ବିହାର ଓ ଆନ୍ଧ୍ରପ୍ରଦେଶକୁ ମିଳିଲା ବଜେଟ୍‌ର ସିଂହ ଭାଗ: ସୋସିଆଲ୍ ମିିଡିଆରେ ଭାଇରାଲ୍ ହେଲା ମିମ୍ସ

ନୂଆଦିଲ୍ଲୀ: ମୋଦୀ ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଯାଇଛି। ଏହି ଦୁଇ ରାଜ୍ୟରେ ସ୍ୱତନ୍ତ୍ର ପ୍ୟାକେଜ୍ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଭଳି ଭଲି ଆଲୋଚନା ଦେଖିବାକୁ ମିଳିଛି।କେନ୍ଦ୍ର ବଜେଟ୍ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଟଙ୍କା ବର୍ଷା କରିଛନ୍ତି। ଏହି ଦୁଇ ରାଜ୍ୟରେ ବିଜେପି ମିଳିତ ସରକାର ରହିଛି। କାଳେ ଏମାନେ ବିଦ୍ରୋହ କରି ବିରୋଧଙ୍କୁ ବଳ ଦେବେ ତେଣୁ ଦୁଇ ଦଳର ୧୬ ଓ ୧୨ ସାଂସଦ ନିଜ ହାତରେ ରଖିବା ପାଇଁ ମୋଦୀ ସରକାର ତୁଷ୍ଟିକରଣ ପାଇଁ ଏହି ଦୁଇ ରାଜ୍ୟକୁ ବଜେଟ୍‌ରେ ଅଗ୍ରାଧିକାର ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପି ଏକଚାଟିଆ ଭାବେ ସରକାର ଗଠନ କରିଥିଲେ ବି ରାଜ୍ୟ ପାଇଁ ସେଭଳି କିଛି ଆଖି ଦୃଶିଆ ଘୋଷଣା କରାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି। ବଜେଟ ଉପସ୍ଥାପନ ବେଳେ ସୀତାରମଣ ଆନ୍ଧ୍ର ଓ ବିହାର ପାଇଁ ଏକାଧିକ ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। କେବଳ ସେତିକି ନୁହେଁ ଆଗାମୀ ବର୍ଷରେ ଆହୁରି ଅର୍ଥ ମଞ୍ଜୁରି କରାଯିବ ବୋଲି ସୀତାରମଣ କହିଛନ୍ତି। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ପ୍ରତି ପ୍ରତିବଦ୍ଧତ

ବିହାର ଓ ଆନ୍ଧ୍ରପ୍ରଦେଶକୁ ମିଳିଲା ବଜେଟ୍‌ର ସିଂହ ଭାଗ: ସୋସିଆଲ୍ ମିିଡିଆରେ ଭାଇରାଲ୍ ହେଲା ମିମ୍ସ

ନୂଆଦିଲ୍ଲୀ: ମୋଦୀ ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଯାଇଛି। ଏହି ଦୁଇ ରାଜ୍ୟରେ ସ୍ୱତନ୍ତ୍ର ପ୍ୟାକେଜ୍ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଭଳି ଭଲି ଆଲୋଚନା ଦେଖିବାକୁ ମିଳିଛି।

କେନ୍ଦ୍ର ବଜେଟ୍ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଟଙ୍କା ବର୍ଷା କରିଛନ୍ତି। ଏହି ଦୁଇ ରାଜ୍ୟରେ ବିଜେପି ମିଳିତ ସରକାର ରହିଛି। କାଳେ ଏମାନେ ବିଦ୍ରୋହ କରି ବିରୋଧଙ୍କୁ ବଳ ଦେବେ ତେଣୁ ଦୁଇ ଦଳର ୧୬ ଓ ୧୨ ସାଂସଦ ନିଜ ହାତରେ ରଖିବା ପାଇଁ ମୋଦୀ ସରକାର ତୁଷ୍ଟିକରଣ ପାଇଁ ଏହି ଦୁଇ ରାଜ୍ୟକୁ ବଜେଟ୍‌ରେ ଅଗ୍ରାଧିକାର ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପି ଏକଚାଟିଆ ଭାବେ ସରକାର ଗଠନ କରିଥିଲେ ବି ରାଜ୍ୟ ପାଇଁ ସେଭଳି କିଛି ଆଖି ଦୃଶିଆ ଘୋଷଣା କରାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି। 

ବଜେଟ ଉପସ୍ଥାପନ ବେଳେ ସୀତାରମଣ ଆନ୍ଧ୍ର ଓ ବିହାର ପାଇଁ ଏକାଧିକ ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। କେବଳ ସେତିକି ନୁହେଁ ଆଗାମୀ ବର୍ଷରେ ଆହୁରି ଅର୍ଥ ମଞ୍ଜୁରି କରାଯିବ ବୋଲି ସୀତାରମଣ କହିଛନ୍ତି। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଏହି ରାଶି ଆବଣ୍ଟିତ କରାଯାଇଛି ବୋଲି ସୀତାରମଣ କହିଛନ୍ତି। ପୋଲାଭରମ ଡାମ ପ୍ରୋଜେକ୍ଟ ଓ ରାଜ୍ୟର ପଛୁଆ ଅଞ୍ଚଳର ବିକାଶ ପାଇଁ ଅନୁଦାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 

