କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ ଉଠ୍ ବସ୍ ହେଲେ IAS ଅଧିକାରୀ, କିଏ IAS ରିଙ୍କୁ ସିଂହ ?
ନୂଆଦିଲ୍ଲୀ : ଆପଣ କଣ କେବେ ଆଇଏଏସ୍ ଅଧିକାରୀଙ୍କୁ ଉଠ୍ ବସ୍ କରୁଥିବାର ଦେଖିଛନ୍ତି। ହୁଏତ ନା... କିନ୍ତୁ ଏବେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଉଠୁବସ୍ କରୁଥିବାର ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେହି ଆଇଏଏସ୍ ଅଧିକାରୀଙ୍କ ନାଁ ରିଙ୍କୁ ସିଂହ ରାହୀ। ଯାହାଙ୍କୁ ନିକଟରେ ଉତ୍ତରପ୍ରଦେଶ ଶହଜାହାଁପୁରରେ ଏସଡିଏମ୍ ପଦରେ ନିଯୁକ୍ତି ମିଳିଛି। କଥା ହେଉଛି ଏସଡିଏମ୍ ଧାରଣାରେ ବସିଥିବା ଓକିଲଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ଏମିତି କିଛି ହୋଇଥିଲା କି ତାଙ୍କୁ ଓକିଲଙ୍କ ସମ୍ନାରେ ଉଠୁ ବସ୍ ହେବାକୁ ପଡ଼ିଥିଲା। ତେବେ କାହିଁକି ତାଙ୍କୁ ଏମିତି କରିବାକୁ ପଡ଼ିଲା । ଆଉ କିଏ ସେହି SDM ରିଙ୍କୁ ସିଂହ ରାହୀ ଆସନ୍ତୁ ଜାଣିବା। ଘଟଣାଟି ମଙ୍ଗଳବାର ଦିନ ଘଟିଥିଲା। ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ SDM ଭାବେ ଯୋଗଦେଇଥିଲେ ରିଙ୍କୁ ସିଂହ ରାହୀ। ତହସିଲ୍ ପରିସର ବୁଲି ଦେଖିବା ସମୟରେ ରିଙ୍କୁ ସିଂହ ଚାରିଆଡ଼େ ମଇଳା ଦେଖିଥିଲେ ଏବଂ କିଛି ବ୍ୟକ୍ତିଙ୍କୁ ଖୋଲା ସ୍ଥାନରେ ପରିସ୍ରା କରୁଥିବା ଦେଖିଥିଲେ। ଏହାର ପ୍ରତିକାର ସ୍ୱରୂପ, ସେ ଉକ୍ତ ଅମାନିଆମାନଙ୍କୁ ଉଠବସ କରାଇଥିଲେ। ଯାହାକୁ ବିରୋଧ କରି ଆଇନଜୀବୀମାନେ ଧାରଣା ଦେଇଥିଲେ। ରିଙ୍କୁ ସିଂହ ସେମାନଙ୍କୁ ଭେଟି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଏମିତି କରିଥିବା କହିଥ
ନୂଆଦିଲ୍ଲୀ : ଆପଣ କଣ କେବେ ଆଇଏଏସ୍ ଅଧିକାରୀଙ୍କୁ ଉଠ୍ ବସ୍ କରୁଥିବାର ଦେଖିଛନ୍ତି। ହୁଏତ ନା... କିନ୍ତୁ ଏବେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଉଠୁବସ୍ କରୁଥିବାର ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେହି ଆଇଏଏସ୍ ଅଧିକାରୀଙ୍କ ନାଁ ରିଙ୍କୁ ସିଂହ ରାହୀ। ଯାହାଙ୍କୁ ନିକଟରେ ଉତ୍ତରପ୍ରଦେଶ ଶହଜାହାଁପୁରରେ ଏସଡିଏମ୍ ପଦରେ ନିଯୁକ୍ତି ମିଳିଛି। କଥା ହେଉଛି ଏସଡିଏମ୍ ଧାରଣାରେ ବସିଥିବା ଓକିଲଙ୍କୁ ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ଏମିତି କିଛି ହୋଇଥିଲା କି ତାଙ୍କୁ ଓକିଲଙ୍କ ସମ୍ନାରେ ଉଠୁ ବସ୍ ହେବାକୁ ପଡ଼ିଥିଲା। ତେବେ କାହିଁକି ତାଙ୍କୁ ଏମିତି କରିବାକୁ ପଡ଼ିଲା । ଆଉ କିଏ ସେହି SDM ରିଙ୍କୁ ସିଂହ ରାହୀ ଆସନ୍ତୁ ଜାଣିବା।

