ଏଥର ତାତିରେ ଛଟପଟ ହେବ ଭାରତ; ଅଧିକ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ: ଏବର୍ଷ ଖରା ଦିନରେ ଦୀର୍ଘ ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଖରା ତାତିରେ ମଧ୍ୟ ଭାରତ, ଉତ୍ତର ସମତଳ ଏରିଆ ଏବ ଦକ୍ଷିଣ ଭାରତ ଛଟପଟ ହେବ। ଭାରତୀୟ ପାଣିପାଗ ବିଭାଗ ଏଭଳି ଅନୁମାନ କରିଛି। ଏପ୍ରିଲ୍ରୁ ଜୁନ ମଧ୍ୟରେ ସାଧାରଣ ତାପମାତ୍ର ଠାରୁ ସର୍ବାଧିକ ତାପମାତ୍ରା ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସୋମବାର ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ମଧ୍ୟ ଭାରତ, ଉତ୍ତର ସମତଳ ଏବଂ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଦୁଇରୁ ଆଠ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି। ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ୨୩ ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ଆଇଏମ୍ଡି କହିଛନ୍ତି। ସାଧାରଣ ତାପମାତ୍ରା ଠାରୁ ଅଧିକ ଗରମ କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପଦ୍ୱୀପ ଭାରତ ଉପରେ ରହିପାରେ। ଗ୍ରୀଷ୍ମ ପ୍ରବାହ ଯୋଗୁ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ଆଇଏମ୍ଡି କହିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ବଢ଼ୁଥିବା ଉତ୍ତାପ ବୟସ୍କ ବ୍ୟକ୍ତି, ଛୋଟ ପିଲା, ଓ ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକମାନଙ୍କ
ନୂଆଦିଲ୍ଲୀ: ଏବର୍ଷ ଖରା ଦିନରେ ଦୀର୍ଘ ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଖରା ତାତିରେ ମଧ୍ୟ ଭାରତ, ଉତ୍ତର ସମତଳ ଏରିଆ ଏବ ଦକ୍ଷିଣ ଭାରତ ଛଟପଟ ହେବ। ଭାରତୀୟ ପାଣିପାଗ ବିଭାଗ ଏଭଳି ଅନୁମାନ କରିଛି। ଏପ୍ରିଲ୍ରୁ ଜୁନ ମଧ୍ୟରେ ସାଧାରଣ ତାପମାତ୍ର ଠାରୁ ସର୍ବାଧିକ ତାପମାତ୍ରା ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ସୋମବାର ସାମ୍ବାଦିକ ସମ୍ମିଳନୀରେ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ମଧ୍ୟ ଭାରତ, ଉତ୍ତର ସମତଳ ଏବଂ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଦୁଇରୁ ଆଠ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି। ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି।
ଗ୍ରୀଷ୍ମ ପ୍ରବାହ ଯୋଗୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ୨୩ ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ଆଇଏମ୍ଡି କହିଛନ୍ତି। ସାଧାରଣ ତାପମାତ୍ରା ଠାରୁ ଅଧିକ ଗରମ କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପଦ୍ୱୀପ ଭାରତ ଉପରେ ରହିପାରେ। ଗ୍ରୀଷ୍ମ ପ୍ରବାହ ଯୋଗୁ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ଆଇଏମ୍ଡି କହିଛନ୍ତି।
ଗ୍ରୀଷ୍ମ ପ୍ରବାହ ଯୋଗୁ ବଢ଼ୁଥିବା ଉତ୍ତାପ ବୟସ୍କ ବ୍ୟକ୍ତି, ଛୋଟ ପିଲା, ଓ ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ବିଭାଗ ସତର୍କ କରାଇଛି। ଅଧିକ ଦିନ ଗରମ ଜ୍ୱାଳା ରହୁଥିବାରୁ ବିଜୁଳି ସମସ୍ୟା ଦେଖା ଦେଇପାରେ। ତେଣୁ ଏହାର ମୁକାବିଲା ପାଇଁ ସତର୍କ ରହିବାକୁ ଆଇଏମ୍ଡି ପ୍ରଶାସନକୁ କହିଛି।
ଆଇଏମ୍ଡି କହିଛି “ ଏହି ସମସ୍ୟାର ମୁକାବିଲା ପାଇଁ ଅଧିକାରୀମାନଙ୍କୁ ଅବଶ୍ୟକୀୟ ପଦକ୍ଷେପ ନେବା ଉଚିତ। ଯେମିତିକି କୁଲିଂ ସେଣ୍ଟର ଯୋଗାଇ ଦେବାରେ ସୁବିଧା କରିବା, ଗରମ ସମ୍ପର୍କିତ ସତର୍କ ସୂଚନା ଜାରି କରିବା,ସହରାଞ୍ଚଳ ଉତ୍ତାପ ପ୍ରଭାବିତ ଏରିଆ ପାଇଁ ରଣନୀତି ପ୍ରସ୍ତୁତ କରିବା ଆଦି କାର୍ଯ୍ୟ କରିବା ଉଚିତ୍।” କେବଳ ପାଣିପାଗ ବିଭାଗ ନୁହେଁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଛନ୍ତି। ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି।