ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା, କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର

ଭୁବନେଶ୍ୱର : ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା । କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର । ଓଡିଶାରୁ ଦୁଇ ପ୍ରାର୍ଥୀ ନାମାଙ୍କନ କରିଥିଲେ । ମମତା ମହାନ୍ତ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବା ପରେ ବଢ଼ିଲା ଦ୍ଵନ୍ଦ୍ବ। ହେବ କି ନିର୍ବାଚନ  ? ୨୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ […] The post ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା, କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର appeared first on KNews Odisha.

ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା, କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର
j.pradhan

ଭୁବନେଶ୍ୱର : ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା । କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର । ଓଡିଶାରୁ ଦୁଇ ପ୍ରାର୍ଥୀ ନାମାଙ୍କନ କରିଥିଲେ । ମମତା ମହାନ୍ତ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବା ପରେ ବଢ଼ିଲା ଦ୍ଵନ୍ଦ୍ବ। ହେବ କି ନିର୍ବାଚନ  ?

୨୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହା ଭିତରେ ସ୍ବାଧୀନ ଭାବେ ନାମାଙ୍କନ ଭରିଥିବା ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବେ କି  ?  ସେପଟେ ବିଜେପି ଦଳର ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ଯେଉଁ ବିଧାୟକଙ୍କ ସମର୍ଥନରେ ଦ୍ବିତୀୟ ପ୍ରାର୍ଥୀ ନାମାଙ୍କନ କଲେ, ସେଥିରେ ଦଳୀୟ ସ୍ୱୀକୃତି ଥିଲା କି ?

ଯଦି ସେମାନଙ୍କୁ ଲାଗୁଛି ଯେ ଦଳୀୟ ଶୃଙ୍ଖଳା ଭଙ୍ଗ ହୋଇନି, ଆମର କିଛି କହିବାର ନାହିଁ । ହେଲେ ସେମାନେ ସ୍ପଷ୍ଟ କରନ୍ତୁ ଯେ ଦ୍ଵିତୀୟ ପ୍ରାର୍ଥୀ କଣ ପାଇଁ  ? ଦ୍ଵିତୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କି ବିଜେପି  ?  ଯଦି ସେମାନେ ଏହା ସ୍ପଷ୍ଟ ନ କରନ୍ତି, ତାହାଲେ ଧରି ନେବୁ ଯେ ବିଜେପିରେ ବିଶ୍ୱାସ ଓ ଭରସାର ସଙ୍କଟ ଦେଖା ଦେଇଛି ।

The post ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା, କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର appeared first on KNews Odisha.