ବୀରମହାରାଜପୁର ରେ ବଢି ଚାଲିଛି ବିଷାକ୍ତ ମଦ ଓ ଜୁଆ
ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସୁଲେଇ ଜୁଆ ଖେଳ ଦିନ ଦ୍ବିପହରରେ ହେଉଥିବା ଅଭିଯୋଗ ହେଉଛି । ସେହିପରି ଗ୍ରାମାଞ୍ଚଳରେ ବିଷାକ୍ତ ମଦ ଓ ଅନଲାଇନ ସଟ୍ଟା ( ଜୁଆ ) କାରବାର ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମର ବେକାର ଯୁବଗୋଷ୍ଠୀ ଏବେ କର୍ମ ବିମୁଖ ହୋଇ ନିଶାଡି ପାଲଟିଲେଣି । ଫଳରେ ଗ୍ରାମରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ବେଳେ ପୁଲିସ ପ୍ରଶାସନ […] The post ବୀରମହାରାଜପୁର ରେ ବଢି ଚାଲିଛି ବିଷାକ୍ତ ମଦ ଓ ଜୁଆ appeared first on Odisha.News.

ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ସୁଲେଇ ଜୁଆ ଖେଳ ଦିନ ଦ୍ବିପହରରେ ହେଉଥିବା ଅଭିଯୋଗ ହେଉଛି । ସେହିପରି ଗ୍ରାମାଞ୍ଚଳରେ ବିଷାକ୍ତ ମଦ ଓ ଅନଲାଇନ ସଟ୍ଟା ( ଜୁଆ ) କାରବାର ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମର ବେକାର ଯୁବଗୋଷ୍ଠୀ ଏବେ କର୍ମ ବିମୁଖ ହୋଇ ନିଶାଡି ପାଲଟିଲେଣି । ଫଳରେ ଗ୍ରାମରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହେଉଥିବା ବେଳେ ପୁଲିସ ପ୍ରଶାସନ ଏଦିଗରେ ନିରବ ପାଲଟିଛି । ବୀରମହାରାଜପୁର ଓ ସୁବଳୟା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ବିଶେଷକରି ପନିପରିବା ଚାଷ ପାଇଁ ସାରା ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ବେଳେ ଏହି ଅଞ୍ଚଳ ଏବେ ସଟ୍ଟା ଓ ମଦ କରାଇବା ପାଇଁ ଦୁର୍ନାମ ମୁଣ୍ଡାଇଛି। କାମ ମିଳୁନଥିବାରୁୁ କମ୍ ସମୟରେ ପ୍ରଚୁର ଅର୍ଥ ଉପାର୍ଜନ କରିବା ଆଶାରେ ଉଭୟ ଯୁବକ ଓ ବୃଦ୍ଧମାନେ ବେଆଇନ ସଟ୍ଟା ( ଜୁଆ) ଖେଳୁଛନ୍ତି। ଏଠାରେ ଥିବା କିଛି ଅସାମାଜିକ ବ୍ୟକ୍ତି ଅସାଧୁ ପୁଲିସ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଦିନ ଦ୍ବିପହରରେ ଖୋଲାଖୋଲି ସଟ୍ଟା ଖେଲାଉ ଥିବା ଅଭିଯୋଗ ହେଉଛି । ଏପରିକି ବିଷାକ୍ତ ମଦ ବେଧଡକ ବିକ୍ରି ହେଉଥିବା ବେଳେ ଏଥିପାଇଁ ଅନେକ ପରିବାର ସର୍ବସ୍ବାନ୍ତ ହୋଇସାରିଥିବା ଜଣାଯାଇଛି । ସଟ୍ଟା ଖେଳରେ ଯୁବବର୍ଗ ସାମିଲ ହେଉଥିବା ବେଳେ ଚାଷୀ ଓ ଦିନ ମଜୁରିଆ ମାନେ ସେଥିରେ ସାମିଲ ହେଉଛନ୍ତି । ପ୍ରତ୍ୟହ ହଜାର ହଜାର ଟଙ୍କାର କାରବାର ହେଉଛି। ଏଥିରେ ସଂପୃକ୍ତ ସଟ୍ଟା ଗଦି ଓ ବେପାରୀ ମାଲାମାଲ ହେଉଥିବା ବେଳେ ଟଙ୍କା ବିନିଯୋଗ କରୁଥିବା ଲୋକେ କ୍ଷତି ସହୁଛନ୍ତି । ଏଣୁ ଆର୍ଥିକ ଅଭାବ ଯୋଗୁଁ ଶେଷରେ ନିଶାପାନ କରୁଛନ୍ତି। ଯାହା ଫଳରେ ଉକ୍ତ ଅଞ୍ଚଳରେ ଛୋଟ ବଡ ଚୋରି କାରବାର ବଢୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ, ଗ୍ରାମରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି। ଆଖପାଖ ଅଞ୍ଚଳରୁ ବେଆଇନ ବିଷାକ୍ତ ରନ୍ଧା ମଦ ଆସୁଛି। ଲୋକେ ଶସ୍ତାରେ ଅଧିକ ନିଶା ଲୋଭରେ ବେଆଇନ ମଦ ପିଇ ମାତାଲ୍ ହେଉଛନ୍ତି। ଏପରିକି ଗାଁ ରେ କୁଚିଆ ମଦ କାରବାର ହେଉଛି। ଫଳରେ ଏଭଳି ବିଷାକ୍ତ ମଦ ପିଇ ଏକ ମାସ ମଧ୍ୟରେ ଅନେକ ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି I ଆଧିକାଂଶ ଲୋକ ବିଭିନ୍ନ ରୋଗରେ ପଡି ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି I ତଥାପି ଗାଁ ମାନଙ୍କରେ ବେଆଇନ ମଦ କାରବାର ଉପରେ ରୋକ୍ ଲାଗି ପାରି ନାହିଁ I ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l
The post ବୀରମହାରାଜପୁର ରେ ବଢି ଚାଲିଛି ବିଷାକ୍ତ ମଦ ଓ ଜୁଆ appeared first on Odisha.News.