ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ
କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମଚନ୍ଦ୍ର ଉଲୁକା। ଅଭିଯୁକ୍ତ ଜ୍ୱାଇଁ ଶାତୁ ପ୍ରାସ୍କାଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଶାତୁଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ସେ ଆସି ତାଙ୍କ ବାପଘରେ ରହୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଶାତୁଙ୍କ ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଶାତୁଙ୍କ ଶ୍ୱଶୁର […] The post ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ appeared first on Dharitri Odia News.
କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମଚନ୍ଦ୍ର ଉଲୁକା। ଅଭିଯୁକ୍ତ ଜ୍ୱାଇଁ ଶାତୁ ପ୍ରାସ୍କାଙ୍କୁ ପୋଲିସ ଗିରଫ କରିଛି।
ସୂଚନାଯୋଗ୍ୟ, ଶାତୁଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ସେ ଆସି ତାଙ୍କ ବାପଘରେ ରହୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଶାତୁଙ୍କ ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଶାତୁଙ୍କ ଶ୍ୱଶୁର ରାମଚନ୍ଦ୍ର ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶାତୁ ଖବର ପାଇ ମେଡିକାଲରେ ପହଞ୍ଚିଥିଲେ। ମୋତେ ନ ପଚାରି ମୋ ସ୍ତ୍ରୀକୁ କାହିଁକି ମେଡିକାଲ ଆଣିଲ ବୋଲି ଶ୍ୱଶୁରଙ୍କୁ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ ଉଭୟ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଶାତୁ ଏକ ଛୁରି ଆଣି ଶ୍ୱଶୁରଙ୍କୁ ଭୁସି ଦେଇଥିଲେ। ଶ୍ୱଶୁରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।
The post ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ appeared first on Dharitri Odia News.