ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଟ୍ରକ ଧକ୍କାରେ ଚାଲିଗଲା ୩ ଜୀବନ
ବଡ଼ବିଲ ୦୫।୦୮ : କେନ୍ଦୁଝର ଜିଲ୍ଲା ଯୋଡା ଡିଏଭି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ଚାଲିଗଲା ୩ ଜୀବନ । ମୃତକଙ୍କ ମଧ୍ୟରେ ଡିଏଭି ସ୍କୁଲର ୨ ଛାତ୍ର ରହିଥିବା ବେଳେ ଜଣେ ଅଭିଭାବକ ରହିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ଅନୁଯାୟୀ, ମୃତକ କ୍ରିଷ୍ଣା ଭୂସାଲ ଏକ ବାଇକ୍ ଯୋଗ ଦୁଇ ଛାତ୍ରଙ୍କୁ ନେଇ ସ୍କୁଲ ଛାଡିବାକୁ ଯାଉଥିଲେ । ଏହି ସମୟରେ ଯୋଡ଼ା ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ପଛପଟୁ ଆସି ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣଙ୍କ ନାମ କୃଷ୍ଣା ଭୂସାଲ ଏବଂ ତାଙ୍କ ପୁଅ ନିକିତ ଭୂସାଲ ହୋଇଥିବା ବେଳେ ଅନ୍ୟ ଜଣ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଷ ଶର୍ମା ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ବଡ଼ବିଲ ୦୫।୦୮ : କେନ୍ଦୁଝର ଜିଲ୍ଲା ଯୋଡା ଡିଏଭି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ଚାଲିଗଲା ୩ ଜୀବନ । ମୃତକଙ୍କ ମଧ୍ୟରେ ଡିଏଭି ସ୍କୁଲର ୨ ଛାତ୍ର ରହିଥିବା ବେଳେ ଜଣେ ଅଭିଭାବକ ରହିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।
ଖବର ଅନୁଯାୟୀ, ମୃତକ କ୍ରିଷ୍ଣା ଭୂସାଲ ଏକ ବାଇକ୍ ଯୋଗ ଦୁଇ ଛାତ୍ରଙ୍କୁ ନେଇ ସ୍କୁଲ ଛାଡିବାକୁ ଯାଉଥିଲେ । ଏହି ସମୟରେ ଯୋଡ଼ା ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ପଛପଟୁ ଆସି ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣଙ୍କ ନାମ କୃଷ୍ଣା ଭୂସାଲ ଏବଂ ତାଙ୍କ ପୁଅ ନିକିତ ଭୂସାଲ ହୋଇଥିବା ବେଳେ ଅନ୍ୟ ଜଣ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଷ ଶର୍ମା ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।