ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ NGT

ବେଆଇନ ଖଣି ଖନନ ଓ ଖଣି ଦ୍ୱାରା ସ୍ଥାନୀୟ ଅଞ୍ଚଳର ସମସ୍ୟା ବୃଦ୍ଧି, ଶ୍ରମିକ ମୃତ୍ୟୁକୁ ନେଇ ରିପୋର୍ଟ ଦାଖଲ ପାଇଁ NGT ନିର୍ଦ୍ଦେଶ ଦେଇଛନ୍ତି।

ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ NGT

ଡଙ୍କାରୀ ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ-NGT। ବେଆଇନ ଖଣି ଖନନ ଓ ଖଣି ଦ୍ୱାରା ସ୍ଥାନୀୟ ଅଞ୍ଚଳର ସମସ୍ୟା ବୃଦ୍ଧି, ଶ୍ରମିକ ମୃତ୍ୟୁକୁ ନେଇ ରିପୋର୍ଟ ଦାଖଲ ପାଇଁ NGT ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତ ମେ’ରେ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ ସ୍ବେଛାସେବୀ ସଂଗଠନ। ସେଥିରେ ଏକ୍ସେସ ମାଇନିଂ, ଖଣି ଯୋଗୁଁ ରାଣୀ ବନ୍ଧ ଡ୍ୟାମ ପ୍ରଭାବିତ ହୋଇଛି, କ୍ରସର ଯୋଗୁଁ ଡ୍ୟାମ ପୋତି ହେବା ଓ ସ୍ଥାନୀୟ ଅଞ୍ଚଳରେ ଖଣି ପ୍ରଭାବିତ ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ନେଇ ଅଭିଯୋଗ ହୋଇଥିଲା।