ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ…

ଆଡିଲେଡ,୨୮।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା। ଏଥିରେ ଆୟୋଜକ ଟିମ୍‌କୁ ୨୯୫ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଏହି ହାର୍‌ର ସ୍କ୍ରିପ୍ଟ ଜସପ୍ରିତ୍‌ ବୁମ୍‌ରା ଲେଖିଥିଲେ। ସେ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ଏହାପରଠାରୁ କଙ୍ଗାରୁ ଟିମ୍‌ରେ ବୁମ୍‌ରାଙ୍କୁ ନେଇ ଛନକା ପଶିଛି। ଏବେ ଟ୍ରାଭିସ ହେଡ୍‌ ବୁମ୍‌ରାଙ୍କ ସାମ୍ନା କରିବାକୁ ଚାହୁଁ ନ ଥିବା ପରୋକ୍ଷରେ କହିଛନ୍ତି। ଏବିସି ସ୍ପୋର୍ଟ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ କେଉଁ ଖେଳାଳିଙ୍କୁ […] The post ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ… appeared first on Dharitri Odia News.

ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ…

ଆଡିଲେଡ,୨୮।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା। ଏଥିରେ ଆୟୋଜକ ଟିମ୍‌କୁ ୨୯୫ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଏହି ହାର୍‌ର ସ୍କ୍ରିପ୍ଟ ଜସପ୍ରିତ୍‌ ବୁମ୍‌ରା ଲେଖିଥିଲେ। ସେ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ଏହାପରଠାରୁ କଙ୍ଗାରୁ ଟିମ୍‌ରେ ବୁମ୍‌ରାଙ୍କୁ ନେଇ ଛନକା ପଶିଛି। ଏବେ ଟ୍ରାଭିସ ହେଡ୍‌ ବୁମ୍‌ରାଙ୍କ ସାମ୍ନା କରିବାକୁ ଚାହୁଁ ନ ଥିବା ପରୋକ୍ଷରେ କହିଛନ୍ତି। ଏବିସି ସ୍ପୋର୍ଟ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ କେଉଁ ଖେଳାଳିଙ୍କୁ ସେମାନେ ଦଳରେ ରଖିବାକୁ ଚାହୁଁଥିବା ପଚରାଯାଇଥିଲା। ଏଥିରେ ଟ୍ରାଭିସଙ୍କ ବୁମ୍‌ରାଙ୍କୁ ନେଇ ଥିବା ଭୟ ପଦାକୁ ଆସିଛି।

ଅଷ୍ଟ୍ରେଲିୟ ଖେଳାଳି ଲାୟନ, କୈରୀ, ମାର୍ଶ, ମାକ୍ସଓ୍ବେଲ ପ୍ରମୁଖ କୋହଲିଙ୍କ ନାଁ ନେଇଥିଲେ। ଷ୍ଟିଭ ସ୍ମିଥ୍‌ ବୁମ୍‌ରାଙ୍କ ନାଁ ନେଇଥିଲେ। ହେଲେ ଟ୍ରାଭିସ ବୁମ୍‌ରାଙ୍କ ନାଁ ନେଇ କହିଥିଲେ ଯେ ଏପରି ହେଲେ ତାଙ୍କ ବିପକ୍ଷରେ ଆଉ ଖେଳିବାକୁ ପଡ଼ିବ ନାହିଁ। ଏଥିରୁ ସେ କିଭଳି ଭାବେ ତାଙ୍କ ବୋଲିଂକୁ ଡରୁଛନ୍ତି ତାହା ସ୍ପଷ୍ଟ ହୋଇଛି।

କହିରଖୁଛୁ, ପର୍ଥ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୧୫୦ ରନ୍‌ରେ ଅଲଆଉଟ ହୋଇଥିଲା। ହେଲେ ପରେ ବୁମରା କଙ୍ଗାରୁ ଟିମ୍‌ର ଖେଳାଳିଙ୍କୁ ଅଡୁଆରେ ପକାଇଥିଲେ। ଫଳରେ ଦଳ ୧୦୪ ରନରେ ଅଲଆଉଟ ହୋଇଥିଲା। ବୁମରା ପ୍ରଥମ ଇନିଂସରେ ମାତ୍ର ୩୦ ରନ ଦେଇ ୫ ଉଇକେଯ ନେଇଥିଲେ। ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍‌ର ଖେଳାଳିମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ବୁମ୍‌ରା ହେଡ୍‌ଙ୍କୁ ମଧ୍ୟ ୮୯ ରନ୍‌ରେ ଆଉଟ୍‌ କରିଥିଲେ। ଏବେ ଆଡିଲେଡ୍‌ ଟେଷ୍ଟ ପୂର୍ବରୁ ପୁଣି ଥରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ମନରେ ବୁମ୍‌ରାଙ୍କୁ ନେଇ ଡର ସାମ୍ନାକୁ ଆସିଛି।

The post ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ… appeared first on Dharitri Odia News.