ବୁର୍ଲା ପାଓ୍ବାର ଚ୍ୟାନେଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର, ଉଦ୍ଧାର ହେଲା ମୃତଦେହ

ସମ୍ବଲପୁର ୧୩।୩: ଗାଧାଉଥିବା ବେଳେ ଖସିଗଲା ଗୋଡ଼ । ପାଣିରେ ବୁଡ଼ିଗଲେ ଭିସୁଟ୍ ଛାତ୍ର । ସମ୍ବଲପୁର ବୁର୍ଲା ପାୱାର ଚ୍ୟାନେଲ୍‌ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ବୁର୍ଲା ପାୱାର ଚ୍ୟାନେଲ୍‌ ଅଠର ହଜାର ଅଞ୍ଚଳରେ ଗୁରୁବାର ଦିନ ଭିସୁଟ୍‌ର କିଛି ଛାତ୍ର ଗାଧୋଇବାକୁ ଯାଇଥିଲେ । ସାଙ୍ଗମାନଙ୍କ ସହ ଗାଧାଉଥିବା ବେଳେ ଜଣେ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପାଣି ସ୍ରୋତରେ ସେ ଭାସିଯାଇଥିଲେ । ତେବେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ର ଜଣଙ୍କ ଭିସୁଟ୍‌ର ସିଭିଲ ଇଞ୍ଜିନିୟରିଂ ପ୍ରଥମ ବର୍ଷର ଛାତ୍ର ଥିଲେ । ଛାତ୍ର ଜଣଙ୍କର ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି । You Can Read:ଭାଗ ଚାଷକୁ ନେଇ ନିର୍ମମ ହତ୍ୟା : ଦୁଇ ଅଭିଯୁକ୍ତ ଗିରଫ, ଜଣେ ଫେରାର 

ବୁର୍ଲା ପାଓ୍ବାର ଚ୍ୟାନେଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର, ଉଦ୍ଧାର ହେଲା ମୃତଦେହ

ସମ୍ବଲପୁର ୧୩।୩ଗାଧାଉଥିବା ବେଳେ ଖସିଗଲା ଗୋଡ଼ । ପାଣିରେ ବୁଡ଼ିଗଲେ ଭିସୁଟ୍ ଛାତ୍ର । ସମ୍ବଲପୁର ବୁର୍ଲା ପାୱାର ଚ୍ୟାନେଲ୍‌ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବୁର୍ଲା ପାୱାର ଚ୍ୟାନେଲ୍‌ ଅଠର ହଜାର ଅଞ୍ଚଳରେ ଗୁରୁବାର ଦିନ ଭିସୁଟ୍‌ର କିଛି ଛାତ୍ର ଗାଧୋଇବାକୁ ଯାଇଥିଲେ । ସାଙ୍ଗମାନଙ୍କ ସହ ଗାଧାଉଥିବା ବେଳେ ଜଣେ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ପାଣି ସ୍ରୋତରେ ସେ ଭାସିଯାଇଥିଲେ । ତେବେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । 

ଛାତ୍ର ଜଣଙ୍କ ଭିସୁଟ୍‌ର ସିଭିଲ ଇଞ୍ଜିନିୟରିଂ ପ୍ରଥମ ବର୍ଷର ଛାତ୍ର ଥିଲେ । ଛାତ୍ର ଜଣଙ୍କର ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି । 

You Can Read:

ଭାଗ ଚାଷକୁ ନେଇ ନିର୍ମମ ହତ୍ୟା : ଦୁଇ ଅଭିଯୁକ୍ତ ଗିରଫ, ଜଣେ ଫେରାର