ସେହିପରି ବିହାର ପାଇଁ ନୂଆ ବିମାନବନ୍ଦର, ମେଡିକାଲ କଲେଜ, କ୍ରୀଡ଼ା ଭିତ୍ତିଭୂମି ଆଦିର ଗଠନ ହେବ। ସେହିପରି ମଲ୍ଟିଲାଟେରାଲ ବ୍ୟାଙ୍କ ପାଇଁ ବିହାର ସରକାରଙ୍କ ଅନୁରୋଧକୁ ଅଗ୍ରାଧିକାର ଦେବାକୁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ, ବିହାରର ପାଟନା-ପୂର୍ଣ୍ଣିୟା, ବକ୍ସର-ଭାଗଲପୁର, ଏବଂ ବୋଧଗୟା-ରାଜଗିର-ବୈଶାଳୀ-ଦାରବଙ୍ଗା ଏକ୍ସପ୍ରେସୱେ ସମେତ ବିହାରର ନ୍ୟାସ୍‌ନାଲ ହାଇୱେ ପାଇଁ ୨୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ଗୟା ପାଇଁ ୨,୪୦୦ ମେଗାୱାଟର ପାୱାର ପ୍ଲାଣ୍ଟ ଓ ଇଣ୍ଡଷ୍ଟ୍ରିଆଲ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। 

ଦେଶର ପୂର୍ବଭାଗର ବିକାଶ ପାଇଁ ପାଇଁ ହୋଇଥିବା ପୂର୍ବଦୋୟ ପଦକ୍ଷେପ ଜରିଆରେ ବିହାର ଲାଭବାନ ହେବ। ଏନେଇ ଅର୍ଥମନ୍ତ୍ରୀ କହିଛନ୍ତି “ ଦେଶର ପୂର୍ବଭାଗର ବିକାଶ ପାଇଁ ଆମେ ପୂର୍ବୋଦୟ ଗଠନ କରିବୁ। ଏଥିରେ ବିହାର, ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସକଳ ବିକାଶ କରାଯିବ।” ସୀତାରମଣ କହିଛନ୍ତି ଏହି ପ୍ରକଳ୍ପ ମାନବ ସମ୍ବଳ ବିକାଶ, ଭିତ୍ତିଭୂମି ବୃଦ୍ଧି(ଇନ୍‌ଫ୍ରାଷ୍ଟ୍ରକଚର ଏନହେନ୍ସମେଣ୍ଟ) ଏବଂ ଅର୍ଥନୈତିକ ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେବ ବୋଲି ସୀତାରମଣ କହିଛନ୍ତି। ଫଳରେ ବିକଶିତ ଭାରତ କରିବା ପାଇଁ ଏହି ଅଞ୍ଚଳକୁ ପ୍ରୋତ୍ସାହିତ କରିବ।   

ସୂଚନା ଥାଉକି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଆନ୍ଧ୍ରପ୍ରଦେଶର ଟିଡିପି ସହ ମିଶି ସରକାର ଗଠନ କରିଥିଲା। ସେହିପରି ବିହାରରେ ବିଜେପି ମେଣ୍ଟ ନୀତୀଶଙ୍କ ଜେଡିୟୁକୁ ଅଧିକ ଆସନ ମିଳିଛି। ତେଣୁ ଏହି ଦୁଇ ରାଜ୍ୟକୁ ନିଜ ହାତରେ ନ ରଖିଲେ କେନ୍ଦ୍ରରେ ମୋଦୀ ସରକାର ଗଡ଼ି ଯାଇପାରେ। ଏହା ଛଡ଼ା ଏହି ଦୁଇ ରାଜ୍ୟର ନେତାମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର ସ୍ପେଶାଲ ଷ୍ଟାଟସ ପାଇଁ ଦାବି କରି ଆସୁଥିଲେ। ହେଲେ ସରକାର ସ୍ପେଶାଲ ହେଲ୍ପ ଦେଇଛନ୍ତି। ଦୁଇ ରାଜ୍ୟକୁ ହାତରେ ରଖିବା ପାଇଁ କେନ୍ଦ୍ର ସରକାର ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ରପ୍ରଦେଶକୁ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେପଟେ ଓଡିଶାରେ ଦଳ ମଝଭୁତ ସ୍ଥିତିରେ କ୍ଷମତାକୁ ଆସିଥିବା ବେଳେ ଯୋଗଦାନ ମୁତାବକ ଅର୍ଥ ଆବଣ୍ଟିତ କରାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି। 

ବଜେଟ୍‌ରେ ସ୍ପେଶାଲ ହେଲ୍ପ ମିଳିବା ପରେ ଏହାକୁ ସ୍ୱାଗତ କରିଚନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। 

ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ମିମ୍ସ ଭାଇରାଲ ହେଉଛି। ଅନ୍ୟ ସବୁ ରାଜ୍ୟ ତଳକୁ ପକାଇ କେବଳ କେନ୍ଦ୍ର ସରକାର ସ୍ଥିର ରଖିବା ପାଇଁ ଏହି ଦୁଇ ରାଜ୍ୟକୁ ଗୁରୁତ୍ୱ ଦିଆଯାଇଛି ବୋଲି ସୋସିଆଲ୍ ମିଡିଆରେ କୁହାଯାଉଛି।