ବେଆଇନ ଘାଟରୁ ବାଲି ଚାଲାଣ: ରାସ୍ତା କାଦୁଅ ପଚପଚ ରାସ୍ତା, ସାଙ୍ଘାତିକ ଅଭିଯୋଗ…
ଧର୍ମଶାଳା,୪।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବେଦପୁର ଘାଟରୁ ବେଆଇନ ଭାବେ ଶହଶହ ଟ୍ରାକ୍ଟର ପ୍ରତ୍ୟେକ ଦିନ ବାଲି ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଟ୍ରାକ୍ଟର ଗୁଡ଼ିକ ନିକଟସ୍ଥ ନଦୀ ବନ୍ଧଦେଇ ଉତ୍ତରପ୍ରତାପ ଗାଁ ବନ୍ଧ ଓ ଗାଁ ମଧ୍ୟ ଦେଇ ଯାତାୟାତ କରୁଥିବାରୁ ଗାଁ ରାସ୍ତାର ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାର ଲାଗିଛି। ବନ୍ଧ ରାସ୍ତାରେ ବଡ଼ବଡ଼ ଗାତ ସାଙ୍ଗକୁ କାଦୁଅ ଥିବାରୁ ଯାତାୟତ କରିବା […] The post ବେଆଇନ ଘାଟରୁ ବାଲି ଚାଲାଣ: ରାସ୍ତା କାଦୁଅ ପଚପଚ ରାସ୍ତା, ସାଙ୍ଘାତିକ ଅଭିଯୋଗ… appeared first on Dharitri Odia News.
ଧର୍ମଶାଳା,୪।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବେଦପୁର ଘାଟରୁ ବେଆଇନ ଭାବେ ଶହଶହ ଟ୍ରାକ୍ଟର ପ୍ରତ୍ୟେକ ଦିନ ବାଲି ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଟ୍ରାକ୍ଟର ଗୁଡ଼ିକ ନିକଟସ୍ଥ ନଦୀ ବନ୍ଧଦେଇ ଉତ୍ତରପ୍ରତାପ ଗାଁ ବନ୍ଧ ଓ ଗାଁ ମଧ୍ୟ ଦେଇ ଯାତାୟାତ କରୁଥିବାରୁ ଗାଁ ରାସ୍ତାର ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାର ଲାଗିଛି। ବନ୍ଧ ରାସ୍ତାରେ ବଡ଼ବଡ଼ ଗାତ ସାଙ୍ଗକୁ କାଦୁଅ ଥିବାରୁ ଯାତାୟତ କରିବା ସମ୍ଭବ ହୋଇ ପାରୁନାହିଁ। ଛାତ୍ରୀଛାତ୍ର ସ୍କୁଲ, କଲେଜ, ଟିଉସନ ଯିବା ବେଳେ ବାଟରେ ପଡି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଉଛି। ଏ ବିଷୟରେ ବାରମ୍ବାର ଅଭିଯୋଗ ପରେ ବି ତହସିଲ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଗାଁ ଲୋକେ କହିଛନ୍ତି।
ଉତ୍ତରପ୍ରତାପ ଗ୍ରାମ ବାସୀ ଏଭଳି ଘଟଣାରେ ଅତିଷ୍ଠ ହୋଇ କିଛି ଦିନ ପୂର୍ବେ ଏକ ଟ୍ରାକ୍ଟରକୁ ଜବତ କରି ପୋଲିସ ଜିମା ଦେଇଥିଲେ। ପରେ ଅଭିଯୋଗ କରିଥିବା ଗ୍ରାମବାସୀଙ୍କୁ ବାଲି ମାଫିଆ ଧମକ ଦେବା ସହ ପୂର୍ବ ଅପେକ୍ଷା ଅଧିକ ବାଲି ଲୁଟ କରୁଥିବା ସୂଚନା ମିଳିଛି। ଅନେକ ବାଲି ମଫିଆ ଚଞ୍ଚକତା କରି କାଏମା ବ୍ରିଜ ଆଉ କିଛି ଶାନ୍ତି ବଜାର ନିକଟରେ ଓ କିଛି ନରସିଂହପୁର ଆଦି ସ୍ଥାନରେ ଜଗି ବସୁଛନ୍ତି। ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କେହି ଚଢ଼ାଉ କରିବାକୁ ଯିବା ପୂର୍ବରୁ ଗାଡ଼ି ଗୁଡ଼ିକୁ ବାଲି ଘାଟରୁ ବାହାର କରି ଦେବାକୁ ଖବର ଦେଉଥିବା ବେଳେ ପ୍ରଶାସନିକ ଅଧିକାରୀହାତଗୁଞ୍ଜା ନ଼େଇ ଚାଲି ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ପୂର୍ବ ସରକାର ସମୟରେ ଏହି ଭଳି ବାଲି ମହା ଲୁଟ ହେଉଥିବା ବେଳେ ଲୋକେ ଅତିଷ୍ଠ ହୋଇ ସରକାର ବଦଳାଇ ଥିଲେ ବର୍ତ୍ତମାନ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ତେଣୁ ସ୍ଥାନୀୟ ବିଧାୟକ ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
The post ବେଆଇନ ଘାଟରୁ ବାଲି ଚାଲାଣ: ରାସ୍ତା କାଦୁଅ ପଚପଚ ରାସ୍ତା, ସାଙ୍ଘାତିକ ଅଭିଯୋଗ… appeared first on Dharitri Odia News.