ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ବୁଲା କୁକୁର ଓ ଗୋରୁ ଜମା ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପାରଳାଖେମୁଣ୍ଡି ପୌରପାଳିକା ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋରୁଙ୍କୁ […] The post ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ appeared first on Dharitri Odia News.

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ବୁଲା କୁକୁର ଓ ଗୋରୁ ଜମା ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପାରଳାଖେମୁଣ୍ଡି ପୌରପାଳିକା ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋରୁଙ୍କୁ ମାଲିକମାନେ ଘରେ ଗୁହାଳରେ ବାନ୍ଧି ରଖିବା ବଦଳରେ ବାହାରକୁ ଛାଡ଼ିଦେଉଥିବାରୁ ସେମାନେ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ଛିଡା ହୋଇ ରହି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ବୁଲା କୁକୁରଗୁଡ଼ିକ ବିଭିନ୍ନ ସମୟରେ ରାସ୍ତାରେ ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି। ଏଥିଯୋଗୁ ଲୋକେ ଦୁର୍ଘଟଣାର ଶିକାର ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି।
ଗତ ଅଗଷ୍ଟ ମାସରେ ୮୦ରୁ ଊଦ୍ଧର୍‌ବ ଲୋକ କୁକୁର କାମୁଡାର ଶିକାର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଖବର ମିଳିଛି। ପାରଳା ପୌର ପରିଷଦ ବୁଲା କୁକୁରଙ୍କୁ ନିୟନ୍ତ୍ରଣ ପାଇଁ କିଛି ଯୋଜନା କରୁନି କି ଗୃହପାଳିତ ପ୍ରାଣୀଙ୍କ ପାଇଁ କାଞ୍ଜିଆହୁଦା ନିର୍ମାଣ କରି ସେମାନଙ୍କ ଅବାଧ ବିଚରଣକୁ ରୋକିପାରୁନି। ଗତ ବର୍ଷ ପୌରପାଳିକା ଗୋରୁଗୁଡ଼ିକୁ ନିଜ ହେପାଜତକୁ ନେଇ ମାଲିକମାନଙ୍କଠାରୁ ଜରିମାନା ଆଦାୟ କରିଥିଲା। ଚଳିତବର୍ଷ ତାହା ଦେଖିବାକୁ ମିଳୁନି। ପୌର ପରିଷଦ ହାତବାନ୍ଧି ବସିଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସହରବାସୀ ବାରମ୍ବାର ପୌର ପରିଷଦ ନିକଟରେ ଅଭିଯୋଗ କଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳର କାଳିଆ ସାହୁ, ପୂର୍ଣ୍ଣଚନ୍ଦ୍ର ସୁଆର, ଗଣେଶ ପାତ୍ର ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୌରପାଳିକା ନିର୍ବାହୀଯନ୍ତ୍ରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।

The post ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ appeared first on Dharitri Odia News.