ବୃଦ୍ଧ ବାପାକୁ ହତ୍ୟା ମାମଲା, ପୁଅ ଓ କିନ୍ନରକୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ଅଯୋଧ୍ୟାନଗର ତୃତୀୟ ଲାଇନରେ  ନିଜ ବୃଦ୍ଧ ବାପାକୁ ପୁଅ ଓ କିନ୍ନର ପ୍ରେମିକ ମିଶି ହତ୍ୟା କରିଥିବା ଘଟଣାରେ , ହତ୍ୟାକାରୀ ପୁଅ ସନ୍ଦିପ କୁମାର ପଣ୍ଡା ଓ କିନ୍ନର ପ୍ରବୀଣ କୁମାର ଶର୍ମା ଓରଫ ଶ୍ରେୟାକୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ରକ୍ତ ଭିଜା ତକିଆ, ସାର୍ଟ  ଜବତ କରିଛି ପୋଲିସ । ପୁଅ ସନ୍ଦିପଙ୍କ ଦ୍ୱାରା ହତ୍ୟାର ଶୀକାର ହୋଇଥିଲେ ଅବସରପ୍ରାପ୍ତ କିରାଣୀ ଗରିବ ବନ୍ଧୁ ପଣ୍ଡା […] The post ବୃଦ୍ଧ ବାପାକୁ ହତ୍ୟା ମାମଲା, ପୁଅ ଓ କିନ୍ନରକୁ ଗିରଫ କଲା ପୋଲିସ appeared first on KNews Odisha.

ବୃଦ୍ଧ ବାପାକୁ ହତ୍ୟା ମାମଲା, ପୁଅ ଓ କିନ୍ନରକୁ ଗିରଫ କଲା ପୋଲିସ
accused

ବ୍ରହ୍ମପୁର : ବ୍ରହ୍ମପୁର ଅଯୋଧ୍ୟାନଗର ତୃତୀୟ ଲାଇନରେ  ନିଜ ବୃଦ୍ଧ ବାପାକୁ ପୁଅ ଓ କିନ୍ନର ପ୍ରେମିକ ମିଶି ହତ୍ୟା କରିଥିବା ଘଟଣାରେ , ହତ୍ୟାକାରୀ ପୁଅ ସନ୍ଦିପ କୁମାର ପଣ୍ଡା ଓ କିନ୍ନର ପ୍ରବୀଣ କୁମାର ଶର୍ମା ଓରଫ ଶ୍ରେୟାକୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ ।

ରକ୍ତ ଭିଜା ତକିଆ, ସାର୍ଟ  ଜବତ କରିଛି ପୋଲିସ । ପୁଅ ସନ୍ଦିପଙ୍କ ଦ୍ୱାରା ହତ୍ୟାର ଶୀକାର ହୋଇଥିଲେ ଅବସରପ୍ରାପ୍ତ କିରାଣୀ ଗରିବ ବନ୍ଧୁ ପଣ୍ଡା ।  ହତ୍ୟାକାରୀ ପୁଅ ସନ୍ଦିପ ଓ ତାର କିନ୍ନର ପ୍ରେମିକ ପ୍ରବୀଣଙ୍କ ସହ ମୃତକଙ୍କ ସହ ପ୍ରେତ୍ୟକ ଦିନ ମଦ୍ୟପାନ କରି ମାରପିଟ ହେଉଥିଲା ଓ ହତ୍ୟାର ଶିକାର ହୋଇଥିବା ବାପା ପାଉଥିବା ପେନସନ ଟଙ୍କା ଓ ସମ୍ପତି ହଡପ ଲାଗି  ଉଭୟ କରିଥିଲେ ଉଦ୍ୟମ ।

ଗତକାଲି ରାତିରେ ତିନ ଜଣଙ୍କ ମଧ୍ୟରେ ଗଣ୍ଡେଗୋଳ ହେବା ପରେ ପୁଅ ସନ୍ଦିପ ଓ କିନ୍ନର ପ୍ରେମିକ ଭଭୟ ମିଶି ତଣ୍ଟି ଚିପିବା ସହ ଆଲମିରାରେ ମୁଣ୍ଡ ବାଡେଇ ହତ୍ୟା କରିଥିଲେ।  ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ସେ ନିଜେ ତଳେ ପଡି ମୃତ୍ୟୁ ହୋଇଥିବା ନେଇ ନାଟକ କରିଥିଲେ। ସାଇଣ୍ଟିଫିକ ଟିମ ଓ ପୋଲିସ ତଦନ୍ତ ପରେ ଉଭୟ ମିଶି ଗରିବ ବନ୍ଧୁଙ୍କୁ ହତ୍ୟା କରିଥିବା ଜାଣିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈଦ୍ୟନାଥପୁର ଥାନା ପୋଲିସ ।

 

The post ବୃଦ୍ଧ ବାପାକୁ ହତ୍ୟା ମାମଲା, ପୁଅ ଓ କିନ୍ନରକୁ ଗିରଫ କଲା ପୋଲିସ appeared first on KNews Odisha.