ବୁଧବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୪୩ ଆସନ ପାଇଁ ପଡ଼ିବ ଭୋଟ୍
ରାଞ୍ଚି,୧୨/୧୧: ନଭେମ୍ବର ୧୩ରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ିବ । ଏହାର ୪୮ ଘଣ୍ଟା ଅର୍ଥାତ୍ ସୋମବାର ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୩ଟି ଆସନରେ ମତଦାନ ହେବ । ମୋଟ୍ ୧ କୋଟି ୩୭ ଲକ୍ଷ ୧୦ ହଜାର ୭୧୭ ଭୋଟର ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରେ ୬୮ ଲକ୍ଷ ୭୩ ହଜାର ୪୫୫ ପୁରୁଷ, ୬୮ ଲକ୍ଷ ୩୬ ହଜାର ୯୫୯ ମହିଳା ଓ ୩୦୩ ତୃତୀୟ ଲିଙ୍ଗୀ ସାମିଲ ରହିଛନ୍ତି । ଏହି ପର୍ଯ୍ୟାୟରେ ଲଢ଼ୁଥିବା ୬୮୩ ପ୍ରାର୍ଥୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଦଳଗୁଡ଼ିକର ୮୭, ଝାଡ଼ଖଣ୍ଡର ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡିକର ୩୨, ଅନ୍ୟ ରାଜ୍ୟର ମାନ୍ୟତାପ୍ରାପ୍ତ ଦଳର ୪୨, ଅଣମାନ୍ୟତା ପ୍ରାପ୍ତ ପଞ୍ଜିକୃତ ଦଳର ୧୮୮ ଜଣ ପ୍ରାର୍ଥୀ ଅଛନ୍ତି । ଏହାଛଡ଼ା ୩୩୪ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୩ ମହିଳାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ । ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ତୃତୀୟଲିଙ୍ଗୀ ବି ଅଛନ୍ତି । ପ୍ରଥମ ପର୍ଯ୍ୟାୟର ୪୩ଟି ଆସନ ମଧ୍ୟରୁ ୬ଟି ଏସ୍ସି ଓ ୨୦ଟି ଏସ୍ଟିଙ୍କ ଲାଗି ସଂରକ୍ଷିତ । ଏହି ପର୍ଯ୍ୟାୟରେ ଯେଉଁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ସାମିଲ ରହିଛନ୍ତି । ସେହିପରି ୬ଜଣ କ୍ୟାବିନେଟ୍ ମନ୍ତ୍ରୀ ରାମେଶ୍ୱର ଓରାଓଁ, ରାମଦ
ରାଞ୍ଚି,୧୨/୧୧: ନଭେମ୍ବର ୧୩ରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ିବ । ଏହାର ୪୮ ଘଣ୍ଟା ଅର୍ଥାତ୍ ସୋମବାର ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୩ଟି ଆସନରେ ମତଦାନ ହେବ । ମୋଟ୍ ୧ କୋଟି ୩୭ ଲକ୍ଷ ୧୦ ହଜାର ୭୧୭ ଭୋଟର ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରେ ୬୮ ଲକ୍ଷ ୭୩ ହଜାର ୪୫୫ ପୁରୁଷ, ୬୮ ଲକ୍ଷ ୩୬ ହଜାର ୯୫୯ ମହିଳା ଓ ୩୦୩ ତୃତୀୟ ଲିଙ୍ଗୀ ସାମିଲ ରହିଛନ୍ତି ।
ଏହି ପର୍ଯ୍ୟାୟରେ ଲଢ଼ୁଥିବା ୬୮୩ ପ୍ରାର୍ଥୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଦଳଗୁଡ଼ିକର ୮୭, ଝାଡ଼ଖଣ୍ଡର ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡିକର ୩୨, ଅନ୍ୟ ରାଜ୍ୟର ମାନ୍ୟତାପ୍ରାପ୍ତ ଦଳର ୪୨, ଅଣମାନ୍ୟତା ପ୍ରାପ୍ତ ପଞ୍ଜିକୃତ ଦଳର ୧୮୮ ଜଣ ପ୍ରାର୍ଥୀ ଅଛନ୍ତି । ଏହାଛଡ଼ା ୩୩୪ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୩ ମହିଳାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ । ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ତୃତୀୟଲିଙ୍ଗୀ ବି ଅଛନ୍ତି ।
ପ୍ରଥମ ପର୍ଯ୍ୟାୟର ୪୩ଟି ଆସନ ମଧ୍ୟରୁ ୬ଟି ଏସ୍ସି ଓ ୨୦ଟି ଏସ୍ଟିଙ୍କ ଲାଗି ସଂରକ୍ଷିତ । ଏହି ପର୍ଯ୍ୟାୟରେ ଯେଉଁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ସାମିଲ ରହିଛନ୍ତି । ସେହିପରି ୬ଜଣ କ୍ୟାବିନେଟ୍ ମନ୍ତ୍ରୀ ରାମେଶ୍ୱର ଓରାଓଁ, ରାମଦାସ ସୋରେନ୍, ବନ୍ନା ଗୁପ୍ତା, ମିଥିଲେଶ ଠାକୁର, ଦୀପକ ବିରୁଆ ଓ ବୈଦନାଥ ରାମ ମଧ୍ୟ ମୈଦାନରେ ଅଛନ୍ତି । ଏମାନଙ୍କ ବ୍ୟତୀତ ଜେଡିୟୁର ସରଜୂ ରାୟ, ବିଜେପିର ସିପି ସିଂହ, ନୀରା ଯାଦବ, ନୀଳକଣ୍ଠ ସିଂହ ମୁଣ୍ଡା, ରାମଚନ୍ଦ୍ର ଚନ୍ଦ୍ରବଂଶୀ, କଂଗ୍ରେସର କେଏନ୍ ତ୍ରିପାଠୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ, ଚମ୍ପାଇ ସୋରେନ୍ଙ୍କ ପୁଅ ବାବୁଲାଲ ସୋରେନ୍, କ୍ୟାବିନେଟ୍ ମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତାଙ୍କ ବୋହୂ ରଶ୍ମି ପ୍ରକାଶଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୧୫,୩୪୪ ବୁଥ୍ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷାକୁ କଡ଼ାକଡି କରାଯାଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।