ବୀମା କ୍ଷେତ୍ରରେ ଏଫ୍‌ଡିଆଇ : ଶୀତ ଅଧିବେଶନରେ ଆସିବ କମ୍ପୋଜିଟ ଲାଇସେନ୍ସ ବିଲ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ବୀମା ଆଇନରେ ସଂଶୋଧନ ଲାଗି ଏକ ବିଧେୟକ ଉପସ୍ଥାପନ କରିପାରନ୍ତି, ଯାହା ଦ୍ୱାରା ଏହି କ୍ଷେତ୍ରକୁ ଅଧିକ ଉଦାର କରାଯାଇ ପାରିବ। ସୂତ୍ର ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସୀମାକୁ ବର୍ତ୍ତମାନର ୭୪ ପ୍ରତିଶତରୁ ବଢାଇ ୧୦୦ ପ୍ରତିଶତ କରିବା ଓ ଜୀବନ ତଥା ଅଣଜୀବନ ବୀମା ଲାଗି କମ୍ପୋଜିଟ ଲାଇସେନସିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଦେଶରେ ବୀମା କ୍ଷେତ୍ର ସମ୍ପ୍ରସାରଣ […]

ବୀମା କ୍ଷେତ୍ରରେ ଏଫ୍‌ଡିଆଇ : ଶୀତ ଅଧିବେଶନରେ ଆସିବ କମ୍ପୋଜିଟ ଲାଇସେନ୍ସ ବିଲ୍
FDI in insurance sector

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ବୀମା ଆଇନରେ ସଂଶୋଧନ ଲାଗି ଏକ ବିଧେୟକ ଉପସ୍ଥାପନ କରିପାରନ୍ତି, ଯାହା ଦ୍ୱାରା ଏହି କ୍ଷେତ୍ରକୁ ଅଧିକ ଉଦାର କରାଯାଇ ପାରିବ। ସୂତ୍ର ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସୀମାକୁ ବର୍ତ୍ତମାନର ୭୪ ପ୍ରତିଶତରୁ ବଢାଇ ୧୦୦ ପ୍ରତିଶତ କରିବା ଓ ଜୀବନ ତଥା ଅଣଜୀବନ ବୀମା ଲାଗି କମ୍ପୋଜିଟ ଲାଇସେନସିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି।

ଦେଶରେ ବୀମା କ୍ଷେତ୍ର ସମ୍ପ୍ରସାରଣ ନିମନ୍ତେ ଅନ୍ୟ ପରିବର୍ତ୍ତନରେ ମାଇକ୍ରୋ ବୀମା କମ୍ପାନୀଙ୍କ ଲାଗି ପୁଞ୍ଜି ଆବଶ୍ୟକତାକୁ କମ କରାଯାଇ ପାରେ। କମ୍ପୋଜିଟ ଲାଇସେନ୍ସ ଲାଗି ଯଦିଓ ନ୍ୟୁନତମ ପୁଞ୍ଜି ସୀମା ଜୀବନ ଓ ଅଣ ଜୀବନ ବୀମା ଲାଗି ପୃଥକ ପୃଥକ, ତେବେ ଲାଇସେନ୍ସ ତୁଳନାରେ ଅଧିକ ହୋଇପାରେ। ଜନୈକ ଅଧିକାରୀଙ୍କ ଅନୁସାରେ ବୀମା ସଂଶୋଧନ ବିଧେୟକ ଉପରେ ଏବେ କାମ ଚାଲିଛି। ଏହାକୁ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯାଇପାରେ। ଭାରତରେ ବୀମା କ୍ଷେତ୍ର ୨୦୨୧ରେ ମାତ୍ର ୪.୨ ପ୍ରତିଶତ ରହିଛି ଯାହା ସାରା ବିଶ୍ୱରେ ଏହା ୭ ପ୍ରତିଶତ । ଏହା ଛଡା ଭାରତୀୟ ବୀମା କ୍ଷେତ୍ର କେବଳ ଜୀବନ ବୀମା ଉପରେ ଗୁରୁତ୍ୱ ଦେଉଛି ଏଣୁ ଏହାର ଅଂଶିଦାରୀ ପାଖାପାଖି ୭୬ ପ୍ରତିଶତ ରହୁଛି।