ବୁଡ଼ାଗୁଡା ମୁଖ୍ୟ ବଜାର ରାସ୍ତା ପାଲଟିଛି ଅଳିଆ ଆବର୍ଜନା କୁଣ୍ଡ

ଦାରିଙ୍ଗବାଡି ୨୩।୭: କେନ୍ଦ୍ର ସରକାରଙ୍କ ନାରା ପ୍ରତ୍ୟେକ ପଞ୍ଚାୟତକୁ ସୁଶାସନ ପହଁଚିଛି । ୨୦୧୪ ମସିହା ଠାରୁ ସଶକ୍ତ କରିବା ପାଇଁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଯାହା ଫଳରେ ଆଜି ଏହାର ପରିନାମ ଦୃଷ୍ଟିଗୋଚର ହେବାରେ ଲାଗିଛି । ମଙ୍ଗଳବାର ପ୍ରତ୍ୟେକ ଗ୍ରାମପଞ୍ଚାୟତ ଗୁଡିକ ବିକାଶର ଜୀବନରେଖା ଭାବେ ଉଭା ହୋଇଛି । ଯେପରି ସୁବିଧା ସୁଯୋଗ ସ୍ତର ଦୃଷ୍ଟିରୁ ସହର ଓ ଗ୍ରାମାଞ୍ଚଳ ଏକ ଓ ଅଭିନ୍ନ ରହିବ । ହେଲେ  ଗରିବ, ଦଳିତ, ଅନଗ୍ରସର, ଆଦିବାସୀ ସାଧାରଣ ଶ୍ରେଣୀ, ମଧ୍ୟବିତ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯେଉଁ ସବୁ ବିକାଶ ହୋଇଛି ତାହା । ବୁଡ଼ାଗୁଡା ମୁଖ୍ୟ ବଜାର ରାସ୍ତକୁ ଦେଖିଲେ ଲାଗୁଛି ଏଠି ଯେମିତି ସବୁଆଲଗା ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ମୋଟର ଯାତାୟତ କରୁଥିବା ବେଳେ ହଜାର ହଜାର ଲୋକେ ଚାଲିକି ଯାତାୟତ କରୁଛନ୍ତି । ହେଲେ ଏହା ଉପରେ ଯେମିତି କାହାର ନଜର ପଡୁନି ସ୍ଥାନୀୟ ବାସିନ୍ଦା ବାରମ୍ବାର ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ଅଭିଯୋଗ କଲାପରେ ବି  ସରପଞ୍ଚ ସବୁ ଜାଣିଶୁଣି  ନିଜେ ଦେଖି କିଛି କରି ପାରୁନାହାନ୍ତି ।ଏଭଳି ପରିସ୍ଥିରେ ଏହି ରାସ୍ତା ଦେଇ କୁନି କୁନି ପିଲାମାନେ ବିଦ୍ୟାଳୟକୁ ଯିବା ସହ ବହୁ ଦୂରଦୁରାନ୍ତରୁ ରୋଗୀ ମାନେ ମେଡିକାଲ ଆସୁଛନ୍ତି । ଏହି ବଜାର ଉପରେ ରହିଛି ମେଡ଼ିସିନ ଷ୍ଟୋର, ଜଳଖିଆ ଦୋକାନ, ଏମିତି ଅନେକ ଦୋକାନ ରହିଥିବା ବେଳେ ରାସ୍ତାର ଅବସ୍ଥା ଦେଖି କିଛି ବ୍ୟ

ବୁଡ଼ାଗୁଡା ମୁଖ୍ୟ ବଜାର ରାସ୍ତା ପାଲଟିଛି ଅଳିଆ ଆବର୍ଜନା କୁଣ୍ଡ

ଦାରିଙ୍ଗବାଡି ୨୩।୭: କେନ୍ଦ୍ର ସରକାରଙ୍କ ନାରା ପ୍ରତ୍ୟେକ ପଞ୍ଚାୟତକୁ ସୁଶାସନ ପହଁଚିଛି । ୨୦୧୪ ମସିହା ଠାରୁ ସଶକ୍ତ କରିବା ପାଇଁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଯାହା ଫଳରେ ଆଜି ଏହାର ପରିନାମ ଦୃଷ୍ଟିଗୋଚର ହେବାରେ ଲାଗିଛି । ମଙ୍ଗଳବାର ପ୍ରତ୍ୟେକ ଗ୍ରାମପଞ୍ଚାୟତ ଗୁଡିକ ବିକାଶର ଜୀବନରେଖା ଭାବେ ଉଭା ହୋଇଛି । ଯେପରି ସୁବିଧା ସୁଯୋଗ ସ୍ତର ଦୃଷ୍ଟିରୁ ସହର ଓ ଗ୍ରାମାଞ୍ଚଳ ଏକ ଓ ଅଭିନ୍ନ ରହିବ । ହେଲେ  ଗରିବ, ଦଳିତ, ଅନଗ୍ରସର, ଆଦିବାସୀ ସାଧାରଣ ଶ୍ରେଣୀ, ମଧ୍ୟବିତ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯେଉଁ ସବୁ ବିକାଶ ହୋଇଛି ତାହା । ବୁଡ଼ାଗୁଡା ମୁଖ୍ୟ ବଜାର ରାସ୍ତକୁ ଦେଖିଲେ ଲାଗୁଛି ଏଠି ଯେମିତି ସବୁଆଲଗା ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ମୋଟର ଯାତାୟତ କରୁଥିବା ବେଳେ ହଜାର ହଜାର ଲୋକେ ଚାଲିକି ଯାତାୟତ କରୁଛନ୍ତି । ହେଲେ ଏହା ଉପରେ ଯେମିତି କାହାର ନଜର ପଡୁନି ସ୍ଥାନୀୟ ବାସିନ୍ଦା ବାରମ୍ବାର ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ଅଭିଯୋଗ କଲାପରେ ବି  ସରପଞ୍ଚ ସବୁ ଜାଣିଶୁଣି  ନିଜେ ଦେଖି କିଛି କରି ପାରୁନାହାନ୍ତି ।

ଏଭଳି ପରିସ୍ଥିରେ ଏହି ରାସ୍ତା ଦେଇ କୁନି କୁନି ପିଲାମାନେ ବିଦ୍ୟାଳୟକୁ ଯିବା ସହ ବହୁ ଦୂରଦୁରାନ୍ତରୁ ରୋଗୀ ମାନେ ମେଡିକାଲ ଆସୁଛନ୍ତି । ଏହି ବଜାର ଉପରେ ରହିଛି ମେଡ଼ିସିନ ଷ୍ଟୋର, ଜଳଖିଆ ଦୋକାନ, ଏମିତି ଅନେକ ଦୋକାନ ରହିଥିବା ବେଳେ ରାସ୍ତାର ଅବସ୍ଥା ଦେଖି କିଛି ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା ଗୁଣାକାର ପାତ୍ର, କଳାମଣି ପାତ୍ର, ରାମଚନ୍ଦ୍ର ଦଣ୍ଡସେନା ଏବଂ ବ୍ୟବସାୟୀ ମାନେ ବହୁବାର ପଞ୍ଚାୟତରେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ହେଉ ନଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏହି ବଜାର ଗୃହ ମୁଖ୍ୟ ରାସ୍ତା ଭଲ ଭାବରେ  ନିର୍ମାଣ କରା ନଗଲେ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ନିଆରା ପ୍ରତିବାଦ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।

You Can Read:

ସ୍ୱାମୀ ନା ଜହ୍ଲାଦ ? ସାମାନ୍ୟ ବଚସାରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ଅଟକ ରଖିଲା ପୋଲିସ