ବିହାରରେ ଭବ୍ୟ ଜାନକୀ ମନ୍ଦିର ହେବ, ଡିଜାଇନ ଜାରି
ପାଟନା: ବିହାରର ପୁନୌରାଧାମର ବିକାଶ ପାଇଁ ନୀତିଶ କୁମାର ସରକାର ଦ୍ରୁତ ଗତିରେ କାମ କରୁଛନ୍ତି। ଗତ ବର୍ଷ ନଭେମ୍ବରରେ ବିହାର କ୍ୟାବିନେଟ ବୈଠକରେ ସୀତାମାଢ଼ିର ପୁନୌରାଧାମ ମନ୍ଦିର ଚାରିପାଖରେ ପର୍ଯ୍ୟଟନ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ 50.50 ଏକର ଜମି ଅଧିଗ୍ରହଣ ପାଇଁ ୧୨୦ କୋଟି ଟଙ୍କାରୁ ଅଧିକ ପ୍ରଶାସନିକ ଅନୁମୋଦନ ଦିଆଯାଇଥିଲା। ଏହରି ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ଯେ ମାତା ଜାନକୀଙ୍କ ଜନ୍ମସ୍ଥାନ […] The post ବିହାରରେ ଭବ୍ୟ ଜାନକୀ ମନ୍ଦିର ହେବ, ଡିଜାଇନ ଜାରି appeared first on Odisha.News.
ପାଟନା: ବିହାରର ପୁନୌରାଧାମର ବିକାଶ ପାଇଁ ନୀତିଶ କୁମାର ସରକାର ଦ୍ରୁତ ଗତିରେ କାମ କରୁଛନ୍ତି। ଗତ ବର୍ଷ ନଭେମ୍ବରରେ ବିହାର କ୍ୟାବିନେଟ ବୈଠକରେ ସୀତାମାଢ଼ିର ପୁନୌରାଧାମ ମନ୍ଦିର ଚାରିପାଖରେ ପର୍ଯ୍ୟଟନ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ 50.50 ଏକର ଜମି ଅଧିଗ୍ରହଣ ପାଇଁ ୧୨୦ କୋଟି ଟଙ୍କାରୁ ଅଧିକ ପ୍ରଶାସନିକ ଅନୁମୋଦନ ଦିଆଯାଇଥିଲା।
ଏହରି ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ଯେ ମାତା ଜାନକୀଙ୍କ ଜନ୍ମସ୍ଥାନ ପୁନୌରାଧାମର ସାମଗ୍ରିକ ବିକାଶ ପାଇଁ ଏକ ଭବ୍ୟ ମନ୍ଦିର ସମେତ ଅନ୍ୟାନ୍ୟ ଢାଞ୍ଚାର ଡିଜାଇନ୍ ପ୍ରସ୍ତୁତ। ସେ କହିଛନ୍ତି ଯେ ପୁନୌରାଧାମରେ ମାତା ଜାନକୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ବିହାର ପାଇଁ ଗର୍ବ ଏବଂ ସୌଭାଗ୍ୟର ବିଷୟ। ଏହା ସହିତ ସେ କହିଥିଲେ ଯେ ମାତା ସୀତାଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ମଧ୍ୟ ଗଠନ କରାଯାଇଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ଏହା ଜଣାଇ ବହୁତ ଖୁସି ଯେ ଜଗତ ଜନନୀ ମା ଜାନକୀଙ୍କ ଜନ୍ମସ୍ଥାନ ସୀତାମାଢ଼ିର ପୁନୌରାଧାମର ସାମଗ୍ରିକ ବିକାଶ ପାଇଁ ଏକ ଭବ୍ୟ ମନ୍ଦିର ସମେତ ଅନ୍ୟାନ୍ୟ ଢାଞ୍ଚାର ଡିଜାଇନ୍ ଏବେ ପ୍ରସ୍ତୁତ, ଯାହାକୁ ଆପଣଙ୍କ ସହିତ ସେୟାର କରାଯାଉଛି।’
The post ବିହାରରେ ଭବ୍ୟ ଜାନକୀ ମନ୍ଦିର ହେବ, ଡିଜାଇନ ଜାରି appeared first on Odisha.News.