ବେଆଇନ ରାସ୍ତା ନିର୍ମାଣରୁ ନାଳ ଅବରୋଧ, ବଢୁଛି ପ୍ରଦୂଷଣ

କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ଧୃପଦା ନିକଟ ମୋଚିଗାଁରେ ରାସ୍ତା ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ କରାଯାଇଥିବା ଘଟଣା ପ୍ରମୁଖ ଆଲୋଚ୍ୟର ବିଷୟ ହୋଇଛି। ଜାତୀୟ ରାଜପଥ ୪୯ ଏବଂ ପୂର୍ତ୍ତ ବିଭାଗର ନାକ ତଳେ ଏହି ରାସ୍ତା କଡ଼ରେ ଏହି ସ୍ଥାନରେ ସରକାରୀ ଜମି ଜବରଦଖଲ କରି ଏହି ରାସ୍ତା ନିର୍ମାଣ ଚାଲିଛି। ରାସ୍ତା ନିର୍ମାଣରେ କାରଖାନାର ବର୍ଜ୍ୟବସ୍ତୁ କଳାଗୁଣ୍ଡ ତଥା ଅନ୍ୟମାଟି ପକା ଯାଉଥିବାରୁ ସହରର ଜଳ ନିଷ୍କାସନ […] The post ବେଆଇନ ରାସ୍ତା ନିର୍ମାଣରୁ ନାଳ ଅବରୋଧ, ବଢୁଛି ପ୍ରଦୂଷଣ appeared first on Dharitri Odia News.

ବେଆଇନ ରାସ୍ତା ନିର୍ମାଣରୁ ନାଳ ଅବରୋଧ, ବଢୁଛି ପ୍ରଦୂଷଣ

କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ଧୃପଦା ନିକଟ ମୋଚିଗାଁରେ ରାସ୍ତା ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ କରାଯାଇଥିବା ଘଟଣା ପ୍ରମୁଖ ଆଲୋଚ୍ୟର ବିଷୟ ହୋଇଛି। ଜାତୀୟ ରାଜପଥ ୪୯ ଏବଂ ପୂର୍ତ୍ତ ବିଭାଗର ନାକ ତଳେ ଏହି ରାସ୍ତା କଡ଼ରେ ଏହି ସ୍ଥାନରେ ସରକାରୀ ଜମି ଜବରଦଖଲ କରି ଏହି ରାସ୍ତା ନିର୍ମାଣ ଚାଲିଛି।
ରାସ୍ତା ନିର୍ମାଣରେ କାରଖାନାର ବର୍ଜ୍ୟବସ୍ତୁ କଳାଗୁଣ୍ଡ ତଥା ଅନ୍ୟମାଟି ପକା ଯାଉଥିବାରୁ ସହରର ଜଳ ନିଷ୍କାସନ ରାସ୍ତା ସଂକୁଚିତ ହୋଇଯାଇଛି।ଫଳରେ ବର୍ଷା ଦିନରେ ପାଣି ନିଷ୍କାସିତ ହୋଇ ପାରିବ ନାହିଁ ଏବଂ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ମତପ୍ରକାଶ ପାଉଛି। ସେହିପରି କାରଖାନାର ବଜର୍‌ୟବସ୍ତୁ ପକାଇ ରାସ୍ତା ନିର୍ମାଣ କରାଯାଇଥିବାରୁ ଉକ୍ତ ଅଞ୍ଚଳରେ ଜଳ,ମୃତ୍ତିକା ଓ ବାୟୁ ପ୍ରଦୂଷଣ ହେବା ସହ ଆଖପାଖ ଚାଷଜମି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।
ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ତଦନ୍ତ କରି ରାସ୍ତା ବନ୍ଦ କରିଥିଲେ। ଏବେ ପୁଣି ଜମି ମାଫିଆମାନେ ନାଳ ଉପରେ କଳାଗୁଣ୍ଡ ପକାଇ ରାସ୍ତା ନିର୍ମାଣ କରୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

The post ବେଆଇନ ରାସ୍ତା ନିର୍ମାଣରୁ ନାଳ ଅବରୋଧ, ବଢୁଛି ପ୍ରଦୂଷଣ appeared first on Dharitri Odia News.