ମହଦାରେ ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ସମ୍ବଲପୁର: ଜମନକିରା ବ୍ଲକ ମହଦା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ୭୫ ତମ ଉପଖଣ୍ଡ ସ୍ତରୀୟ ସାମ୍ବିଧାନିକ ଦିବସ ପାଳିତ ହୋଇ ଯାଇଛି ।ଏଥିରେ କୁଚିଣ୍ଡା ଉପଖଣ୍ଡ ଓକିଲ ସଂଘର ପ୍ରାକ୍ତନ ସଭାପତି ପ୍ରମୋଦ ଛୁରିଆ ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ଗଠନର ଇତିହାସ ବର୍ଣ୍ଣନା କରିବା ସହ ସଂବିଧାନ କୁ ଠିକ ଭାବରେ […] The post ମହଦାରେ ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ appeared first on Odisha.News.

ମହଦାରେ ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ସମ୍ବଲପୁର: ଜମନକିରା ବ୍ଲକ ମହଦା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ୭୫ ତମ ଉପଖଣ୍ଡ ସ୍ତରୀୟ ସାମ୍ବିଧାନିକ ଦିବସ ପାଳିତ ହୋଇ ଯାଇଛି ।ଏଥିରେ କୁଚିଣ୍ଡା ଉପଖଣ୍ଡ ଓକିଲ ସଂଘର ପ୍ରାକ୍ତନ ସଭାପତି ପ୍ରମୋଦ ଛୁରିଆ ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ଗଠନର ଇତିହାସ ବର୍ଣ୍ଣନା କରିବା ସହ ସଂବିଧାନ କୁ ଠିକ ଭାବରେ ପାଳନ କଲେ ସାମାଜିକ ବିଷମତା ଦୂର ହେବା ସହ ଦେଶର ସଂହତି ଦୃଢ଼ିଭୂତି ହେବ ବୋଲି ମତ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଦ୍ରି କୁମାର ବରିହା, ସାମାଜିକ କର୍ମୀ ଲିଙ୍ଗରାଜ ବାଗ ଓ ସୌମ୍ୟ ରଞ୍ଜନ ରୋହିଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଡ଼ .ଆମ୍ବେଦକର ଙ୍କ ସମ୍ବିଧାନ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ସଫଳ ଅଟେ ବୋଲି ମତ ବ୍ୟକ୍ତ କରିଥଲେ ।ଏହାକୁ ସମିତି ର ଆବାହକ ସୂରୁ ମଣି ସୁନାନୀ ସଂଯୋଜନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଭୀଷ୍ମ ଦେବ ସୁନାନି, କ୍ଷିରୋଦ ବରିହା, ଧରଣୀଧର ବାଗ, ଦିଲ୍ଲୀପ ତଣ୍ଡିଆ, ରୋହିତ ସୁନାନୀ, ପଙ୍କଜିନି ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗୋକୁଳ ଚନ୍ଦ୍ର ଧନ୍ୟବାଦ ଅର୍ପଣ କରିଥଲେ ।

The post ମହଦାରେ ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ appeared first on Odisha.News.