ବିହାରର ବୈଶାଳିରେ ଭୟାନକ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ
ବିହାରର ବୈଶାଳି ଜିଲ୍ଲାର ହାଜିପୁରରେ ଏକ ଭୟଙ୍କର ସଡକ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅଟୋକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣଙ୍କ ଅବସ୍ଥା ଗୁରୁତର । ଆହତମାନଙ୍କୁ ପାଟନା PMCH ରେଫର୍ କରାଯାଇଛି । ଯେଉଁଠାରେ ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି । ସୂଚନା ମୁତାବକ, ସ୍ଥାନୀୟ ଲୋକମାନେ କହିଥିଲେ ଯେ ଅଟୋରେ ଯାତ୍ରା କରୁଥିବା ସମସ୍ତ ଲୋକ […] The post ବିହାରର ବୈଶାଳିରେ ଭୟାନକ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ appeared first on KNews Odisha.

ବିହାରର ବୈଶାଳି ଜିଲ୍ଲାର ହାଜିପୁରରେ ଏକ ଭୟଙ୍କର ସଡକ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅଟୋକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣଙ୍କ ଅବସ୍ଥା ଗୁରୁତର । ଆହତମାନଙ୍କୁ ପାଟନା PMCH ରେଫର୍ କରାଯାଇଛି । ଯେଉଁଠାରେ ସମସ୍ତ ଆହତଙ୍କ ଚିକିତ୍ସା କରାଯାଉଛି ।
ସୂଚନା ମୁତାବକ, ସ୍ଥାନୀୟ ଲୋକମାନେ କହିଥିଲେ ଯେ ଅଟୋରେ ଯାତ୍ରା କରୁଥିବା ସମସ୍ତ ଲୋକ ମନ୍ଦିରରୁ ପୂଜା କରିବା ପରେ ଘରକୁ ଫେରୁଥିଲେ । ଗୋଟିଏ ପରିବାରର ଅନେକ ଲୋକ ଅଟୋରେ ଯାତ୍ରା କରୁଥିଲେ । ଏହା ବ୍ୟତୀତ ପଡ଼ୋଶୀରେ ରହୁଥିବା ଲୋକମାନେ ମଧ୍ୟ ମନ୍ଦିରରେ ପୂଜା କରିବା ପରେ ଅଟୋ ଆସିଥିଲେ । ତା’ପରେ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ଏପରି ଅଘଟଣା ଘଟିଛି ।
ଅଟୋରେ ସମୁଦାୟ ୯ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁମାନେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଆହତ ତିନିଜଣଙ୍କର ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗୁରୁତର ଆହତ ଚାରିଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ପାଟନାରେ ପିଏମସିରେ ଭର୍ତ୍ତି କରାଯାଇଛି ।
ଯେଉଁମାନେ ପ୍ରାଣ ହରାଇଛନ୍ତି ଏବଂ ଦୁର୍ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି । ଅଟୋରେ ଯାତ୍ରା କରୁଥିବା ସମସ୍ତ ଲୋକ ମୁଜାଫରପୁର ଜିଲ୍ଲାର ମୋତିପୁରର ବାସିନ୍ଦା । ସୋମବାର ହାଜିପୁରର ବୁଦ୍ଧିଆ ମାୟା ମନ୍ଦିରରେ ପୂଜା କରିବା ପରେ ଏହି ସମସ୍ତ ଲୋକ ନିଜ ପରିବାର ଏବଂ ପଡ଼ୋଶୀମାନଙ୍କ ସହିତ ଏକ ଅଟୋରେ ଘରକୁ ଫେରୁଥିଲେ । କିନ୍ତୁ କିଏ ଜାଣିଥିଲା ଯେ ଏପରି ଅଘଟଣା ସେମାନଙ୍କ ସହିତ ହୋଇଯିବ ବୋଲି ।
ପୋଲିସ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 5 ଜଣଙ୍କର ମୃତ୍ୟୁ ହୋଇଛି । ବାକିମାନେ ପାଟଣାର PMCH ରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କର ଅବସ୍ଥା ଗୁରୁତର ରହିଛି ।
The post ବିହାରର ବୈଶାଳିରେ ଭୟାନକ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ appeared first on KNews Odisha.