ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍‌ ଜବତ, ଦୁଇ ଗିରଫ 

ଦେବଗଡ଼,୨୩।୨(ଶଶାଙ୍କ ଶେଖର ଝାଙ୍କର): ବୌଦ୍ଧ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା କରଲଗା ଛକରୁ ବେଆଇନ କନ୍ଦୁପତ୍ର ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ ହୋଇଛି। ଏହା ସହ ଦୁଇ ଜଣଙ୍କୁ  ଗିରଫକରାଯାଇଛି। ସୂଚନା ଅନୁଯାୟୀ, ବୁଢାପାଳ ପାର୍ଶ୍ୱରୁ କରଲଗା ପାର୍ଶ୍ୱକୁ ବେଆଇନ କେନ୍ଦୁପତ୍ର ବୋଝେଇ ଏକ ପିକଅପ୍‌ ଭ୍ୟାନ (ଡବ୍ଲୁବି-୨୯-୭୧୭୮) ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ପୋଲିସ ସୂଚନା ପାଇ କରଳଗା ଛକରେ ଚଢଉ କରିଥିଲା। ଚଢଉ ସମୟରେ ୨୬୫ ବଣ୍ଡଲ ବେଆଇନ କେନ୍ଦୁପତ୍ର […] The post ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍‌ ଜବତ, ଦୁଇ ଗିରଫ  appeared first on Dharitri Odia News.

ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍‌ ଜବତ, ଦୁଇ ଗିରଫ 
ଦେବଗଡ଼,୨୩।୨(ଶଶାଙ୍କ ଶେଖର ଝାଙ୍କର): ବୌଦ୍ଧ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା କରଲଗା ଛକରୁ ବେଆଇନ କନ୍ଦୁପତ୍ର ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ ହୋଇଛି। ଏହା ସହ ଦୁଇ ଜଣଙ୍କୁ  ଗିରଫକରାଯାଇଛି।
ସୂଚନା ଅନୁଯାୟୀ, ବୁଢାପାଳ ପାର୍ଶ୍ୱରୁ କରଲଗା ପାର୍ଶ୍ୱକୁ ବେଆଇନ କେନ୍ଦୁପତ୍ର ବୋଝେଇ ଏକ ପିକଅପ୍‌ ଭ୍ୟାନ (ଡବ୍ଲୁବି-୨୯-୭୧୭୮) ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ପୋଲିସ ସୂଚନା ପାଇ କରଳଗା ଛକରେ ଚଢଉ କରିଥିଲା। ଚଢଉ ସମୟରେ ୨୬୫ ବଣ୍ଡଲ ବେଆଇନ କେନ୍ଦୁପତ୍ର ଏବଂ ପିକଅପ୍‌ ଭ୍ୟାନ ଜବତ ହୋଇଥିବା ବେଳେ କେନ୍ଦ୍ରପତ୍ର ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅଭିଯୁୁକ୍ତ ପଶ୍ଚିମବଙ୍ଗର କାର୍ତିକ ଘଡେଇ (୩୮) ଏବଂ ଦେବ କୁମାର ଘଡେଇ (୩୬) ବୋଲି ଜଣାପଡିଛି । ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ରେଡାଖୋଳ ଅଞ୍ଚଳରୁ ସେମାନେ କେନ୍ଦୁପତ୍ର ଆଣି ଚୋରାଚାଲାଣ କରୁଥିବା ପୋଲିସ ସମ୍ମୁଖରେ ସ୍ବିିକାର କରିଥିଲେ । ଆଜି ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

The post ବେଆଇନ କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ୍‌ ଜବତ, ଦୁଇ ଗିରଫ  appeared first on Dharitri Odia News.