ଭାରତ ସହ ଡବଲ୍ ଗେମ୍ ଖେଳୁଛି ରୁଷ ! ପାକିସ୍ତାନକୁ ବିକ୍ରି କଲା ଗୁଇନ୍ଦା ଡ୍ରୋନ୍
ନୂଆଦିଲ୍ଲୀ: ଭାରତକୁ ଘନିଷ୍ଠ ବନ୍ଧୁ କହୁଥିବା ରୁଷ, ପାକିସ୍ତାନକୁ ସୁପରକ୍ୟାମ୍ ଡ୍ରୋନ୍ ବିକ୍ରି କରିଛି । ସୁପରକ୍ୟାମ୍ ଡ୍ରୋନ୍ ଶତ୍ରୁ ରାଷ୍ଟ୍ରରେ ଗୁଇନ୍ଦାଗିରି କରିବା ସହ ଆକ୍ରମଣ ମଧ୍ୟ କରିପାରେ । ଏହି ଡ୍ରୋନ୍ ପେଲୋଡ୍ ନେବାରେ ମଧ୍ୟ ସକ୍ଷମ। ପାକିସ୍ତାନକୁ ଏହି ଡ୍ରୋନ୍ ବିକ୍ରିର ଖୁଲାସା ନିଜେ ଡେଭ୍ଲପର୍ ଅନ୍ମ୍ୟାନ୍ଡ ସିଷ୍ଟମ ଗ୍ରୁପ୍ ଆର୍ମି-୨୦୨୪ ଇଣ୍ଟରନ୍ୟାସନାଲ୍ ମିଲିଟାରୀ ଟେକ୍ନିକାଲ୍ ଫୋରମ୍ରେ କରିଛି । ସୁପରକ୍ୟାମ୍ ଏସ୍-୩୫୦ ଡ୍ରୋନ୍ ସାତ ଘଣ୍ଟା ଯାଏ ଉଡାଣ ଭରିବା ସହ ଦୂରରୁ ସୂଚନା ପ୍ରଦାନ କରିବା କ୍ଷମତା ରହିଛି । ତେବେ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନ ଏହି ସୁପରକ୍ୟାମ୍ ଡ୍ରୋନକୁ ଭାରତ ସୀମାରେ ପୂର୍ବରୁ ବ୍ୟବହାର କରୁଛି । ଏହା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଭାରତ ସହ ରୁଷ ଡବଲ୍ ଗେମ୍ ଖେଳୁ ନାହିଁ ତ ?ଚଳିତ ବର୍ଷ ଜୁଲାଇ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଶ୍ଚାତ୍ୟ ଦେଶଙ୍କ ବିରୋଧ ସତ୍ତ୍ୱେ ରୁଷ ଗସ୍ତ କରିଥିଲେ । ସେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗୀନ କରିଥିବା ଏକ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଆମେରିକା, ୟୁକ୍ରେନ ସମେତ ଅନେକ ପାଶ୍ଚାତ୍ୟ ଦେଶ ଏଥିପାଇଁ ଭାରତର ସମାଲୋଚନା ମଧ୍ୟ କରିଥିଲେ । ତେବେ ଏହି ସମୟରେ ଅନ୍ୟ ଏକ ଫଟୋ ସାମନାକୁ ଆସିଥିଲା, ଯେଉଁଥିରେ ରୁଷ ରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧ
ନୂଆଦିଲ୍ଲୀ: ଭାରତକୁ ଘନିଷ୍ଠ ବନ୍ଧୁ କହୁଥିବା ରୁଷ, ପାକିସ୍ତାନକୁ ସୁପରକ୍ୟାମ୍ ଡ୍ରୋନ୍ ବିକ୍ରି କରିଛି । ସୁପରକ୍ୟାମ୍ ଡ୍ରୋନ୍ ଶତ୍ରୁ ରାଷ୍ଟ୍ରରେ ଗୁଇନ୍ଦାଗିରି କରିବା ସହ ଆକ୍ରମଣ ମଧ୍ୟ କରିପାରେ । ଏହି ଡ୍ରୋନ୍ ପେଲୋଡ୍ ନେବାରେ ମଧ୍ୟ ସକ୍ଷମ। ପାକିସ୍ତାନକୁ ଏହି ଡ୍ରୋନ୍ ବିକ୍ରିର ଖୁଲାସା ନିଜେ ଡେଭ୍ଲପର୍ ଅନ୍ମ୍ୟାନ୍ଡ ସିଷ୍ଟମ ଗ୍ରୁପ୍ ଆର୍ମି-୨୦୨୪ ଇଣ୍ଟରନ୍ୟାସନାଲ୍ ମିଲିଟାରୀ ଟେକ୍ନିକାଲ୍ ଫୋରମ୍ରେ କରିଛି । ସୁପରକ୍ୟାମ୍ ଏସ୍-୩୫୦ ଡ୍ରୋନ୍ ସାତ ଘଣ୍ଟା ଯାଏ ଉଡାଣ ଭରିବା ସହ ଦୂରରୁ ସୂଚନା ପ୍ରଦାନ କରିବା କ୍ଷମତା ରହିଛି । ତେବେ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନ ଏହି ସୁପରକ୍ୟାମ୍ ଡ୍ରୋନକୁ ଭାରତ ସୀମାରେ ପୂର୍ବରୁ ବ୍ୟବହାର କରୁଛି । ଏହା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଭାରତ ସହ ରୁଷ ଡବଲ୍ ଗେମ୍ ଖେଳୁ ନାହିଁ ତ ?
ଚଳିତ ବର୍ଷ ଜୁଲାଇ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଶ୍ଚାତ୍ୟ ଦେଶଙ୍କ ବିରୋଧ ସତ୍ତ୍ୱେ ରୁଷ ଗସ୍ତ କରିଥିଲେ । ସେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗୀନ କରିଥିବା ଏକ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ଆମେରିକା, ୟୁକ୍ରେନ ସମେତ ଅନେକ ପାଶ୍ଚାତ୍ୟ ଦେଶ ଏଥିପାଇଁ ଭାରତର ସମାଲୋଚନା ମଧ୍ୟ କରିଥିଲେ । ତେବେ ଏହି ସମୟରେ ଅନ୍ୟ ଏକ ଫଟୋ ସାମନାକୁ ଆସିଥିଲା, ଯେଉଁଥିରେ ରୁଷ ରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପାକିସ୍ତାନ ସୈନ୍ୟ ଅଧିକାରୀଙ୍କ ସହ ବୈଠକ କରୁଥିବା ନିଜର ଆସିଥିଲେ । ଏହି ବୈଠକକୁ ଭାରତ ପାଇଁ ବିପଦ ବୋଲି କୁହାଯାଇଥିଲା, କାରଣ ପାରମ୍ପାରିକ ରୂପେ ପାକିସ୍ତାନ ଏବଂ ରୁଷ ମଧ୍ୟରେ ସୈନ୍ୟ ସହଭାଗୀତା ନାହିଁ ।
ସୁପରକ୍ୟାମ୍ ଏସ୍-୩୫୦ ଏହାର ସାମରିକ ଏବଂ ପ୍ରଯୁକ୍ତି ଶ୍ରେଷ୍ଠତା ପାଇଁ ଦୁନିଆରେ ପରିଚିତ । ଏହା ଡ୍ରୋନର ପ୍ରତିକୂଳ ପରିବେଶରେ ମଧ୍ୟ ତିନି ଘଣ୍ଟା ଯାଏ ଉଡ଼ାଣ ଭରି ପାରିବ ଏବଂ ହାଇକ୍ୱାଇଟ୍ ଭିଡିଓ ପଠାଇ ପାରିବ । ଏହାକୁ ସୁରକ୍ଷା, ଗୁଇନ୍ଦାଗିରି, ମ୍ୟାପିଂ ଏବଂ ଅପରାଧିକ ଗତିବିଧିର ଯାଞ୍ଚ ପାଇଁ ବ୍ୟବହାର କରାଯାଉଛି । ଆମେରିକା ସରକାରଙ୍କ ୱେବସାଇଟ୍ ରୁଷର ସୁପରକ୍ୟାମ୍ ଏସ୍-250କୁ ଦୁନିଆର ଟପ୍ ଡ୍ରୋନ୍ ମଧ୍ୟରେ ସାମିଲ କରିଛି ।