ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ

ନୂଆପଡ଼ା,୧୫ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଆରମ୍ଭ ହୋଇଛି। ବୁଧବାର ଏହି ଅପରେଶନ ସମୟରେ ଜିଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଢାଉ ବେଳେ ପୋଲିସ ୬ କିଲୋଗ୍ରାମ ଗଞ୍ଜେଇ,୨୫ ବୋତଲ କଫ ସିରପ, ୩ ବାଇକ୍‌ ୫ ମୋବାଇଲ ଜବତ କରିଛି। ଏହି ଘଟଣାରେ ଜଣେ ମହିଳା ସମେତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ଗୁରୁବାର […] The post ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ appeared first on Dharitri Odia News.

ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ

ନୂଆପଡ଼ା,୧୫ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଆରମ୍ଭ ହୋଇଛି। ବୁଧବାର ଏହି ଅପରେଶନ ସମୟରେ ଜିଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ଚଢାଉ ବେଳେ ପୋଲିସ ୬ କିଲୋଗ୍ରାମ ଗଞ୍ଜେଇ,୨୫ ବୋତଲ କଫ ସିରପ, ୩ ବାଇକ୍‌ ୫ ମୋବାଇଲ ଜବତ କରିଛି। ଏହି ଘଟଣାରେ ଜଣେ ମହିଳା ସମେତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ଗୁରୁବାର ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ଏସ୍‌ପି ରାଘବେନ୍ଦ୍ର ଆହୁରି କହିଛନ୍ତି, ବୁଧବାର ନୂଆପଡ଼ା ସହର ତେଳିପଡା ପୋଖରୀ ନିକଟରେ ଏକ ଗୋଷ୍ଠୀ ବେଆଇନ ନିଶା କାରବାର ଚଳାଇଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା। ତଦନୁଯାୟୀ ସଦର ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରି ଗଞ୍ଜେଇ ଓ କଫ ସିରପ ଜବତ କରିଥିଲା। ଏହି ସମୟରେ ତେଳିପଡାର ମହିଳା ସୁକାନ୍ତି ପଟେଲ (୪୫), ସିରତୋଲର ସତ୍ୟଜିତ ହରପାଲ (୩୪), ଓମ୍‌ପ୍ରକାଶ ସାହୁ(୨୮), ଅଭିଷେକ ଜଗତ (୨୩), ସାଲେଭଟାର ବୈଷ୍ଣବ ତାଣ୍ଡି (୩୮), ବରଗଡ ଜିଲା ପାଇକମାଳ ଥାନା ମାଣ୍ଡୋସିଲ ଗାଁର ନବୀନ କେତକୀ (୩୮)ଙ୍କୁ ଗିରଫ ସହ ଜଣେ ନାବଳକଙ୍କୁ ଧରିଥିଲା। ଅଭିଯୁକ୍ତମାନେ ବାହାରୁ ନିଶାଦ୍ରବ୍ୟ କ୍ରୟ କରି ଏଠାରେ ବିକ୍ରୟ କରିବା ସହ ବରଗଡ, ପଦ୍ମପୁର, ପାଇକମାଲ, କୋମନା ଅଞ୍ଚଳକୁ ଯୋଗାଉଥିଲେ।

The post ବେଆଇନ ନିଶା କାରବାର: ମହିଳା ସମେତ ୬ ଗିରଫ appeared first on Dharitri Odia News.