ଲଣ୍ଡନରେ ପ୍ରଦର୍ଶିତ ହେବ ଓଡ଼ିଶାର ପାରମ୍ପାରିକ ହ୍ୟାଣ୍ଡଲୁମ୍

 କନକ ବ୍ୟୁରୋ: ବିଦେଶରେ ଚମକିବ ଓଡିଶାର ହସ୍ତକଳା । ଲଣ୍ଡନରେ ହେବାକୁ ଯାଉଥିବା ଇଣ୍ଡିଆ ଫ୍ୟାଶନ ୱିକ ରେ ଓଡିଶାର ହସ୍ତକଳାର ପ୍ରଦର୍ଶନ ଦେଖିବେ ବିଦେଶୀ । ନଭେମ୍ବର ୧୬ରେ  ଲଣ୍ଡନରେ ହେବାକୁ ଥିବା ଇଣ୍ଡିଆ ଫ୍ୟାଶନ ୱିକ୍ ରେ ଅଂଶଗ୍ରହଣ କରିବେ  ଓଡିଶାର ଫ୍ୟାଶନ  ଡିଜାଇନର ରେମ୍ଲି ମହାନ୍ତି । ରେମ୍ଲିଙ୍କ  ଦ୍ୱାରା ପ୍ରସ୍ତୁତ ହୋଇଥିବା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ପୋଷାକର ପ୍ରଦର୍ଶନ କରାଯିବ ଏହି ଫ୍ୟାଶନ ୱିକ୍  ରେ ।  ତେବେ  ଓଡ଼ିଶାରୁ  ରେମ୍ଲି  ମହାନ୍ତି ଏକମାତ୍ର ଡିଜାଇନର ଭାବେ ଏହି କାର୍ୟ୍ୟକ୍ରମକୁ ନିମନ୍ତ୍ରିତ ହୋଇଛନ୍ତି ।  ଏହି ବର୍ଷ ଇଣ୍ଡିଆ ଫ୍ୟାଶନ ୱିକ୍ ର ବିଷୟବସ୍ତୁ ରହିଛି ‘ନିରନ୍ତର’ । ରେମଲି ପ୍ରଦର୍ଶନ କରିବାକୁ ଥିବା ପାରମ୍ପରିକ ପୋଷାକ ହ୍ୟାଣ୍ଡଲୁମ୍ ରେ  ଆଧୁନିକତାର ଛାପ ମଧ୍ୟ ଦେଖିବାକୁ ମିଳିବ ।  ଏନେଇ  ରେମଲି କହିଛନ୍ତି ଯେ, ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଓଡ଼ିଶାର  କଳା, ସଂସ୍କୃତି  ଏବଂ ଐତିହ୍ୟକୁ  ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ମୁଁ  ବହୁତ ଖୁସି ।   ଫ୍ୟାଶନ ଡିଜାଇନର ରେମଲିଙ୍କ ପାଇଁ  ଓଡ଼ିଶାବାସୀ ଗୌରାବନ୍ୱୀତ ହେବାକୁ ଯାଉଛନ୍ତି ।   

ଲଣ୍ଡନରେ ପ୍ରଦର୍ଶିତ ହେବ ଓଡ଼ିଶାର ପାରମ୍ପାରିକ ହ୍ୟାଣ୍ଡଲୁମ୍

 
କନକ ବ୍ୟୁରୋ: ବିଦେଶରେ ଚମକିବ ଓଡିଶାର ହସ୍ତକଳା । ଲଣ୍ଡନରେ ହେବାକୁ ଯାଉଥିବା ଇଣ୍ଡିଆ ଫ୍ୟାଶନ ୱିକ ରେ ଓଡିଶାର ହସ୍ତକଳାର ପ୍ରଦର୍ଶନ ଦେଖିବେ ବିଦେଶୀ । ନଭେମ୍ବର ୧୬ରେ  ଲଣ୍ଡନରେ ହେବାକୁ ଥିବା ଇଣ୍ଡିଆ ଫ୍ୟାଶନ ୱିକ୍ ରେ ଅଂଶଗ୍ରହଣ କରିବେ  ଓଡିଶାର ଫ୍ୟାଶନ  ଡିଜାଇନର ରେମ୍ଲି ମହାନ୍ତି । ରେମ୍ଲିଙ୍କ  ଦ୍ୱାରା ପ୍ରସ୍ତୁତ ହୋଇଥିବା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ପୋଷାକର ପ୍ରଦର୍ଶନ କରାଯିବ ଏହି ଫ୍ୟାଶନ ୱିକ୍  ରେ ।  ତେବେ  ଓଡ଼ିଶାରୁ  ରେମ୍ଲି  ମହାନ୍ତି ଏକମାତ୍ର ଡିଜାଇନର ଭାବେ ଏହି କାର୍ୟ୍ୟକ୍ରମକୁ ନିମନ୍ତ୍ରିତ ହୋଇଛନ୍ତି । 

ଏହି ବର୍ଷ ଇଣ୍ଡିଆ ଫ୍ୟାଶନ ୱିକ୍ ର ବିଷୟବସ୍ତୁ ରହିଛି ‘ନିରନ୍ତର’ । ରେମଲି ପ୍ରଦର୍ଶନ କରିବାକୁ ଥିବା ପାରମ୍ପରିକ ପୋଷାକ ହ୍ୟାଣ୍ଡଲୁମ୍ ରେ  ଆଧୁନିକତାର ଛାପ ମଧ୍ୟ ଦେଖିବାକୁ ମିଳିବ ।  ଏନେଇ  ରେମଲି କହିଛନ୍ତି ଯେ, ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଓଡ଼ିଶାର  କଳା, ସଂସ୍କୃତି  ଏବଂ ଐତିହ୍ୟକୁ  ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ମୁଁ  ବହୁତ ଖୁସି ।   ଫ୍ୟାଶନ ଡିଜାଇନର ରେମଲିଙ୍କ ପାଇଁ  ଓଡ଼ିଶାବାସୀ ଗୌରାବନ୍ୱୀତ ହେବାକୁ ଯାଉଛନ୍ତି ।