ବିହାରରେ ପୁଣି ଫେରିଲା NDA ସରକାର, ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ
ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।
ବିହାରରେ ପୁଣି ଥରେ ନୀତୀଶ ସରକାର। ବିହାର ରାଜନୀତିରେ ରୋଚକ ଘଟଣା। ସକାଳେ ଦେଲେ ଇସ୍ତଫା, ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ। ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ରାଜଭବନରେ ଆଜି ଅପରାହ୍ନରେ ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର। ଏଥର NDA ସମର୍ଥନରେ ନୀତୀଶ ହେଲେ ମୁଖ୍ୟମନ୍ତ୍ରୀ। ସେହିପରି ବିଜେପିରୁ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ନୀତୀଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶପଥ ।
ସୂଚନା ଅନୁସାରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। କଂଗ୍ରେସ ଓ ଆରଜେଡି ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ଏନଡିଏରେ ସାମିଲ ହୋଇଛନ୍ତି। ଇସ୍ତଫା ପରେ ରାଜ୍ୟପାଳଙ୍କୁ ଭେଟି NDAର ସମର୍ଥନ ପତ୍ର ଦେବା ସହ ନୂଆ ସରକାର ଗଠନ ପାଇଁ ମଧ୍ୟ ଆଜି ଦାବି ଜଣାଇଥିଲେ ନୀତୀଶ । ଦାବି ପତ୍ରରେ ୧୨୮ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଜଣାଇଥିଲେ।
#ନୀତୀଶ_ପୁଣି_ମୁଖ୍ୟମନ୍ତ୍ରୀ
ବିହାରରେ ପୁଣି ଥରେ ନୀତୀଶ ସରକାର। ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। #BiharPolitics #NitishKumar #NDA #OTV pic.twitter.com/kqPSBxZkf7 — ଓଟିଭି (@otvkhabar) January 28, 2024