ବୁଣାକାରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା, ମାସକୁ ପାଇବେ ୨୦୦୦ ଟଙ୍କା ସହାୟତା

ଭୁବନେଶ୍ବର : ରାଜ୍ୟରେ ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା ଆରମ୍ଭ। ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗରମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ଘୋଷଣା କରିଛନ୍ତି ନୂଆ ଯୋଜନା । ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ମାସକୁ ୨୦୦୦ […] The post ବୁଣାକାରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା, ମାସକୁ ପାଇବେ ୨୦୦୦ ଟଙ୍କା ସହାୟତା appeared first on KNews Odisha.

ବୁଣାକାରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା, ମାସକୁ ପାଇବେ ୨୦୦୦ ଟଙ୍କା ସହାୟତା
cm

ଭୁବନେଶ୍ବର : ରାଜ୍ୟରେ ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା ଆରମ୍ଭ। ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗରମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ଘୋଷଣା କରିଛନ୍ତି ନୂଆ ଯୋଜନା ।

ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ସେମାନଙ୍କୁ ୨୫ଶହ ଟଙ୍କା ମିଳିବ। ବୁଣାକାର ହିତାଧିକାରୀ ମାନେ ଚଳିତ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବର୍ଦ୍ଧିତ ସହାୟତା ପାଇବେ। ରାଜ୍ୟରେ ଏକଲକ୍ଷ ୨୫ ହଜାର ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ଦେଢଲକ୍ଷରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି।

ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ। ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କ ସଞ୍ଚୟ ଖାତାକୁ ସିଧା ସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ।

 

The post ବୁଣାକାରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା, ମାସକୁ ପାଇବେ ୨୦୦୦ ଟଙ୍କା ସହାୟତା appeared first on KNews Odisha.