ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍
ବାଲିଗୁଡା,୧୭।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଚଳନ୍ତା କାର୍ ହଠାତ୍ ନିଆଁ ଲାଗି ହୁତୁ ହୁତୁ ଯାଇଥିଲା। ଏହି ନିଶ୍ଚିତ ଦୁର୍ଘଟଣାରୁ ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଶୁକ୍ରବାର ରାତି ୮.୩୦ ସମୟରେ ମହାସିଙ୍ଗ […] The post ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍ appeared first on Dharitri Odia News.
ବାଲିଗୁଡା,୧୭।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଚଳନ୍ତା କାର୍ ହଠାତ୍ ନିଆଁ ଲାଗି ହୁତୁ ହୁତୁ ଯାଇଥିଲା। ଏହି ନିଶ୍ଚିତ ଦୁର୍ଘଟଣାରୁ ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଶୁକ୍ରବାର ରାତି ୮.୩୦ ସମୟରେ ମହାସିଙ୍ଗ ଗ୍ରାମର ଏକ ପରିବାର କୋଟଗଡ ବ୍ଲକର ସୁବର୍ଣ୍ଣଗିରି ନିକଟସ୍ଥ ଲୁଦୁ ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରୁଥିବା ବେଳେ ହଠାତ ଗାଡିର ଇଞ୍ଜିନ ରେ କିଛି ଧୂଆଁ ବାହାରିବା ସହ ନିଆଁ ଦେଖିବାକୁ ମିଳିଥିଲା। ଏହା ପରେ ଡ୍ରାଇଭର ନିଜ ଉପସ୍ଥିତି ବୁଦ୍ଧି ଯୋଗୁ ଗାଡିକୁ ରଖିବା ସହ ସମସ୍ତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଗାଡିରୁ ଓଲ୍ଲାଇଥିଲେ। ଏଥିସହ ସେ ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ହୁ ହୁ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳରେ ପୋଲିସର ପେଟ୍ରୋଲିଂ ଗାଡି ପହଞ୍ଚି ଏସ୍ଆଇ ସଞ୍ଜୟ ସାଇଁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ସହ ଘଟଣାର କାରଣ ପଚାରିଥିଲେ l ଆଉ ଦୁଇ କିଲୋମିଟର ପରେ ସେହି ପରିବାର ତାଙ୍କ ଘରେ ପହଞ୍ଚି ଥାନ୍ତେl କିନ୍ତୁ ବିଧିର ବିଧାନ ବିଚିତ୍ର ଥିଲା। ଚଳନ୍ତା କାରରେ ନିଆଁ ଲାଗି ଯିବା ସତ୍ତ୍ୱେ ସମସ୍ତେ ଅଳ୍ପକେ ସମସ୍ତେ ମୃତୁ ମୁଖରୁ ବଞ୍ଚିଯାଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ସମ୍ବିତ କୁମାର ସାଇଁ ତଦନ୍ତ କରିବା ପରେ ନିଆଁ ଲାଗିବାର କାରଣ ଜଣାପଡିବ ବୋଲି କହିଛନ୍ତି l
The post ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍ appeared first on Dharitri Odia News.