ବୁଧବାର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର ୧୨।୦୬: ବୁଧବାର ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବିଜେପି ସରକାରର ଏହା ପ୍ରଥମ କ୍ୟାବିନେଟ୍‌ ବୈଠକ । ଖବର ଅନୁଯାୟୀ, ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବାକୁ ଯାଉଛି ବିଜେପି । ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିବ ବିଜେପି । ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ କେନ୍ଦୁଝର ସଦର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଏହାପରେ ରାଜ୍ୟପାଳ ରଘୁବର ଦାସଙ୍କ ନିକଟକୁ ସରକାର ଗଠନ ଲାଗି ଦାବିପତ୍ର ଜଣାଇଛନ୍ତି । ସେହିପରି ବୁଧବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ । ଶପଥ ଗ୍ରହଣ ଉତ୍ସବ ଲାଗି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । 

ବୁଧବାର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର ୧୨।୦୬: ବୁଧବାର ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବିଜେପି ସରକାରର ଏହା ପ୍ରଥମ କ୍ୟାବିନେଟ୍‌ ବୈଠକ । 

ଖବର ଅନୁଯାୟୀ, ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବାକୁ ଯାଉଛି ବିଜେପି । ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିବ ବିଜେପି । ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ କେନ୍ଦୁଝର ସଦର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଏହାପରେ ରାଜ୍ୟପାଳ ରଘୁବର ଦାସଙ୍କ ନିକଟକୁ ସରକାର ଗଠନ ଲାଗି ଦାବିପତ୍ର ଜଣାଇଛନ୍ତି । ସେହିପରି ବୁଧବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ । ଶପଥ ଗ୍ରହଣ ଉତ୍ସବ ଲାଗି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।