ବିହାର: ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବଜ୍ରପାତ, ୧୦ ଜିଲ୍ଲାରେ ୧୯ ମୃତ

ପାଟନା ୧୭।୭: ବିହାରର ୧୦ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହି ଘଟଣାରେ ଗଭୀର ସମବେଦନା ଜଣାଇଥିବା ବେଳେ ମୃତକଙ୍କ ପରିଜନଙ୍କ ନିମନ୍ତେ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ସୂଚନା ଅନୁସାରେ ବିହାରର ୧୦ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ସବୁଠୁ ଅଧିକ ମୃତ୍ୟୁ ନାଳନ୍ଦା(୫) ଜିଲ୍ଲାରେ ହୋଇଥିବା ବେଳେ ବୈଶାଳୀରେ ୪, ବାଙ୍କାରେ ୨, ପାଟନାରେ ୨, ଶେଖପୁରାରେ ୧, ଔରଙ୍ଗାବାଦରେ ୧, ସମସ୍ତିପୁରରେ ୧, ନବାଦାରେ ୧, ଜମୁଇରେ ୧ ଓ ଜାହାନାବାଦରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୁରୁବାର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ବଜ୍ରପାତରେ ହୋଇଥିବା ମୃତ୍ୟୁ ମାମଲାରେ ମୃତକଙ୍କ ପରିଜନଙ୍କୁ ୪ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଅବିଳମ୍ବେ ପ୍ରଦାନ କରାଯାଉ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୋକବାର୍ତ୍ତା ଜାରି କରାଯାଇଥିବା ବେଳେ ବିପର୍ଯୟର ଏହି କ୍ଷଣରେ ଆମେ ପୀଡ଼ିତ ପରିବାରଙ୍କ ସହିତ ଅଛୁ ଉଲ୍ଲେଖ କରାଯାଇଛି। ଏହା ଛଡା ମୁଖ୍ୟମନ୍ତ୍ରୀ ପାଗ ଖରାପ ଥିବା ବେଳେ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ପାଗ ଖରାପ ହେବା ଯୋଗୁ ବଜ୍ରପାତରୁ ବର୍ତ୍ତିବା ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଦ୍ୱାରା ସମୟସମ

ବିହାର: ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବଜ୍ରପାତ, ୧୦ ଜିଲ୍ଲାରେ ୧୯ ମୃତ

ପାଟନା ୧୭।୭: ବିହାରର ୧୦ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହି ଘଟଣାରେ ଗଭୀର ସମବେଦନା ଜଣାଇଥିବା ବେଳେ ମୃତକଙ୍କ ପରିଜନଙ୍କ ନିମନ୍ତେ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ସୂଚନା ଅନୁସାରେ ବିହାରର ୧୦ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। 

ଏଥିରେ ସବୁଠୁ ଅଧିକ ମୃତ୍ୟୁ ନାଳନ୍ଦା(୫) ଜିଲ୍ଲାରେ ହୋଇଥିବା ବେଳେ ବୈଶାଳୀରେ ୪, ବାଙ୍କାରେ ୨, ପାଟନାରେ ୨, ଶେଖପୁରାରେ ୧, ଔରଙ୍ଗାବାଦରେ ୧, ସମସ୍ତିପୁରରେ ୧, ନବାଦାରେ ୧, ଜମୁଇରେ ୧ ଓ ଜାହାନାବାଦରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୁରୁବାର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ବଜ୍ରପାତରେ ହୋଇଥିବା ମୃତ୍ୟୁ ମାମଲାରେ ମୃତକଙ୍କ ପରିଜନଙ୍କୁ ୪ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଅବିଳମ୍ବେ ପ୍ରଦାନ କରାଯାଉ। 

ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୋକବାର୍ତ୍ତା ଜାରି କରାଯାଇଥିବା ବେଳେ ବିପର୍ଯୟର ଏହି କ୍ଷଣରେ ଆମେ ପୀଡ଼ିତ ପରିବାରଙ୍କ ସହିତ ଅଛୁ ଉଲ୍ଲେଖ କରାଯାଇଛି। ଏହା ଛଡା ମୁଖ୍ୟମନ୍ତ୍ରୀ ପାଗ ଖରାପ ଥିବା ବେଳେ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ପାଗ ଖରାପ ହେବା ଯୋଗୁ ବଜ୍ରପାତରୁ ବର୍ତ୍ତିବା ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଦ୍ୱାରା ସମୟସମୟରେ ଜାରି ହେଉଥିବା ପରାମର୍ଶକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ଛଡା ପାଗ ଖରାପ ହେଲେ ଘରୁ ପଦାକୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି।