନସଭାରେ ଜୟନାରାୟଣଙ୍କୁ କେବେ ମାରିଥିଲି ମୋର ମନେନାହିଁ। ତାଙ୍କର ପ୍ରଖର ସ୍ମରଣଶକ୍ତି। ସେ ମନେ ରଖିଥିବେ। ସରକାରଙ୍କର ମୋ ଉପରେ ଆଉ ମୋ ଦଳ ଉପରେ ଭାରି ଡର। ସେଥିପାଇଁ ସେ ଆମ ଉପରେ ଆକ୍ସନ ନେବାକୁ ବାଧ୍ୟ ହୋଇଛନ୍ତି। ତାଙ୍କର କେତେକ ମନ୍ତ୍ରୀ ଏବେ ଚାପରେ ଅଛନ୍ତି। ସେଦିନ ସେ ମୋର କଲର୍‌ ଧରିଥିଲେ। ହେଲେ ମୁଁ ମାଡପିଟ ମୁଡରେ ନ ଥିଲି। ମୁଁ ମାରିଥିଲେ ଆଉ ରହି ନ ଥାନ୍ତେ।

ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା କଂଗ୍ରେସ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ଭାଜପା ନେତା ଜୟନାରାୟଣ ଏବଂ କଂଗ୍ରେସ ନେତା ତାରା ବାହିନୀପତି ହାତାହାତି ହୋଇଥିଲେ। ଯେଉଁ କାରଣରୁ ତାରାଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ କରାଯାଉଛି। ଏହି ଘଟଣାକୁ ନେଇ ତାଙ୍କ ଦଳ ସହଜରେ ଗ୍ରହଣ କରୁନାହିଁ।

 

 

The post ବିସ୍ଫୋରକ ବୟାନଦେଲେ ତାରା, ଆଣ୍ଠେଇ ଆଣ୍ଠେଇକି… appeared first on Dharitri Odia News.