ଘଟଣାଟି ମଙ୍ଗଳବାର ଦିନ ଘଟିଥିଲା। ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାରେ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ SDM ଭାବେ ଯୋଗଦେଇଥିଲେ ରିଙ୍କୁ ସିଂହ ରାହୀ। ତହସିଲ୍ ପରିସର ବୁଲି ଦେଖିବା ସମୟରେ ରିଙ୍କୁ ସିଂହ ଚାରିଆଡ଼େ ମଇଳା ଦେଖିଥିଲେ ଏବଂ କିଛି ବ୍ୟକ୍ତିଙ୍କୁ ଖୋଲା ସ୍ଥାନରେ ପରିସ୍ରା କରୁଥିବା ଦେଖିଥିଲେ। ଏହାର ପ୍ରତିକାର ସ୍ୱରୂପ, ସେ ଉକ୍ତ ଅମାନିଆମାନଙ୍କୁ ଉଠବସ କରାଇଥିଲେ। ଯାହାକୁ ବିରୋଧ କରି ଆଇନଜୀବୀମାନେ ଧାରଣା ଦେଇଥିଲେ। ରିଙ୍କୁ ସିଂହ ସେମାନଙ୍କୁ ଭେଟି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଏମିତି କରିଥିବା କହିଥିଲେ। କିନ୍ତୁ ଜଣେ ଅଧିକାରୀ କହିଥିଲେ ଶୌଚାଳୟ ଅପରିଷ୍କାର ଯୋଗୁ ସେମାନଙ୍କୁ ବାହାରେ ପରିସ୍ରା କରିବାକୁ ପଡ଼ିଛି। ଆଉ ଏଥିପାଇଁ SDM ଦାୟୀ ବୋଲି କହିଥିଲେ। ଏତିକି ଶୁଣି ରିଙ୍କୁ ସିଂହ ନିଜ ଦୋଷ ସ୍ୱୀକାର କରି କାନ ଧରି ଆଇନଜୀବୀମାନଙ୍କ ସାମ୍ନାରେ ଉଠବସ ହୋଇଥିଲେ। । ଏ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଉ ସ୍ଥିତିରେ ସାମନ୍ୟ ସୁଧାର ବି ଆସିଥିଲା।
ରିଙ୍କୁ ସିଂହ ରାହି ସେହି ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ଜଣେ ଯିଏ ଦୁର୍ନୀତି ବିରୋଧରେ ଲଢ଼ିବାରେ ସବୁଠୁ ଆଗରେ । ରିଙ୍କୁ ସିଂହ ହେଉଛନ୍ତି ସେହି ଅଧିକାରୀ ଯିଏ ୧୦୦ କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ କରିଥିଲେ । ଏହି କାରଣରୁ ତାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା, ତାଙ୍କ ଦେହରେ ପାଖାପାଖି 7ଟି ଗୁଳି ବାଜିଥିଲା।ଏହି ଘଟଣାରେ ସେ ଗୁରୁତର ହୋଇଥିଲେ, ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ମଧ୍ୟ ହରାଇଥିଲେ। ସେ କିଛି ମାସ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସେ ସାହସ ହରାଇ ନଥିଲେ ଏବଂ ସୁସ୍ଥ ହେବା ପରେ ତାଙ୍କ ଦାୟିତ୍ୱ ନିର୍ବାହ କରିବାକୁ ଫେରି ଆସିଥିଲେ।

ଆଲିଗଡ଼ର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ରିଙ୍କୁ ସିଂହ ରାହିଙ୍କ ଜନ୍ମ। ସେ ଏନଆଇଟି ଜାମସେଦପୁରରୁ ମାପ ବିଜ୍ଞାନରେ ବି.ଟେକ୍ କରିଛନ୍ତି। ସେ GATE ପରୀକ୍ଷାରେ ୧୭ତମ ସ୍ଥାନ ହାସଲ କରିଥିଲେ। ତା'ପରେ 2004 ମସିହାରେ ସେ ସିନିୟର ସବଅର୍ଡିନେଟ୍ ସର୍ଭିସେସ୍ ପରୀକ୍ଷା ଦେଇଥିଲେ । ଆଉ ସେଥିରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ହୋଇଥିଲେ। ତା'ପରେ 2022 ମସିହାରେ ସେ ଦିବ୍ୟାଙ୍ଗ କୋଟାରୁ UPSC ପରୀକ୍ଷା ଦେଇ ନିଜର IAS ହେବାର ସ୍ୱପ୍ନ ପୂରଣ କରିଥିଲେ। ଏବେ ତାଙ୍କୁ ସେହି IAS ଅଧିକାରୀଙ୍କ ମଧ୍ୟରେ ଗଣନା କରାଯାଉଛି ଯେଉଁମାନେ ସଚ୍ଚୋଟତାର ଉଦାହରଣ ସାଜିଛନ୍ତି। ତେବେ ରିଙ୍କୁ ସିଂହଙ୍କ ଉଠ୍ ବସ୍ ଘଟଣା ଏବେ ନିଶ୍ଚିତ ଭାବେ ତାଙ୍କ ମହାନ ଓ ସଚ୍ଚୋଟତାର ପରିଚୟ ଦେଇଛି। କାହିଁକିନା ସେ ପ୍ରମାଣ କରିଛନ୍ତି ଭୁଲ୍ ଯିଏ କଲେ ବି ଭୁଲ୍। ଆଉ ଭୁଲ୍ ର ପ୍ରାୟଶ୍ଚିତ ସମସ୍ତଙ୍କୁ କରିବା ଦରକାର।