ବୁଦାପେଷ୍ଟକୁ ଚେସ୍ ଅଲିମ୍ପିଆଡ୍ ମଶାଲ ହସ୍ତାନ୍ତର
ନୂଆଦିଲ୍ଲୀ,୧୫ା୨(ପି.ଟି.): ଭାରତୀୟ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଚେସ୍ ଅଲମ୍ପିଆଡ୍ ହସ୍ତାନ୍ତର କରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାଫେଷ୍ଟରେ ୪୫ତମ ଚେସ୍ ଅଲମ୍ପିଆଡ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ମଶାଲ ହସ୍ତାନ୍ତର କରିଥିଲେ। ଫିଡେ ସଭାପତି ଆର୍କାଡି ଡୋର୍କୋଭିଚ ଓ ଆୟୋଜକ ହଙ୍ଗେରୀର ପ୍ରତିନିଧିଙ୍କୁ ମଶାଲ ହସ୍ତାନ୍ତର କରାଯାଇଥିଲା। ଭାରତର ଚେନ୍ନାଇରେ ୪୪ତମ ଚେସ୍ ଅଲମ୍ପିଆଡ୍ ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୦୨୨ରେ ଭାରତକୁ ମଶାଲ ହସ୍ତାନ୍ତର କରାଯାଇଥିବା ବେଳେ […] The post ବୁଦାପେଷ୍ଟକୁ ଚେସ୍ ଅଲିମ୍ପିଆଡ୍ ମଶାଲ ହସ୍ତାନ୍ତର appeared first on Dharitri Odia News.
ନୂଆଦିଲ୍ଲୀ,୧୫ା୨(ପି.ଟି.): ଭାରତୀୟ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଚେସ୍ ଅଲମ୍ପିଆଡ୍ ହସ୍ତାନ୍ତର କରିଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାଫେଷ୍ଟରେ ୪୫ତମ ଚେସ୍ ଅଲମ୍ପିଆଡ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ମଶାଲ ହସ୍ତାନ୍ତର କରିଥିଲେ। ଫିଡେ ସଭାପତି ଆର୍କାଡି ଡୋର୍କୋଭିଚ ଓ ଆୟୋଜକ ହଙ୍ଗେରୀର ପ୍ରତିନିଧିଙ୍କୁ ମଶାଲ ହସ୍ତାନ୍ତର କରାଯାଇଥିଲା। ଭାରତର ଚେନ୍ନାଇରେ ୪୪ତମ ଚେସ୍ ଅଲମ୍ପିଆଡ୍ ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୦୨୨ରେ ଭାରତକୁ ମଶାଲ ହସ୍ତାନ୍ତର କରାଯାଇଥିବା ବେଳେ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ସମଗ୍ର ବିଶ୍ୱର ୨୫୦୦ରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ଭାରତ ଏହି ଟୁର୍ନାମେଣ୍ଟରେ ୯ ପଦକ ହାସଲ କରିଥିବା ବେଳେ ମହିଳା ଟିମ୍ ଇଭେଣ୍ଟରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଚେସ୍ ବୁଦ୍ଧିମତାର ଖେଳ ହୋଇଥିବା ବେଳେ ସମଗ୍ର ବିଶ୍ୱକୁ ଏହା ଭାରତର ଦାନ ବୋଲି କହିଥିଲେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର। ଏହା କେବଳ ଏକ ଖେଳ ନୁହେଁ ବରଂ ଏହା ଅସୀମ ଧୈର୍ଯ୍ୟ ଓ ଯୋଜନା ଆବଶ୍ୟକ କରିଥାଏ ବୋଲି ଠାକୁର କହିଥିଲେ। ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ ଓ ହଙ୍ଗେରିଆନ୍ ଗ୍ରାଣ୍ଡମାଷ୍ଟର ଜୁଡିତ ପୋଲଗାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
The post ବୁଦାପେଷ୍ଟକୁ ଚେସ୍ ଅଲିମ୍ପିଆଡ୍ ମଶାଲ ହସ୍ତାନ୍ତର appeared first on Dharitri Odia News.